ରିଆମାଳ: ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କନକାଚୋର ଗ୍ରାମରେ ଅଘଟଣ। ଘର ଅଗଣାରେ ଶୋଇଥିବା ବେଳେ ନିଆଁ ଲାଗି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ସୁନାମୁଣ୍ଡା ଗ୍ରାମର ଜୟରାମ ନାୟକ ।
ମୃତ ଜୟରାମଙ୍କ ନିଜ ଘର ସୁନାମୁଣ୍ଡା ଗ୍ରାମରେ ହୋଇଥିବା ବେଳେ ସେ ପ୍ରାୟ ଅଠର ଧରି କନକାଚୋର ଗ୍ରାମରେ ରହି ଆସୁଥିଲେ। ଜୟରାମ ଖାଇସାରି ଶୋଇଥିବା ବେଳେ ତାଙ୍କ ପଡୋଶୀ ସେ ଶୋଇଥିବା ଖଟରେ ନିଆଁ ଲାଗିଥିବା ଦେଖି ଡାକ ପକାଇଥିଲେ। ପରିବାର ଓ ପାଖ ପଡୋଶୀମାନେ ପାଣି ଢାଳି ନିଆଁ ଲିଭାଇବା ବେଳକୁ ଜୟରାମଙ୍କ ପୂରା ଶରୀର ଜଳ ଯାଇଥିଲା। ଘଟଣା ସମ୍ପର୍କରେ ଖବରପାଇ କଂସର ଫାଣ୍ଡି ଅଧିକାରୀ ସରୋଜ ଚନ୍ଦ୍ର ପାଣୀ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀରର ବ୍ୟବଛେଦ ପାଇଁ ପଠାଇବାପରେ ପରିବାରକୁ ହସ୍ତାନ୍ତର କରିଛନ୍ତି ।
ମୃତ ଜୟରାମ ଜଣେ ନିଶାଖୋର ବ୍ୟକ୍ତି ଓ ସେ ପ୍ରାୟ ସମୟରେ ଧୂମ୍ରପାନ କରୁଥିବାରୁ ଏବଂ ଘଟଣାସ୍ଥଳରେ ଅଧ ପୋଡା ବିଡି ପଡିଥିବାରୁ ବିଡି ନିଆଁରୁ ଏଭଳି ଘଟିଥିବା ଅନୁମାନ କରାଯାଉଛି। ତେବେ ଏହା ଦୁର୍ଘଟଣା କିମ୍ବା ହତ୍ୟା ନା ଆତ୍ମହତ୍ୟା ସେ ନେଇ ପୋଲିସ ପକ୍ଷରୁ ଅନୁସନ୍ଧାନ କରାଯାଉଛି ।
from Prameya News7 http://www.prameyanews7.com/one-person-died-in-the-blaze-while-sleeping-in-the-backyard/
No comments: