ଦେବଦୂତ ସାଜିଲେ CRPF କମାଣ୍ଡର, ଖରାପ ରାସ୍ତା ଯୋଗୁଁ ଗର୍ଭବତୀ ମହିଳାଙ୍କୁ ୬କିମି ଭାରରେ ବୁହାଇଲେ ଯବାନ

ବିଜାପୁର ୨୨।୦୧: ଗର୍ଭବତୀ ମହିଳାଙ୍କ ପାଇଁ ଦେବଦୂତ ସାଜିଲେ ଯବାନ । ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଚଳ ବିଜାପୁର ଜିଲ୍ଲା ମୁତୟନ ଥିବା CRPF ଯବାନମାନେ ଜଣେ ଗର୍ଭବତୀ ମହିଳାଙ୍କୁ ଭାର ସାହାର୍ଯ୍ୟରେ ଛଅ କିଲୋମିଟର ବୋହି ଆଣିଛନ୍ତି । ମହିଳାଙ୍କୁ ଭାରରେ ବୋହି ଆଣି ମେଡିକାଲରେ ପହଞ୍ଚାଇଲେ ଯବାନ ।

ସୂଚନାଯୋଗ୍ୟ ଯେ, ୮୫ ବାଟାଲିୟନ୍‌ର ସିଆରପିଏଫ୍ ଯବାନମାନେ ବିଜାପୁର ଜିଲ୍ଲା ପଦେଡା ଗାଁରେ ନକ୍ସଲ ବିରୋଧୀ ଅପରେସନ ସାମିଲ୍‌ ଥିଲେ । ଏହି ସମୟରେ ସ୍କୁଲରେ ପଢୁଥିବା ଜଣେ ଛାତ୍ର ଗର୍ଭବତୀ ମହିଳାଙ୍କ ସମ୍ପର୍କରେ ଆସି ଯବାନମାନଙ୍କୁ ସୂଚନା ଦେଇଥିଲା । ତେବେ ଉପସ୍ଥିତି ଥିବା ଯବାନମାନଙ୍କ ଉପରିସ୍ଥ ଅଧିକାରୀଜଣଙ୍କ ତତ୍‌କ୍ଷତଣତା ମହିଳାଙ୍କ ଘରେ ପହଞ୍ଚିଥିଲା । ଯବାନଙ୍କ ସହ ପ୍ରାଥମିକ ଉପଚାର କରିବା ପାଇଁ ମେଡିକାଲ ଟିମ୍‌ ମଧ୍ୟ ଉପସ୍ଥିତ ଥିଲେ । ତେବେ ଗର୍ଭବତୀ ମହିଳାଙ୍କୁ ପ୍ରସବ ପୀଡି ଅତ୍ୟଧିକ ହେବାରୁ ଯବାନମାନେ ତୁରନ୍ତ ନିକଟସ୍ଥ ମେଡିକାଲରେ ପହଞ୍ଚାଇବା ପାଇଁ ଯୋଜନା ଆରମ୍ଭ କରିଥିଲେ । କିନ୍ତୁ ପଦେଡା ଗାଁ ଜଙ୍ଗଲ ମଧ୍ୟରେ ହୋଇଥିବାରୁ , ଗାଁକୁ ଗାଡି ମଟର ଯିବାଆସିବାରେ ଅସୁବିଧା ହୋଇଥାଏ । ତେଣୁ ଯବାନମାନେ ତୁରନ୍ତ ଲମ୍ବା ବାଉଁସ ସାହାର୍ଯ୍ୟରେ ଏକ ଭାରା ପ୍ରସ୍ତୁତ କରିଥିଲେ । ଏବଂ ଭାରାରେ ଗର୍ଭବତୀ ମହିଳାଙ୍କୁ ଛଅ କିଲୋମିଟର ପର୍ଯ୍ୟନ୍ତ ବୋହି ଆଣିଥିଲେ । କିଛି ବାଟ ଆସିବା ପରେ ଏକ ଆମ୍ବଲୁନ୍ସ ଯୋଗେ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସିଆରପିଏଫ ଯବାନ ସହଯୋଗ ପାଇଁ ମହିଳ ଜଣଙ୍କୁ ଉପଯୁକ୍ତ ସମୟରେ ମେଡିକାଲରେ ପହଞ୍ଚିପାରିଥିଲେ ।



from Prameya News7 https://ift.tt/2RE0Fbh
ଦେବଦୂତ ସାଜିଲେ CRPF କମାଣ୍ଡର, ଖରାପ ରାସ୍ତା ଯୋଗୁଁ ଗର୍ଭବତୀ ମହିଳାଙ୍କୁ ୬କିମି ଭାରରେ ବୁହାଇଲେ ଯବାନ ଦେବଦୂତ ସାଜିଲେ CRPF କମାଣ୍ଡର, ଖରାପ ରାସ୍ତା ଯୋଗୁଁ ଗର୍ଭବତୀ ମହିଳାଙ୍କୁ ୬କିମି ଭାରରେ ବୁହାଇଲେ ଯବାନ Reviewed by SUBHENDU BARAL on January 21, 2020 Rating: 5

No comments:

Powered by Blogger.