ଓଡ଼ିଶାରେ ମେଟ୍ରୋ ଟ୍ରେନ୍‌ ସେବା ନେଇ କୌଣସି ପ୍ରସ୍ତାବ ଆସିନଥିବା କହିଲେ କେନ୍ଦ୍ରମନ୍ତ୍ରୀ Rajalaxmi Sahoo

ଭୁବନେଶ୍ୱର: ଓଡ଼ିଶାରେ ମେଟ୍ରୋ ଟ୍ରେନ୍‌ ସେବା ନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ରାଜଧାନୀ ଭୁବନେଶ୍ୱରରୁ ରୌପ୍ୟ ନଗରୀ କଟକକୁ ମେଟ୍ରୋ ଟ୍ରେନ୍‌ ସେବା ଲାଗି ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ବିଜେଡି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ମିଛ ପ୍ରମାଣିତ ହୋଇଛି।

ଦ୍ୱୈତନଗରୀ ମଧ୍ୟରେ ମେଟ୍ରୋ ଚଳାଚଳ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଦିଆଯାଇ ନାହିଁ ବୋଲି କେନ୍ଦ୍ର ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ଗତ ବଜେଟରେ କେନ୍ଦ୍ର ସରକାର ବିଭିନ୍ନ ସହରରେ ମେଟ୍ରୋ ଚଳାଚଳ ପାଇଁ ୮୭, ୮୧୩ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ। ଏଣୁ ଏହି ବ୍ୟୟ ବରାଦ ଭିତରେ ଓଡ଼ିଶାରେ ମେଟ୍ରୋ ଟ୍ରେନ୍‌ ସେବା ପାଇଁ କିଛି ବ୍ୟବସ୍ଥା ଅଛି କି ଜାଣିବା ଲାଗି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଗତକାଲି ଏନେଇ ରାଜ୍ୟସଭାରେ ପ୍ରଶ୍ନ କରିଥିଲେ। ଏହା ଉପରେ ଜବାବ ରଖି କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଓଡ଼ିଶାରେ ମେଟ୍ରୋ ସେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ କେନ୍ଦ୍ରକୁ ଦିଆଯାଇ ନାହିଁ। ସହରାଞ୍ଚଳ ପରିବହନ ସବୁବେଳେ ରାଜ୍ୟ ସରକାରଙ୍କ ଦାୟିତ୍ୱ। ଏନେଇ ରାଜ୍ୟ ସରକାର ପ୍ରାଥମିକ ପଦକ୍ଷେପ ନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଲେ ସହାୟତା ଯୋଗାଇ ଦିଆଯାଇଥାଏ।

ଓଡ଼ିଶାରେ ମେଟ୍ରୋ ସେବା ନେଇ ରାଜ୍ୟ ସରକାରଙ୍କର ଆନ୍ତରିକତା କେତେ, ତାହା ଜଣାପଡୁଛି। ଯଦି, ପ୍ରସ୍ତାବ ଏବେ ଯାଏ ଦିଆଯାଇନି ତେବେ ମେଟ୍ରୋ ରେଳର ସ୍ୱପ୍ନ କେବେ ପୂରଣ ହେବ, ସେନେଇ ପ୍ରଶ୍ନ ଉଠିଛି।

The post ଓଡ଼ିଶାରେ ମେଟ୍ରୋ ଟ୍ରେନ୍‌ ସେବା ନେଇ କୌଣସି ପ୍ରସ୍ତାବ ଆସିନଥିବା କହିଲେ କେନ୍ଦ୍ରମନ୍ତ୍ରୀ appeared first on OTV Khabar..



from OTV Khabar. https://ift.tt/3qaLExI
ଓଡ଼ିଶାରେ ମେଟ୍ରୋ ଟ୍ରେନ୍‌ ସେବା ନେଇ କୌଣସି ପ୍ରସ୍ତାବ ଆସିନଥିବା କହିଲେ କେନ୍ଦ୍ରମନ୍ତ୍ରୀ Rajalaxmi Sahoo ଓଡ଼ିଶାରେ ମେଟ୍ରୋ ଟ୍ରେନ୍‌ ସେବା ନେଇ କୌଣସି ପ୍ରସ୍ତାବ ଆସିନଥିବା କହିଲେ କେନ୍ଦ୍ରମନ୍ତ୍ରୀ Rajalaxmi Sahoo Reviewed by SUBHENDU BARAL on February 10, 2021 Rating: 5

No comments:

Powered by Blogger.