ଇସ୍ଲାମାବାଦ ୧୧/୦୫ : ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି। ସେଥିପାଇଁ ସେଠାରେ ରହୁଥିବା ବହୁ ହିନ୍ଦୁ ଏବେ ଭାରତକୁ ଆସିବାକୁ ଚାହୁଁଛନ୍ତି। ଏପରି ପରିସ୍ଥିତିରେ ପାକିସ୍ତାନ ସେମାନଙ୍କୁ ଆସିବାକୁ ଦେଉନାହିଁ। ଏପରି ଭାବେ ୧୦ ଜଣ ଲୋକଙ୍କର ଭିସା କ୍ୟାନସଲ ହେବାରୁ ସେମାନଙ୍କୁ ନେପାଳ ଦେଇ ବାଡ଼ମେର ଆସିବାକୁ ପଡ଼ିଛି। ସେମାନେ ପାକିସ୍ତାନର ସିନ୍ଧ ମିରପୁରର ବାସିନ୍ଦା ଥିଲେ ବୋଲି ଜଣା ପଡ଼ିଛି।
ପାକିସ୍ତାନର ବାସିନ୍ଦା ୩୨ ବର୍ଷୀୟ ରାଜେଶ କୁମାର ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ପାକିସ୍ତାନରେ ତାଙ୍କୁ ସବୁବେଳେ ଧମକ ଦିଆଯାଉଥିଲା। ସେଠାରେ ତାଙ୍କ ସାନ ଭାଇଙ୍କୁ ପ୍ରଥମେ ମନି ଲଣ୍ଡରିଙ୍ଗ ଅଭିଯୋଗରେ ଗିରଫ କରାଯାଇଥିଲା। ପରେ ସେ ୨୦୨୧ ସେପ୍ଟେମ୍ବର ମାସ ମୁକୁଳିବା ପରେ ତାଙ୍କୁ ତାଙ୍କ ସାଙ୍ଗମାନେ ଅପହରଣ କରି ଟଙ୍କା ମାଗିବା ଆରମ୍ଭ କରିଥିଲେ। ସେମାନେ ତାଙ୍କ ପରିବାରର ମହିଳାମାନଙ୍କୁ ଦୁଷ୍କର୍ମ ଧମକ ମଧ୍ୟ ଦେଉଥିଲେ। ଯେତେବେଳେ ଅପହରଣକାରୀମାନେ ଜାଣିବାକୁ ପାଇଥିଲେଯେ, ରାଜେଶ ଟଙ୍କା ଦେଇାପାରିବେ ନାହିଁ ଏହାର ୪୭ ଦିନ ପରେ ତାଙ୍କ ସାନ ଭାଇଙ୍କୁ ଛାଡ଼ିଦେଇଥିଲେ।
ପାକିସ୍ତାନରେ ରହିଥିଲେ ସେମାନେ ବହୁ ଅସୁବିଧାର ସାମ୍ନା ରିଥାଆନ୍ତେ। ଯେତେବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲଗାତାର ତାଙ୍କୁ ଧମକ ମିଳିଥିଲା ସେଥିପାଇଁ, ସେମାନେ ଶେଷରେ ପାକିସ୍ତାନ ଛାଡ଼ିବେ ବୋଲି ସ୍ଥିର କରିଥିଲେ। ଡିସେମ୍ବର ୯ ରେ ସେମାନେ ଦୁବାଇ ଚାଲିଯାଇଥିଲେ। ସେଠାରେ ତାଙ୍କର ଭାରତ ଭିସାକୁ କ୍ୟାନ୍ସଲ କରି ଦିଆଯାଇଥିଲା। ଡିସେମ୍ବର ୧୬ରେ ନେପାଳରେ ଭିସା ମିଳିବା ଆଶାରେ ସେମାନେ ସେଠାକୁ ଆସିଥିଲେ। ସେଠାରେ ଜଣେ ବ୍ୟକ୍ତିଙ୍କ ସହାୟତାରେ ସେମାନେ ସୀମା ଅତିକ୍ରମ ଭାରତରେ ପହଞ୍ଚିଛନ୍ତି ।
ସୂଚନାଥାଉକି, ମିରପୁର ଖାସରୁ ବାଡ଼ମେରର ଦୂରତା ମାତ୍ର ୨୪୦ କିମି। ପୂର୍ବରୁ ଏହି ସହର ମଧ୍ୟରେ ଥାର ଏକ୍ସ ପ୍ରେସ ଚାଲିଥିଲା। କିନ୍ତୁ ୨୦୧୯ରେ ପାକିସ୍ତାନ ଏହାକୁ ବନ୍ଦ କରିଦେଇଥିଲା। ଯେତେବେଳେ ଭାରତ ଜମ୍ମୁକାଶ୍ମୀରରେ ୩୭୦ ଧାରା ଉଠାଇଦେଇଥିଲା ସେତେବେଳେ ପାକିସ୍ତାନ ମଧ୍ୟ ଥର୍ ଏକ୍ସପ୍ରେସ ବନ୍ଦ କରିଦେଇଥିଲା।
from Prameya News7 https://ift.tt/CRJ4cei

No comments: