ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ସିରିଜରୁ କୋହଲିଙ୍କୁ ମିଳିପାରେ ବିଶ୍ରାମ, ଏ ହେଉଛି କାରଣ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ସିରିଜରେ ବିଶ୍ରାମ ଦିଆଯାଇପାରେ। ଆଶା କରାଯାଉଛି ଏହି ବିରତିରେ କୋହଲି ନିଜର ଥକାପଣ ଦୂର କରି  ପାରିବେ। ଚେତନ ଶର୍ମାଙ୍କ ନେତୃତ୍ଵାଧୀନ ଜାତୀୟ ଚୟନକର୍ତ୍ତା ସମିତି ଭାରତର ଏକ ନମ୍ବର ବ୍ୟାଟସମ୍ୟାନଙ୍କୁ କିଛି ସମୟ ପାଇଁ ବିଶ୍ରାମ ଦେବାକୁ ବିଚାର କରୁଛନ୍ତି, କାରଣ କୋହଲି ଗତ ଦୁଇ ମାସ ହେବ ବାୟୋ ବବଲରେ ରହି ଆସିଛନ୍ତି।

କୋହଲି ସଂପ୍ରତି ନିଜ କ୍ୟାରିୟରରେ ଖରାପ ସମୟ ଦେଇ ଗତି କରୁଛି। ଗତ ତିନି ବର୍ଷ ହେବ ସେ ଅନ୍ତର୍ଜାତୀୟ କ୍ରିକେଟରେ ଶତକଟିଏ ଅର୍ଜନ କରି ପାରି ନାହାନ୍ତି। ବିସିସିଆଇର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି, ବିରାଟ କୋହଲିଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରୁ ବିଶ୍ରାମ ଦିଆଯିବାର ସମ୍ଭାବନା ରହିଛି। ସେ ଦୀର୍ଘ ସମୟ ଧରି ନିରନ୍ତର କ୍ରିକେଟ୍ ଖେଳୁଛନ୍ତି। କୋହଲି ଏବଂ ଅନ୍ୟ ବରିଷ୍ଠ ଖେଳାଳି ସମୟ ସମୟରେ ବ୍ରେକ  ଦିଆଯିବାର ନୀତିଗତ ନିଷ୍ପତ୍ତି ରହିଥିବା ଅଧିକାରୀ କହିଛନ୍ତି।

ଦକ୍ଷିଣ ଆଫ୍ରିକା ଜୁନ ୧୯ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବା ପାଇଁ ଭାରତ ଗସ୍ତ କରିବ। ଏହି ମୁକାବିଲା ଦିଲ୍ଲୀ, କଟକ, ବିଶାଖାପାଟନମ, ରାଜକୋଟ୍ ଏବଂ ବେଙ୍ଗାଲୁରୁରେ ଖେଳାଯିବ। ଏହାପରେ ଭାରତ ଜୁନ-ଜୁଲାଇରେ ଇଂଲଣ୍ଡ ଗସ୍ତ କରିବ। ଏହା ପୂର୍ବରୁ ଆୟରଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚର ଟି-୨୦ ସିରିଜ୍ ଖେଳିବ। ଏହା ପରେ ଇଂଲଣ୍ଡ ବିପକ୍ଷରେ ୨୦୨୧ର ପାଞ୍ଚ ମ୍ୟାଚର ଟେଷ୍ଟ ସିରିଜର ଶେଷ ମୁକାବିଲା ଖେଳିବ। ଉକ୍ତ ଗସ୍ତରେ ଭାରତ ଘରୋଇ ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚର ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳାଯିବ।



from Prameya News7 https://ift.tt/aW43oKV
ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ସିରିଜରୁ କୋହଲିଙ୍କୁ ମିଳିପାରେ ବିଶ୍ରାମ, ଏ ହେଉଛି କାରଣ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ସିରିଜରୁ କୋହଲିଙ୍କୁ ମିଳିପାରେ ବିଶ୍ରାମ, ଏ ହେଉଛି କାରଣ Reviewed by SUBHENDU BARAL on May 11, 2022 Rating: 5

No comments:

Powered by Blogger.