ଆନ୍ଦୋଳନରୁ ହଟିବାକୁ କୃଷକ ନାରାଜ, ଆସନ୍ତା ୧୮ ତାରିଖରେ ସାରା ଦେଶରେ ରେଳ ରୋକ୍ କରିବେ ଚାଷୀ

ନୂଆଦିଲ୍ଲୀ, ୧୧|୦୨ : ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକଙ୍କୁ ଆନ୍ଦୋଳନ ଶେଷ କରିବାକୁ କହିଥିଲେ ।କିନ୍ତୁ କୃଷକ ସଙ୍ଗଠନ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ ଯୋଜନା କରିଛନ୍ତି । ସଂଯୁକ୍ତ କିଶାନ ମୋର୍ଚ୍ଚା ଫେବ୍ରୁଆରୀ ୧୮ରେ ସାରା ଦେଶରେ ୪ ଘଣ୍ଟା ପାଇଁ ରେଳରୋକ କରିବ ବୋଲି ଘୋଷଣା କରିଛି ।

କୃଷକ ନେତା ଦର୍ଶନ ପାଲ୍ କହିଛନ୍ତି ଯେ, ବୁଧବାର ଅନୁଷ୍ଠିତ ବୈଠକ ପରେ ରେଳ ରୋକ ବାବଦରେ ନିଷ୍ପତ୍ତି ନିଆଯାଇଛି । ଫେବ୍ରୁଆରୀ ୧୨ ତାରିଖରେ ରାଜସ୍ଥାନର ସମସ୍ତ ଟୋଲ୍ ପ୍ଲାଜାରେ ଆନ୍ଦୋଳନ ହେବ । ଟୋଲ ପ୍ଲାଜାକୁ ଟୋଲ୍ ମୁକ୍ତ କରାଯିବ । ଏହାପରେ ଫେବ୍ରୁଆରୀ ୧୪ ତାରିଖରେ ପୁଲଓ୍ୱାମାରେ ସହିଦ ଯବାନଙ୍କ ସ୍ମରଣରେ ସାରା ଦେଶରେ କ୍ୟାଣ୍ଡେଲ ଶୋଭାଯାତ୍ରା ହେବ ।

ଏତତ୍ ବ୍ୟତୀତ ୧୮ ତାରିଖରେ ସାରା ଦେଶରେ ରେଳରୋକ୍ କରାଯିବ । ଦିନ ୧୨ଟାରୁ ଅପରାହ୍ମ ୪ଟା ଯାଏଁ ରେଳ ରୋକ କାର୍ଯ୍ୟକ୍ରମ କରାଯିବ ।

ସୂଚନାଯୋଗ୍ୟ, ବୁଧବାର ପ୍ରଧାନମନ୍ତ୍ରୀ ସଂସଦରେ କହିଥିଲେ ଯେ, ଭାରତ ଏକ ବଡ ଦେଶ । କୌଣସି ନିଷ୍ପତ୍ତି ନିଆଗଲେ ତାକୁ ସମସ୍ତେ ସ୍ୱୀକାର କରିବେ ବୋଲି ସେମିତି ମାନେ ନାହିଁ । ଦେଶ ବିବିଧତାରେ ପରିପୂର୍ଣ୍ଣ । କୌଣସି ସ୍ଥାନରେ ବହୁତ ଲାଭ ହୁଏ ଓ କେଉଁଠି କମ୍ ଲାଭ ହୋଇଥାଏ ।

କୃଷକ ଆନ୍ଦୋଳନକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ଆନ୍ଦୋଳନକୁ ପବିତ୍ର ମାନିଥାନ୍ତି । କିନ୍ତୁ ଏବେ ଆନ୍ଦୋଳନକାରୀ ଏହାର ପବିତ୍ରତା ନଷ୍ଟ କରୁଛନ୍ତି । ଦେଶକୁ ସେମାନେ ଭ୍ରମରେ ପକାଉଛନ୍ତି । ଦେଶ ଏପରି ଆନ୍ଦୋଳନକାରୀଙ୍କୁ ଚିହ୍ନିବା ଆବଶ୍ୟକ ବୋଲି ସେ କହିଥିଲେ ।



from Prameya News7 https://ift.tt/3rIuyYs
ଆନ୍ଦୋଳନରୁ ହଟିବାକୁ କୃଷକ ନାରାଜ, ଆସନ୍ତା ୧୮ ତାରିଖରେ ସାରା ଦେଶରେ ରେଳ ରୋକ୍ କରିବେ ଚାଷୀ ଆନ୍ଦୋଳନରୁ ହଟିବାକୁ କୃଷକ ନାରାଜ, ଆସନ୍ତା ୧୮ ତାରିଖରେ ସାରା ଦେଶରେ ରେଳ ରୋକ୍ କରିବେ ଚାଷୀ Reviewed by SUBHENDU BARAL on February 10, 2021 Rating: 5

No comments:

Powered by Blogger.