ଗଞ୍ଜାମ,୧୧/୦୨: ବହୁ ପ୍ରତୀକ୍ଷାର ଘଟିବ ଅନ୍ତ । ଶେଷରେ ଉଦଘାଟନ ହେବ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ବହୁ ପ୍ରକଳ୍ପ। ଗୁରୁବାର ସନ୍ଧ୍ୟା ୫ଟା ସମୟରେ ସ୍ଥାନୀୟ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏହି ସବୁ ପ୍ରକଳ୍ପକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
ମୁଖ୍ୟମନ୍ତ୍ରୀ ୩ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ହିଞ୍ଜିଳିକାଟୁର ନୂତନ ବସ ଟର୍ମିନାଲ, ବରିଷ୍ଠ ନାଗରିକଙ୍କ ପାଇଁ ଚିତୋ ବିନୋଦନ କେନ୍ଦ୍ର, ପୌର ପରିଷଦ ଅତିଥି ଭବନ, ୧୨ଲକ୍ଷ ବ୍ୟୟରେ ନିର୍ମିତ ବିଜୁ ବାବୁଙ୍କ ବ୍ରୋଞ୍ଚ ପ୍ରତିମୂର୍ତ୍ତି, ଶୀତଳ ଭଣ୍ଡାର, ଆର୍.ଏମ.ସି ମାର୍କେଟ କମ୍ପ୍ଲେକ୍ସକୁ ଉଦଘାଟନ କରିବେ ।ସମସ୍ତ ପ୍ରକଳ୍ପ ପାଇଁ ମୋଟ୍ ୨୮, ୦୦, ୫୭, ୬୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ଏହାସହ ୧୩କୋଟି ବ୍ୟୟରେ ନିର୍ମିତ ଉପଖଣ୍ଡ ଚିକିତ୍ସାଳୟ ନୂତନ କୋଠା, ଦେଉଳିବନ୍ଧର ସୌନ୍ଦର୍ଯ୍ୟକରଣ ନୂତନ କୋଠା ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
from Prameya News7 https://ift.tt/3qc8SDw
ଆଜି ହିଞ୍ଜିଳିରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
Reviewed by SUBHENDU BARAL
on
February 10, 2021
Rating:

No comments: