୨ଟି ଗୋରୁ ବୋଝେଇ ଟ୍ରକ ଜବତ, ୬୦ ବଳଦ ଉଦ୍ଧାର

କରଞ୍ଜିଆ,୦୮/୧୦:  ମୟୂରଭଞ୍ଜ ଜିଲ୍ଲା ଯଶିପୁର ପୋଲିସ ଦ୍ବାରା ୨ଟି ବେଆଇନ ବଳଦ ବୋଝେଇ ୧୬ ଚକିଆ ଟ୍ରକ ଜବତ । ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ସମୟରେ  ଯଶିପୁର ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥର ଛେଳିଗୋଧୂଳି ନିକଟରୁ ଏହି  ଦୁଇଟି ଟ୍ରକକୁ ଜବତ କରାଯାଇଛି ।

ସୂଚନାନୁସାରେ,  ଅତି ଦୟନୀୟ ଭାବେ  ଖୁନ୍ଦା ଖୁନ୍ଦି  କରି  ୬୦ ଟି  ବଳଦ ବେଆଇନ୍ ଭାବେ ଟ୍ରକରେ ବୋଝେଇ ହୋଇ କଲିକତା ଅଭିମୁଖେ ଯାଉଥିବା ବେଳେ ପୋଲିସ  ଗାଡି ଦୁଇଟିକୁ ଧରିନେଇଥିଲା। ବର୍ତ୍ତମାନ ଟ୍ରକ୍ ଦୁଇଟି ଯଶିପୁର ଥାନାରେ ଜବତ କରି ରଖାଯାଇଥିବା ବେଳେ  ଗାଈ ବଳଦ ମାନଙ୍କୁ  ନଡା, ପାନୀୟ ଜଳ ଦିଆଯାଉଛି ।

ଏସଂପର୍କରେ ଯଶିପୁର ଥାନାରେ ଏକ ମାମଲା ରୁଜ୍ଜୁ ହେବା ସହ ଚାଲାଣ ହେଉଥିବା ୬୦ ଟି ବଳଦଙ୍କୁ ଗୋଶାଳାରେ  ରଖାଯିବ ସୂଚନା ମିଳିଛି ।  ସେପଟେ ଏହି ବେଆଇନ କାରବାରରେ ସଂପୃକ୍ତ ବ୍ୟକ୍ତି, ଦୁଇ ଟ୍ରକର ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବାରୁ ପୋଲିସ ସେମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି ।



from Prameya News7 https://ift.tt/2WQ4rVw
୨ଟି ଗୋରୁ ବୋଝେଇ ଟ୍ରକ ଜବତ, ୬୦ ବଳଦ ଉଦ୍ଧାର ୨ଟି ଗୋରୁ ବୋଝେଇ ଟ୍ରକ ଜବତ, ୬୦ ବଳଦ ଉଦ୍ଧାର Reviewed by SUBHENDU BARAL on October 07, 2021 Rating: 5

No comments:

Powered by Blogger.