IPL 2022: ରାଜସ୍ଥାନକୁ ୮ ଓ୍ଵିକେଟ୍ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ, ପ୍ଲେ ଅଫ ଆଶା ଉଜ୍ଜିବୀତ

ମୁମ୍ବାଇ: ମିଚେଲ୍ ମାର୍ଶଲ ଏବଂ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ନିଜର ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୮ ଓ୍ଵିକେଟ୍‌ରେ ହରାଇଛି। ଆଇପିଏଲର ୫୮ତମ ମୁକାବିଲାକୁ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ ଦୌଡରେ ନିଜକୁ ରଖି ପାରିଛି। ଦଳ ୧୨ଶ ମ୍ୟାଚରୁ ଷଷ୍ଠ ବିଜୟ ପରେ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ରାଜସ୍ଥାନ ରୟାଲ୍ସ ୧୨ଶ ମ୍ୟାଚରୁ ପଞ୍ଚମ ପରାଜୟ ପରେ ବି ୧୪ ପଏଣ୍ଟ ସହ ତାଲିକାର ତୃତୀୟ ସ୍ଥାନରେ ରହିଛି। ଦିଲ୍ଲୀ ଏବଂ ରାଜସ୍ଥାନର ଆଉ ଦୁଇଟି ମ୍ୟାଚ୍ ବାକି ରହିଛି।

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ରବିଚନ୍ଦ୍ରନ ଅଶ୍ଵିନଙ୍କ ୫୦ ଏବଂ ଦେବଦତ୍ତ ପାଡିକଲଙ୍କ ୪୮ ରନ ବଳରେ ୬ ଓ୍ଵିକେଟ୍ ହରାଇ ୧୬୦ ରନ କରିଥିଲା। ଦିଲ୍ଲୀ ପକ୍ଷରୁ ଚେତନ ସକାରିଆ, ମିଚେଲ ମାର୍ଶ ଏବଂ ଅନରିଚ ନୋର୍ତ୍ତଜେ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଜବାବରେ ମିଚେଲ୍ ମାର୍ଶଙ୍କ ବିସ୍ଫୋରକ ୮୯ ରନ ଏବଂ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ଅପରାଜିତ ୫୨ ରନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୧୮.୧ ଓଭରରେ ୨ ଓ୍ଵିକେଟ୍ ହରାଇ ସହଜରେ ବିଜୟ ଲକ୍ଷ୍ୟ  ହାସଲ କରି ନେଇଛି। ଟ୍ରେଣ୍ଟ ବୋଲ୍ଟ ଏବଂ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେବାରେ ସକ୍ଷମ ହୋଇଛନ୍ତି।



from Prameya News7 https://ift.tt/W23TFC4
IPL 2022: ରାଜସ୍ଥାନକୁ ୮ ଓ୍ଵିକେଟ୍ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ, ପ୍ଲେ ଅଫ ଆଶା ଉଜ୍ଜିବୀତ IPL 2022: ରାଜସ୍ଥାନକୁ ୮ ଓ୍ଵିକେଟ୍ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ, ପ୍ଲେ ଅଫ ଆଶା ଉଜ୍ଜିବୀତ Reviewed by SUBHENDU BARAL on May 11, 2022 Rating: 5

No comments:

Powered by Blogger.