ଦିନ ମଜୁରିଆରୁ IPL ଷ୍ଟାର୍, କାର୍ତ୍ତିକେୟଙ୍କ କାହାଣୀ ଆଖିରେ ଆଣିଦେବ ଲୁହ Otv Khabar Bureau

ପାଞ୍ଚ ଥର ଆଇପିଏଲ୍ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ସବୁବେଳେ ଚର୍ଚ୍ଚାରେ ରହିଥାଏ । ହୁଏତ ଏହି ଆଇପିଏଲରେ ପ୍ଲେ ଅଫ୍ ଦୌଡ଼ରେ ମୁମ୍ବାଇ ବାହାରି ଯାଇଛି । କିନ୍ତୁ ପ୍ରଶଂସକମାନେ ମୁମ୍ବାଇର ବାକି ମ୍ୟାଚ୍‌ ଗୁଡ଼ିକରେ ଭଲ ପ୍ରଦର୍ଶନ ଉପରେ ଆଶା ରଖିଛନ୍ତି | ଆଇପିଏଲ୍ ଅନେକ ଯୁବକଙ୍କ ଭବିଷ୍ୟତକୁ ଆକୃଷ୍ଟ କରିଛି ଏବଂ ସେମାନଙ୍କ ଭାଗ୍ୟ ମଧ୍ୟ ବଦଳାଇଛି । ଏପରି କ୍ରିକେଟରଙ୍କ ମଧ୍ୟରୁ ଜଣେ ହେଉଛନ୍ତି କୁମାର କାର୍ତ୍ତିକେୟ । ଯିଏ ଚଳିତ ସିଜିନ ନିଲାମ ବେଳେ ମୁମ୍ବାଇ ଦଳ ପକ୍ଷରୁ କିଣା ହୋଇଥିଲେ।

ନୂତନ ବାମହାତୀ ସ୍ପିନ୍ ସେନ୍‌ସେସନ୍‌ ବା 'ମିଷ୍ଟ୍ରି ସ୍ପିନର୍' ହେଉଛନ୍ତି କାର୍ତ୍ତିକେୟ । ଅନେକ ଯୁବ ଖେଳାଳିଙ୍କ ଠାରୁ ସେ ଟିକେ ଭିନ୍ନ । କାରଣ ସେ ନିଜ ସ୍ୱପ୍ନ ପୂରଣ ପାଇଁ ନିଜ ଘର ଛାଡି ଦେଇଥିଲେ ଏବଂ ଏହାକୁ ହାସଲ କରିବା ପାଇଁ କଠିନ ପରିଶ୍ରମ ମଧ୍ୟ କରିଥିଲେ । ଦିନ ମଜୁରିଆରୁ ଆରମ୍ଭ କରି ଦେଶର ଗୋଟେ ମିଷ୍ଟ୍ରି ସ୍ପିନର ହେବାର ଯାତ୍ରା ହିଁ ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଛି ।

କାର୍ତ୍ତିକେୟଙ୍କ କେଚ୍‌ ସଞ୍ଜୟ ଭରଦ୍ୱାଜଙ୍କ କହିବାନୁଯାୟୀ କାର୍ତ୍ତିକେୟ ପିଲାବେଳୁ ତାଙ୍କ ଘର ଛାଡିଥିଲେ। ରୋଜଗାର ପାଇଁ ତାଙ୍କୁ ଦିନ ମଜୁରୀ କରିବାକୁ ପଡିଥିଲା । ସେ ଆହୁରି କହିଛନ୍ତି ଯେ, କାର୍ତ୍ତିକେୟଙ୍କ ଜୀବନ କାହାଣୀ ହେଉଛି କେବଳ ସଂଘର୍ଷ ।

କାର୍ତ୍ତିକେୟ ନିଜର ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବା ପାଇଁ ପଡ଼ିଆରେ ଏପରି ସମୟରେ ଓହ୍ଲାଇଥିଲେ, ଯେତେବେଳେ ମୁମ୍ବାଇ ପ୍ଲେ ଅଫ୍‌ରେ ସ୍ଥାନ ବଜାୟ ରଖିବା ପାଇଁ ସଂଗ୍ରାମ ଜାରି ରଖିଥିଲା । 'ମିଷ୍ଟ୍ରି ସ୍ପିନର' କାର୍ତ୍ତିକେୟ ପ୍ରଥମ ମ୍ୟାଚରେ ହିଁ ନିଜର କ୍ଷମତା ଦେଖାଇଥିଲେ । ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନଙ୍କୁ ପ୍ରଥମ ମ୍ୟାଚ୍‌ରେ ଆଉଟ୍‌ କରି ରାତାରାତି ଲୋକପ୍ରିୟ ହୋଇଯାଇଥିଲେ ।

ମୁମ୍ବାଇ ଟ୍ୱିଟର ଟ୍ୱିଟର୍‌ ପେଜ୍‌ରେ ଏକ ଭିଡିଓ ସେୟାର କରାଯାଇଥିଲା, ଯେଉଁଥିରେ କାର୍ତ୍ତିକେୟ ନଅ ବର୍ଷ ପରେ ଘରକୁ ଫେରିବା ନେଇ ନିଜର ଉତ୍ସାହ ବାଣ୍ଟିଥିବାର ଦେଖିବାକୁ ମିଳିଥିଲା । ସେ ଭିଡିଓରେ କହିଛନ୍ତି ଯେ, ‘ଜୀବନରେ କିଛି ହାସଲ ନକଲେ ସେ ଘରକୁ ଫେରିବେ ନାହିଁ ବୋଲି ସେ ନିଜକୁ ପ୍ରତିଶୃତି ଦେଇଥିବାର କହିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ମୋତେ ବହୁତ ସମର୍ଥନ କରିଛି । ଯେତେବେଳେ ବୋଲିଂ ପାଇଁ ମୋ ପାଳି ଆସିଲା, ରୋହିତ ଭାଇ ମୋତେ ବିନା ସଙ୍କୋଚରେ ବୋଲିଂ କରିବାକୁ କହିଥିଲେ । ସେ ମୋତେ କହିଥିଲେ ଯେ କେବଳ ବୋଲିଂ ଉପରେ ଧ୍ୟାନ ଦେ ଏବଂ ବାକି ସବୁ ମୋ ଉପରେ ଛାଡିଦେ’।

 

ସେ ଆହୁରି କହିଛନ୍ତି ଯେ, “ମୁଁ ମୋ ବାପାଙ୍କୁ ଯେବେ ଜଣାଇଲି ଯେ ମୁଁ ମୁମ୍ବାଇ ପାଇଁ ଖେଳିବାକୁ ଯାଉଛି। ସେ ତାଙ୍କର ପୁରା ବାଟାଲିୟନକୁ ଏକଥା ଜଣାଇଥିଲେ । ମ୍ୟାଚ୍ ପରେ ଯେତେବେଳେ ସେ ମୋ ସହ ଏକ ଭିଡିଓ ସେୟାର କରିଥିଲେ, ଏହା ମୋ ପାଇଁ ଏକ ସ୍ମରଣୀୟ ଅନୁଭୂତି ଥିଲା । ଭିଡିଓରେ, ମୁଁ ମୋ ବାପାଙ୍କ ମୁହଁରେ ହସ ଦେଖିଥିଲି ଯାହା ଗତଥର ମୁଁ ପିଲାଦିନେ ଦେଖିଥିଲି । ଯେତେବେଳେ ମୁଁ ମୋ ପରିବାର ସହ ଦେଖା କରିବି, ମୁଁ ବହୁତ ଉତ୍ସାହିତ ରହିବି। କାରଣ ମୁଁ ମୋ ଘରକୁ ୯ ବର୍ଷ ପରେ ଫେରୁଛି”।

ଏହି ଭିଡିଓର ସମ୍ପୂର୍ଣ୍ଣ ସଂସ୍କରଣ ବୁଧବାର ରାତି ୯ ଟାରେ ପ୍ରିମିୟର୍ ହେବ । ଯେଉଁଥିରେ କାର୍ତ୍ତିକେୟଙ୍କ ପ୍ରେରଣାଦାୟକ ଯାତ୍ରା ଉପସ୍ଥାପନ କରାଯିବ ।



from Latest Odisha News, Breaking News Today | Top Updates on Corona - OTV News https://ift.tt/nKhctO7
ଦିନ ମଜୁରିଆରୁ IPL ଷ୍ଟାର୍, କାର୍ତ୍ତିକେୟଙ୍କ କାହାଣୀ ଆଖିରେ ଆଣିଦେବ ଲୁହ Otv Khabar Bureau ଦିନ ମଜୁରିଆରୁ IPL ଷ୍ଟାର୍, କାର୍ତ୍ତିକେୟଙ୍କ କାହାଣୀ ଆଖିରେ ଆଣିଦେବ ଲୁହ Otv Khabar Bureau Reviewed by SUBHENDU BARAL on May 10, 2022 Rating: 5

No comments:

Powered by Blogger.