ରାସ୍ତାକଡ଼ରେ ଗାଡ଼ି‌ ଠିକ୍‌ କରୁଥିଲେ ୨ ହେଲ୍‌ପର୍‌, ଚଢ଼ିଗଲା ଟ୍ରକ୍‌ Rajalaxmi Sahoo

ଆନନ୍ଦପୁର: ରାସ୍ତାକଡ଼ରେ ଛିଡ଼ା ହୋଇ ଗାଡ଼ି ସଜାଡ଼ୁ ଥିବାବେଳେ ଟ୍ରକ୍‌ ଧକ୍କା ଦେବାରୁ ୨ଜଣଙ୍କ ମୃତ୍ୟୁ ଘଟିଛି। ୨୦ ନମ୍ବର ଜାତୀୟ ରାଜପଥ ବୀରଗୋବିନ୍ଦପୁର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ମୃତକ ୨ ହେଲ୍‌ପର୍‌ ଆନନ୍ଦପୁର ଥାନା ଅନ୍ତର୍ଗତ ଜୋକନାଳି ଗାଁର ବୋଲି ଜଣାପଡ଼ିଛି। 

ସୂଚନା ଅନୁସାରେ, ଟ୍ରକ୍‌ ଖରାପ ହୋଇଯିବାରୁ ରାସ୍ତାକଡ଼ରେ ଏହାକୁ ଛିଡ଼ାକରି ସଜାଡ଼ୁ ଥିବାବେଳେ ଏହି ସମୟରେ ଅନ୍ୟ ଏକ ଟ୍ରକ୍‌ ଆସି ୨ ହେଲ୍‌ପର୍‌ଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା। 

ଘସିପୁରା ପୋଲିସ୍‌ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପଢ଼ନ୍ତୁ: ଇନୋଭାକୁ ଧକ୍କା ଦେଲା ବସ୍‌; ୨ ମୃତ, ୨୫ ଆହତ

The post ରାସ୍ତାକଡ଼ରେ ଗାଡ଼ି‌ ଠିକ୍‌ କରୁଥିଲେ ୨ ହେଲ୍‌ପର୍‌, ଚଢ଼ିଗଲା ଟ୍ରକ୍‌ appeared first on OTV Khabar..



from OTV Khabar. https://ift.tt/3oHJsNX
ରାସ୍ତାକଡ଼ରେ ଗାଡ଼ି‌ ଠିକ୍‌ କରୁଥିଲେ ୨ ହେଲ୍‌ପର୍‌, ଚଢ଼ିଗଲା ଟ୍ରକ୍‌ Rajalaxmi Sahoo ରାସ୍ତାକଡ଼ରେ ଗାଡ଼ି‌ ଠିକ୍‌ କରୁଥିଲେ ୨ ହେଲ୍‌ପର୍‌, ଚଢ଼ିଗଲା ଟ୍ରକ୍‌ Rajalaxmi Sahoo Reviewed by SUBHENDU BARAL on November 01, 2020 Rating: 5

No comments:

Powered by Blogger.