ଭୁବନେଶ୍ୱର,୧୧/୦୨: ଧିରଧିରେ ଖୋଲୁଛି ଝରାଫୁଲ ମୃତ୍ୟୁର ସସପେନ୍ସ । ବହୁ ଚର୍ଚ୍ଚିଚ ରହସ୍ୟମୟ ମୃତ୍ୟୁ ଘଟଣାରେ ଯାଜପୁର କୁଆଖିଆ ଥାନା ପୁଲିସ କିଛି ଥଳକୂଳ ପାଉନି । କିନ୍ତୁ ଭିସେରା ରିପୋର୍ଟ ପୋଲିସ ହାତରେ ଲାଗିଛି। ଏବେ ରିପୋର୍ଟର ତର୍ଜମା କରାଯାଉଛି । ଖୁବ୍ଶୀଘ୍ର ମୃତ୍ୟୁ ରହସ୍ୟରୁ ପରଦା ହଟିବ ବୋଲି ସୂଚନା ଦେଇଛି ପୋଲିସ ।
ରାଜ୍ୟ ଅପରାଧ ବିଧି ବିଜ୍ଞାନଗାର ପକ୍ଷରୁ ଭିସେରା ରିପୋର୍ଟ ପୋଲିସକୁ ପ୍ରଦାନ କରାଯାଇଛି । ରିପୋର୍ଟ ଉଲ୍ଲେଖ ରହିଛି ଯେ, ଝରାଫୁଲଙ୍କୁ ନିଶା କିମ୍ବା ଔଷଧ ଦିଆ ଯାଇଥିଲା। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ନା କୌଣସି ଅସ୍ୱାଭାବିକ କାରଣରୁ ତାଙ୍କର ଅଚାନକ ମୃତ୍ୟୁ ହୋଇଛି, ରିପୋର୍ଟରୁ ଖୁଲାସା ହେବ । ଯେଉଁଥିରୁ ରାକେଶ କେତେ ପରିମାଣରେ ଅପରାଧରେ ସମ୍ପୃକ୍ତ, ତାହା ମଧ୍ୟ ସ୍ପଷ୍ଟ ହେବ ।
ପ୍ରଶ୍ନ ଉଠୁଛି ଯେ, ଝରାଫୁଲ ମୃତ୍ୟୁ ପଛରେ ଏମିତି କ’ଣ ରହସ୍ୟ ରହିଛି ଯେଉଁଥି ପାଇଁ ପୋଲିସ ରିପୋର୍ଟକୁ ଏମିତି ଗୋପନୀୟ ରଖୁଛି? ହତ୍ୟା ମାମଲା ରୁଜୁ କରି ମଧ୍ୟ କାହିଁକି ସ୍ପଷ୍ଟ କରୁନି? ସେପଟେ ସ୍କୁଟରରେ ମୃତଦେହ ନେଇଥିବା ରାକେଶର ସହଯୋଗୀ ଶକ୍ତି ଶେଖରର ପତ୍ତା ମଧ୍ୟ ଲଗାଇ ପାରୁନି ପୋଲିସ । ଝରାଫୁଲଙ୍କ ବାପା ପୋଲିସ୍ର ଏମିତି ଅପାରଗତାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଦିବାସୀ ସମ୍ପ୍ରଦାୟ ଯୋଗୁଁ ପ୍ରଶାସନ ନ୍ୟାୟ ଦେବାରେ ବିଳମ୍ବ କରୁଛି ବୋଲି ସେ ସିଧାସଳଖ ଅଭିଯୋଗ କରିଛନ୍ତି ।
from Prameya News7 https://ift.tt/3p9emxM

No comments: