ପାର୍ସଲବୋମା ବିସ୍ଫୋରଣ ମାମଲା: ଦାଖଲ ହେଲା ଫାଇନାଲ୍‌ ଚାର୍ଜସିଟ୍‌ OTV KHABAR BUREAU

punjilal

ବଲାଙ୍ଗିର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର ବିରୋଧରେ ଦାଖଲ ହୋଇଛି ଫାଇନାଲ୍ ଚାର୍ଜସିଟ୍। ତଦନ୍ତ ଭାର ହାତକୁ ନେଇଥିବା କ୍ରାଇମବ୍ରାଞ୍ଚ ଟିମ୍ ଦୀର୍ଘ ୧୧ମାସ ଧରି ବିଭିନ୍ନ ଦିଗରୁ ଖୋଳତାଡ଼ କରି ୭୬ ପୃଷ୍ଠାର ଚୂଡ଼ାନ୍ତ ଚାର୍ଜସିଟ୍ ପ୍ରସ୍ତୁତ କରିଥିଲା। ଯେଉଁଥିରେ ରହିଛି ୭୬ଜଣ ସାକ୍ଷୀଙ୍କ ବୟାନ, ସାଇଣ୍ଟିଫିକ୍ ଟିମ୍ ବିଶେଷଜ୍ଞଙ୍କ ମତ ଓ ମାଳ ମାଳ ତଥ୍ୟ।

ପାଟଣାଗଡ଼ ଏସ୍‌ଡିଜେଏମ୍ କୋର୍ଟରେ ଆଜି ଦାଖଲ ହୋଇଛି ଚାର୍ଜସିଟ୍। ଗତ ଅଗଷ୍ଟ ମାସରେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ମଧ୍ୟବର୍ତ୍ତିକାଳୀନ ଚାର୍ଜସିଟ୍ ଦାଖଲ କରିଥିଲା।

ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର ଗିରଫ ହୋଇ ଏବେ ଜେଲ୍‌ରେ ରହିଛି। ଗତବର୍ଷ ଫେବୃଆରୀ ୨୩ରେ ପାଟଣାଗଡ଼ରେ ଘଟିଥିବା ପାର୍ସଲବୋମା ବିସ୍ଫୋରଣରେ ନବବିବାହିତ ସଫ୍ଟୱେର୍‌ ଇଞ୍ଜିନିୟର ସୌମ୍ୟଶେଖର ସାହୁ, ତାଙ୍କର ଜଣେ ସମ୍ପର୍କୀୟ ଆଇଙ୍କର ମୃତ୍ୟୁ ଘଟିଥିବାବେଳେ ପତ୍ନୀ ରୀମାରାଣି ଗୁରୁତର ଆହତ ହୋଇଥିଲେ।

ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଘଟଣାର ମାଷ୍ଟର ମାଇଣ୍ଡ ଅଧ୍ୟାପକ ପୁଞ୍ଜିଲାଲ୍ ମେହେରକୁ ଘଟଣାର ୨ମାସ ପରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।



from OTV Khabar http://bit.ly/2GcOMFe
ପାର୍ସଲବୋମା ବିସ୍ଫୋରଣ ମାମଲା: ଦାଖଲ ହେଲା ଫାଇନାଲ୍‌ ଚାର୍ଜସିଟ୍‌ OTV KHABAR BUREAU ପାର୍ସଲବୋମା ବିସ୍ଫୋରଣ ମାମଲା: ଦାଖଲ ହେଲା ଫାଇନାଲ୍‌ ଚାର୍ଜସିଟ୍‌ OTV KHABAR BUREAU Reviewed by SUBHENDU BARAL on January 31, 2019 Rating: 5

No comments:

Powered by Blogger.