ପୂର୍ବ ପିସିବି ଚେୟାରମ୍ୟାନଙ୍କ ବୟାନ : କହିଲେ, ବିସିସିଆଇକୁ ଚଳାଉଛି ବିଜେପି’, ଯଦି ଖେଳିବାର ଅଛି ପାକିସ୍ତାନ ଆସ । Kanak News

କନକ ବ୍ୟୁରୋ : ‘ବିସିସିଆଇକୁ ବିଜେପି ଚଳାଉଛି’ ଏଭଳି କିଛି ବିବାଦୀୟ ବୟାନ ଦେଇଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଏହେସାନ ମନି । ଦୁଇ ପଡୋଶୀ ଦେଶ ଭାରତ-ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି କ୍ରିକେଟ ସିରିଜ ହୋଇନାହିଁ । ଏହାକୁ ନେଇ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି । ପିସିବିର ପୂର୍ବତନ ଅଧ୍ୟକ୍ଷ ଏହେସାନ ମନି କହିଛନ୍ତି ଯେ, ଯଦି ଦୁଇ ଦେଶ ମଧ୍ୟରେ କ୍ରିକେଟ ଖେଳ ହେବ ତେବେ ଆମେ କାହିଁକି ତାଙ୍କ ପଛରେ ଦୌଡିବୁ, ସେମାନେ ପାକିସ୍ତାନ ଆସନ୍ତୁ ।

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଅନେକ ଥର କହିଛି ଯଦି ଭାରତ ଖେଳିବାକୁ ଚାହୁଁଛି ତେବେ ସାମ୍ନାକୁ ଆସିବା ଦରକାର । ମୁଁ କେବେହେଲେ ଭାରତ- ପାକିସ୍ତାନ ମଧ୍ୟରେ ମ୍ୟାଚ ପାଇଁ ମନା କରିନାହିଁ । କିନ୍ତୁ, ଆମର ବି କିଛି ସମ୍ମାନ ରହିଛି । ଆମେ କାହିଁକି ଭାରତ ପଛରେ ପଡିବୁ? ଯଦି ସେମାନେ ପ୍ରସ୍ତୁତ ତେବେ ଆମେ ବି ପ୍ରସ୍ତୁତ ଅଛୁ ମ୍ୟାଚ ଖେଳିବା ପାଇଁ । କ୍ରିକେଟ ପାକିସ୍ତାନ ସହ କଥା ହେବା ବେଳେ ଏହେସାମନ ମନି ବିସିସିଆଇ- ପିସିବ ସମ୍ପର୍କ କଥା କହିଛନ୍ତି । ବିସିସିଆଇର ସଭାପତି ଯଦିଓ ସୌରଭ ଗାଙ୍ଗୁଲି କିନ୍ତୁ, ବୋର୍ଡର ସମ୍ପାଦକ କିଏ ? ଭାରତର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ । ଆଉ ଜଣେ ଅନ୍ୟ ମନ୍ତ୍ରୀଙ୍କର ଭାଇ ଏଠାରେ କୋଷାଧ୍ୟକ୍ଷ ଅଛନ୍ତି । ବିସିସିଆଇର ଅସଲି କଣ୍ଟ୍ରୋଲ ବିଜେପି ସରକାର ପାଖରେ ଅଛି । ଆଉ ବିଜେପି ବୋର୍ଡକୁ ଚଳାଉଛି ।

ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ଭାରତ-ପାକିସ୍ତାନ ମଧ୍ୟରେ ୨୦୧୨ରେ ଦ୍ୱିପାକ୍ଷିକ ସିରିଜ ଖେଳାଯାଇଥିଲା । ସେତେବେଳେ ପାକିସ୍ତାନ ଟିମ୍ ଭାରତ ଗସ୍ତରେ ଆସିଥିଲା । ତେବେ ଏହା ପରଠାରୁ ଦୁଇ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କ ଉପର- ତଳ ହେବାରେ ଲାଗିଛି । ତେବେ ଦୁଇ ଦଳ ଆଇସିସିର ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଅନେକ ଥର ସାମିଲ ହୋଇଛନ୍ତି ।
ବର୍ତ୍ତମାନର ପିସିବି ଅଧ୍ୟକ୍ଷ ରମିଜ ରାଜା ମଧ୍ୟ ଲଗାତର ଭାବେ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ନେଇ ପ୍ରତିକ୍ରିୟା ଦେଇଆସୁଛନ୍ତି । ନିକଟରେ ରମିଜ ରାଜା ଆଇସିସିକୁ ପ୍ରସ୍ତାବ ଦେଇଥିଲେ ଯେଉଁଥିରେ ଭାରତ- ପାକିସ୍ତାନ – ଇଂଲଣ୍ଟ- ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ ହେଉବୋଲି କହିଥିଲେ । ଆଇସିସି କିନ୍ତୁ ଏହି ପ୍ରସ୍ତାବକୁ ଖାରଜ କରି ଦେଇଥିଲା ।

The post ପୂର୍ବ ପିସିବି ଚେୟାରମ୍ୟାନଙ୍କ ବୟାନ : କହିଲେ, ବିସିସିଆଇକୁ ଚଳାଉଛି ବିଜେପି’, ଯଦି ଖେଳିବାର ଅଛି ପାକିସ୍ତାନ ଆସ । first appeared on Kanak News.



from Kanak News https://kanaknews.com/former-pcb-chairman-ehsan-mani-on-bcci-india-vs-pakistan-cricket-match-bjp-government/ https://kanaknews.com/wp-content/uploads/2022/05/28-14.jpg
ପୂର୍ବ ପିସିବି ଚେୟାରମ୍ୟାନଙ୍କ ବୟାନ : କହିଲେ, ବିସିସିଆଇକୁ ଚଳାଉଛି ବିଜେପି’, ଯଦି ଖେଳିବାର ଅଛି ପାକିସ୍ତାନ ଆସ । Kanak News ପୂର୍ବ ପିସିବି ଚେୟାରମ୍ୟାନଙ୍କ ବୟାନ : କହିଲେ, ବିସିସିଆଇକୁ ଚଳାଉଛି ବିଜେପି’, ଯଦି ଖେଳିବାର ଅଛି ପାକିସ୍ତାନ ଆସ । Kanak News Reviewed by SUBHENDU BARAL on May 12, 2022 Rating: 5

No comments:

Powered by Blogger.