କରୋନା ଟିକା ଦେବା ନାଁ ହୋଇପାରେ ବଡ ଧରଣର ସାଇବର ଠକେଇ । ଫୋନରେ କୌଣସି ବ୍ୟକ୍ତିଗତ ତଥ୍ୟ ନ ଦେବାକୁ ସତର୍କ କଲା କମିଶନରେଟ ପୋଲିସ । Kanak News

କନକ ବ୍ୟୁରୋ : କରୋନା ସଂକ୍ରମଣ ବ୍ୟାପି ଚାଲିଥିବାବେଳେ ହିଁ ସାଇବର ଠକମାନେ ଅଧିକ ସକ୍ରିୟ ହୋଇ ଉଠିଥିଲେ। ମଦ ହୋମ୍ ଡେଲିଭରି, ରେସ୍ତୋରାଁର ଲୋଭନୀୟ ଅଫର, ଘରେ ବସି କୋରିଅର ସେବା, ଅନଲାଇନ୍ କାରବାର ନାଁରେ ସାଇବର ଠକମାନେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିଲେ। ଏବେ ସେମାନଙ୍କ ପାଇଁ ସେମିତି ଏକ ସୁଯୋଗ ଆସିଛି। କରୋନା ଟିକା ନାଁରେ ସାଇବର ଠକମାନେ ଠକେଇ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ କମିସନରେଟ୍ ପୁଲିସ ପକ୍ଷରୁ ଲୋକଙ୍କୁ ସତର୍କ କରାଇ ଦିଆଯାଇଛି।
ଡିସିପି ଉମାଶଙ୍କର ଦାଶଙ୍କ ସୂଚନାନୁସାରେ ସାଇବର ଠକମାନେ ଲୋକଙ୍କ ପାଖକୁ ଫୋନ୍ କରିବେ। ଟିକା ପାଇଁ ରେଜିଷ୍ଟ୍ରେସନ କରାଇବାକୁ କହି ଆଧାର କାର୍ଡ, ଇ-ମେଲ୍ ଆଇଡି, ଜନ୍ମ ତାରିଖ ଭଳି ତଥ୍ୟ ମାଗି ପାରନ୍ତି। ଏହି ତଥ୍ୟ ପାଇବା ପରେ ମୋବାଇଲ୍ ଫୋନକୁ ଯେଉଁ ଓଟିପି ଯିବ ତାହାକୁ ଦେବା ପାଇଁ ଠକ କହିପାରେ। ବ୍ୟାଙ୍କ୍ ଆକାଉଣ୍ଟ ସହ ଆଧାର କାର୍ଡର ସଂଯୋଗ ଥିବାରୁ ଓଟିପି ପାଇଲା ପରେ ଠକ ଅନଲାଇନ୍ ଟ୍ରାଞ୍ଜାକସନ୍ କରିବାର ସମ୍ଭାବନା ରହିଛି। ତେଣୁ ଯଦି ଏଭଳି ଫୋନ୍ କଲ୍ ଆସେ, ତା’ହେଲେ କିଛି ତଥ୍ୟ ନ ଦେବା ପାଇଁ ଲୋକଙ୍କୁ ଡିସିପି ଶ୍ରୀ ଦାଶ କହିଛନ୍ତି।
ଏଭଳି ଫୋନ୍ ନମ୍ବର ପାଇଲେ, ତାହାକୁ ସହାୟତା ଡେସ୍କ୍କୁ ଦେବା ଲାଗି ସେ ଅନୁରୋଧ କରିଛନ୍ତି। ଟିକା ସମ୍ପର୍କରେ ସରକାରଙ୍କ ୱେବସାଇଟ, ଟ୍ବିଟର, ଟୋଲ୍ ଫ୍ରି ନମ୍ବରରେ ତଥ୍ୟ ଉପଲବ୍ଧ ହୋଇପାରେ। ତେଣୁ ଅନ୍ୟ ଫୋନ୍ କଲ୍ ଆସିଲେ, କୌଣସି ତଥ୍ୟ ନ ଦେବା ଲାଗି କହିଛନ୍ତି ସାଇବର ବିଶେଷଜ୍ଞ। ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମଣ ସମୟରେ ଯେତେବେଳେ ବଜାରରେ ସାନିଟାଇଜର, ମାସ୍କ, ପିପିଇ କିଟ୍ର ଅଭାବ ଥିଲା, ସେତେବେଳେ ସାଇବର ଅପରାଧୀମାନେ ଏହାକୁ ଆଳ କରି ଠକେଇ କରିଥିଲେ। ବିଭିନ୍ନ ଅନଲାଇନ୍ ବିଜ୍ଞାପନ ମାଧ୍ୟମରେ ଠକେଇ ହୋଇଥିଲା।
from Kanak News https://ift.tt/3nCip4U https://ift.tt/3qcs3Na
Reviewed by SUBHENDU BARAL
on
January 12, 2021
Rating:
No comments: