ବିଜୁ ଯୁବ ଛାତ୍ର ଜନତା ଦଳର ବ୍ରଜରାଜନଗର ଉପ-ନିର୍ବାଚନୀ ରଣନୀତି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୧୧/୦୫: ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏବଂ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ବ୍ରଜରାଜନଗର ଉପ-ନିର୍ବାଚନ ପରିପ୍ରେକ୍ଷୀରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯୁବ ବିଜେଡି କାର୍ଯ୍ୟାଳୟରେ ଡିଜିଟାଲ ପ୍ଲାଟଫର୍ମରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକକୁ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ (ଯୁବ-ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ, ବ୍ରଜରାଜନଗର ଉପନିର୍ବାଚନରେ ବିଜୁ ଯୁବ ଛାତ୍ର ଜନତା ଦଳର ନିର୍ବାଚନୀ ରଣନୀତି ଏବଂ   ପ୍ରତ୍ୟେକ କର୍ମକର୍ତ୍ତାମାନଙ୍କ ଦାୟିତ୍ଵ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ଏହି ବୈଠକରେ  ବ୍ରଜରାଜନଗର ବିଧାନସଭା ଉପ ନିର୍ବାଚନର ବିଜେଡ଼ି ବିଧାୟକ ପାର୍ଥିନୀ ତଥା ଦିବଂଗତ ବିଧାୟକ ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଶ୍ରୀମତୀ ଅଳକା ମହାନ୍ତି ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ "ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସ୍ବର୍ଗତ କିଶୋର ମହାନ୍ତିଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବା ପାଇଁ ମୁଁ ଉପ- ନିର୍ବାଚନର ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି ଏବଂ ବିଜୁ ଯୁବ-ଛାତ୍ର ଜନତା ଦଳର ପ୍ରତ୍ୟେକ କର୍ମକର୍ତ୍ତା ହେଉଛନ୍ତି ଏହି ଯୁଦ୍ଧର ସାରଥୀ ବୋଲି ସେ କହିଥିଲେ"। ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ଡ଼ଃ ବ୍ୟୋମକେଶ ରାୟ ସମ୍ମାନିତ ଅତିଥି ରୂପେ ଯୋଗଦେଇ କହିଥିଲେ କି "ଯୁବ ଜନତା ଦଳର ପ୍ରତ୍ୟେକ କର୍ମକର୍ତ୍ତା ପୂର୍ବରୁ ସମସ୍ତ ନିର୍ବାଚନରେ ନିଜର ପରାକାଷ୍ଠା ପ୍ରତିପାଦନ କରିଛନ୍ତି ।

ଏହି ନିର୍ବାଚନୀ ପ୍ରସ୍ତୁତି ବୈଠକରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ, ଶୁଭେନ୍ଦୁ ମଙ୍ଗରାଜ, ଛାତ୍ର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅଭିନାଶ ଠାକୁର, ଝାରସୁଗୁଡ଼ା ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରଶାନ୍ତ ଜେନା, ଝାରସୁଗୁଡ଼ା ଜିଲ୍ଲା ଛାତ୍ର ସଭାପତି ପଲାଶ୍ କର୍ମାକରଙ୍କ ସମେତ ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଯୁବ ଛାତ୍ର ନେତୃବୃନ୍ଦ ପ୍ରମୁଖ ଯୋଗ ଦେଇ ନିଜର ମତାମତ ପ୍ରଦାନ କରିଥିଲେ ବୋଲି ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ଆଶିଷ ରଂଜନ ମିଶ୍ର ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି।



from Prameya News7 https://ift.tt/e7QhgqW
ବିଜୁ ଯୁବ ଛାତ୍ର ଜନତା ଦଳର ବ୍ରଜରାଜନଗର ଉପ-ନିର୍ବାଚନୀ ରଣନୀତି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ବିଜୁ ଯୁବ ଛାତ୍ର ଜନତା ଦଳର ବ୍ରଜରାଜନଗର ଉପ-ନିର୍ବାଚନୀ ରଣନୀତି ପ୍ରସ୍ତୁତି ବୈଠକ ଅନୁଷ୍ଠିତ Reviewed by SUBHENDU BARAL on May 11, 2022 Rating: 5

No comments:

Powered by Blogger.