ଟମାଟୋ ଫ୍ଲୁ ନେଇ କେରଳରେ ଆତଙ୍କ: ୫ ବର୍ଷରୁ କମ୍ ବୟସର ଶିଶୁ ହେଉଛନ୍ତି ଅଧିକ ଆକ୍ରାନ୍ତ Kanak News

କନକ ବ୍ୟୁରୋ: କରୋନାକୁ ନେଇ ଭୟ ଯାଇନଥିବା ବେଳେ କେରଳରେ ଆତଙ୍କ ସୃଷ୍ଟି କରିଛି ଟମାଟୋ ଫ୍ଲୁ । ବିଶେଷ କରି ଛୋଟ ଛୋଟ ପିଲାଙ୍କ ଠାରେ ଏହି ରୋଗ ଦେଖାଯାଉ ଥିବାରୁ ଚିନ୍ତା ବଢ଼ିଯାଇଛି । ୮୦ ଜଣ ପିଲାଙ୍କ ଠାରେ ଏହି ରୋଗ ଚିହ୍ନଟ ହୋଇଛି । କେରଳର କୋଲାମ ଜିଲ୍ଲାରେ ପ୍ରଥମେ ଚିହ୍ନଟ ହେବା ପରେ ଅନ୍ୟ ଜିଲ୍ଲାରେ ବ୍ୟାପିବାରେ ଲାଗିଛି । ନଜର ପକାନ୍ତୁ
କ’ଣ ରହିଛି ‘ଟମାଟୋ ଫ୍ଲୁ’ର ଲକ୍ଷଣ?

ଜର, ଥଣ୍ଡା, କାଶ, ମୁଣ୍ଡ ବିନ୍ଧିବା, ତରଳ ଝାଡ଼ା ହେବା, ଆଖି ଓ ଦେହ ଲାଲ ପଡ଼ି ଫଳିଯିବା
ଦେହରେ ଲାଲ ରଙ୍ଗର ଫଳିଯାଉଥିବାରୁ ଏହାକୁ ଟମାଟୋ ଫ୍ଲୁ କୁହାଯାଉଛି

ଟମାଟୋ ଫ୍ଲୁକୁ ନେଇ ଅଧିକ ଗବେଷଣା ଜାରି ରହିଛି । ତେବେ ଏହାକୁ ବାୟୁବାହିତ ଓ ଭୂତାଣୁଜନିତ ରୋଗ ବୋଲି କହୁଛନ୍ତି ବିଶେଷଜ୍ଞ । ତେଣୁ ଦ୍ରୁତଗତିରେ ସଂକ୍ରମଣ ହେବାର ଆଶଙ୍କା କରାଯାଉଛି । ତେଣୁ ଜଣେ ଆକ୍ରାନ୍ତ ହେଲେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।

କରୋନା ଭଳି ଟମାଟୋ ଫ୍ଲୁର ମଧ୍ୟ ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ଲକ୍ଷଣ ଅନୁସାରେ ଚିକିତ୍ସା ହେଲେ ରୋଗୀ ସୁସ୍ଥ ହେଉଥିବାରୁ ଆତଙ୍କିତ ନହୋଇ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।

The post ଟମାଟୋ ଫ୍ଲୁ ନେଇ କେରଳରେ ଆତଙ୍କ: ୫ ବର୍ଷରୁ କମ୍ ବୟସର ଶିଶୁ ହେଉଛନ୍ତି ଅଧିକ ଆକ୍ରାନ୍ତ first appeared on Kanak News.



from Kanak News https://ift.tt/kjiChrf https://ift.tt/HwV8rc4
ଟମାଟୋ ଫ୍ଲୁ ନେଇ କେରଳରେ ଆତଙ୍କ: ୫ ବର୍ଷରୁ କମ୍ ବୟସର ଶିଶୁ ହେଉଛନ୍ତି ଅଧିକ ଆକ୍ରାନ୍ତ Kanak News ଟମାଟୋ ଫ୍ଲୁ ନେଇ କେରଳରେ ଆତଙ୍କ: ୫ ବର୍ଷରୁ କମ୍ ବୟସର ଶିଶୁ ହେଉଛନ୍ତି ଅଧିକ ଆକ୍ରାନ୍ତ Kanak News Reviewed by SUBHENDU BARAL on May 12, 2022 Rating: 5

No comments:

Powered by Blogger.