ବାହାଘରରେ ଡିଜେ ବଜାଇବାକୁ ନେଇ ହେଲା ପାଟିତୁଣ୍ଡ; ଗୁଳିକାଣ୍ଡରେ ଜଣେ ମୃତ   

ମୁଜାଫରନଗର ୧୦/୦୫ :  ଗୀତ ବଜାଇବାକୁ ନେଇ ଆରମ୍ଭ ହେଲା ଯୁକ୍ତି ତର୍କ। ପରେ ଏହା ଉଗ୍ର ରୂପ ନେବାରୁ ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି । ଏପରି ଏକ ଘଟଣା ଉତ୍ତରପ୍ରଦେଶର ମୁଜାଫରନଗରରେ ଥିବା ସାହାପୁର ଅଞ୍ଚଳରେ ଘଟିଛି । ବାହାଘରରେ ଗୀତ ବଜାଇବାକୁ ନେଇ ମତାନ୍ତର ହେବାରୁ ବର ଉତ୍ୟକ୍ତ ହୋଇ ବାହାଘରକୁ ଆସିଥିବା ଜଣେ ଅତିଥିଙ୍କୁ ଗୁଳି କରି ହତ୍ୟା କରିଛି ବୋଲି ପୋଲିସ କହିଛି।

ମୃତକଙ୍କ ପରିଚୟ ଜାଫର ଅଲ୍ଲୀ ଓ ସେ କନ୍ୟାପକ୍ଷରୁ ଥିଲେ ବୋଲି କୁହାଯାଇଛି।  ବାହାଘର ଶୋଭାଯାତ୍ରାରେ ଡିଜେ ବଜାଇବାକୁ ନେଇ କନ୍ୟା ପକ୍ଷ ଓ ବରପକ୍ଷ ମଧ୍ୟରେ ଝଗଡ଼ା ହୋଇଥିଲା ବୋଲି ଆସିଷ୍ଟାଣ୍ଟ ଏସପି (ଗ୍ରାମୀଣ) ଅତୁଲ ଶ୍ରୀବାସ୍ତବ କହିଛନ୍ତି।

ଝଗଡ଼ା ବଢ଼ିବାରୁ ବର ଇଫ୍ତିଖାର ସମସ୍ତଙ୍କ ସାମ୍ନାରେ ଅଲ୍ଲୀଙ୍କୁ ଗୁଳିକରି ଥିଲେ ଫଳରେ ଗଭୀର ଆହତ ହୋଇଥିଲେ।  ପରେ ତାଙ୍କୁ ଡାକ୍ତରଖାନା ନେବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପୋଲିସ ଇଫ୍ତିଖାରଙ୍କୁ ଗିରଫ କରିବା ସହିତ ସେହି ଗାଁରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି।



from Prameya News7 https://ift.tt/ZuEGW2K
ବାହାଘରରେ ଡିଜେ ବଜାଇବାକୁ ନେଇ ହେଲା ପାଟିତୁଣ୍ଡ; ଗୁଳିକାଣ୍ଡରେ ଜଣେ ମୃତ    ବାହାଘରରେ ଡିଜେ ବଜାଇବାକୁ ନେଇ ହେଲା ପାଟିତୁଣ୍ଡ; ଗୁଳିକାଣ୍ଡରେ ଜଣେ ମୃତ    Reviewed by SUBHENDU BARAL on May 10, 2022 Rating: 5

No comments:

Powered by Blogger.