ବାରଙ୍ଗ ୧୧।୦୨: ରାସ୍ତାକଡରୁ ପୁଣି ଏକ ମୃତଦେହ ଉଦ୍ଧାର ହୋଇଛି । ବାରଙ୍ଗ ତ୍ରିଶୁଳିଆ ଫକିରପୋଡ଼ା ରାସ୍ତାକଡ଼ରୁ ମୃତଦେହ ଠାବ କରିଛି ପୋଲିସ । ମୃତକ ରତାଗଡ଼ା ନୂଆସାହି ଗାଁର ଜଗନ୍ନାଥ ପଡିହାରୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ଜଗନ୍ନାଥ କଟକରେ ଏକ ମଦ ଦୋକାନରେ କାମ କରୁଥିଲେ । ପ୍ରତିଦିନ କାମ ସରିବା ପରେ ନିଜ ଘରକୁ ଆସନ୍ତି । ତେବେ ଗତକାଲି ରାତିରେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ମଧ୍ୟ ଖୋଜାଖୋଜ କରିଥିଲା । ଶେଷରେ ଆଜି ବାରଙ୍ଗ ତ୍ରିଶୁଳିଆ ଛକ ନିକଟରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ଯାହାପରେ ତାଙ୍କ ପରିଚୟ ସଂପର୍କରେ ତଥ୍ୟ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବେଚ୍ଛଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଯାଇଛି । ରିପୋର୍ଟ ଆସିବା ପରେ କିଛି ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ଆଶା ରଖିଛି ।
ତେବେ ପ୍ରତିଦିନ ସେହି ରାସ୍ତାରେ ଜଗନ୍ନାଥ ଘରକୁ ଫେରନ୍ତି । ମୃତ୍ୟୁ ପଛର କାରଣ କଣ ହୋଇପାରେ ବୋଲି ଅନେକ ପ୍ରଶ୍ନ ଉଠୁଛି । ଏଠାରେ ସେ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁବରଣ କରିଛନ୍ତି ନା କେହି ଜଗନ୍ନାଥଙ୍କୁ ହତ୍ୟା କରି ଏହି ସ୍ଥାନରେ ଫିଙ୍ଗିଦେଇଛନ୍ତି । ଯାହାର ଖିଅ ଖୋଜୁଛି ପୋଲିସ ।
from Prameya News7 https://ift.tt/3tWZ2b8

No comments: