ନୂଆଦିଲ୍ଲୀ, ୧୧|୦୨ : ଭାରତରେ କରୋନା ବିପଦ ଧିରେଧିରେ ଟଳୁଛି । ଦେଶରେ କରୋନା ମୃତକଙ୍କ ସଂଖ୍ୟା କମିବାରେ ଲାଗିଛି । ଆକ୍ଟିଭ୍ କେସ୍ ମଧ୍ୟ ହ୍ରାସ ପାଇଛି । ତେବେ ଗତ ସପ୍ତାହେ ହେଲା ୬୦୨ ଜିଲ୍ଲାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୦ ରହିଛି । ଏହି ସବୁ ଜିଲ୍ଲାରେ ଜମେ ହେଲା କରୋନା ଆକ୍ରାନ୍ତ ପ୍ରାଣ ହରାଇ ନାହାଁନ୍ତି ।
ଇଣ୍ଡିଆ ଟୁଡେର ଏକ ସର୍ଭେ ଅନୁସାରେ, ଦେଶର ୭୨୯ ଜିଲ୍ଲାର କରୋନା ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯାଇଥିଲା । ଏଥିରୁ ଜଣା ପଡିଥିଲା ଯେ, ୧୧୬ଟି ଜିଲ୍ଲାରେ ଗତ ୧ ସପ୍ତାହରେ ୧୦ରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଇ ନାହାଁନ୍ତି । ଗୋଟିଏ ପଟେ ଦେଶରେ ଦେଢଲକ୍ଷରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ଏହି ତଥ୍ୟ ଆଶ୍ୱସ୍ତି ପ୍ରଦାନ କରିଛି ।
କିନ୍ତୁ କିଛି ଜିଲ୍ଲାରେ କରୋନା ମାମଲା ବୃଦ୍ଧି ପାଇଛି । ମହାରାଷ୍ଟ୍ର ଓ କେରଳରେ ୧୦ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ମାମଲା ବୃଦ୍ଧି ପାଇଛି । ପୁଣେ, ତିରୁବନ୍ଦପୁରମ, କାଝିକୋଡି, ମୁମ୍ବାଇ, ନାଗପୁର, ଯବତମାଲ, କୋଲ୍ଲମ ଓ ବେଙ୍ଗାଲୁରୁରେ ମୃତ୍ୟୁ ସଂଖ୍ୟା ବଢିଛି।
ସେହିପରି ୨୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଗତ ୧ ସପ୍ତାହରେ ୧୦ ବା ଏହାଠୁ କମ୍ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୯ଟି କେନ୍ଦ୍ରଶାସିତ ଅଞ୍ଚଳରେ ଗତ ସପ୍ତାହେ ହେଲା ଜଣେ ହେଲେ କରୋନା ସଂକ୍ରମିତ ଜୀବନ ହାରି ନାହାଁନ୍ତି । ତେବେ କରୋନା ବିରୋଧରେ ଲଢେଇ ଏତେଟା ସହଜ ନଥିଲା । ଆଇଏମଏ ଅନୁସାରେ କରୋନା ଲଢେଇରେ ୭୩୪ ଡାକ୍ତର ଜୀବନ ହାରିଛନ୍ତି ।
ଏତତ୍ ବ୍ୟତୀତ, ମହାମାରୀର ମୁକାବିଲା ପାଇଁ ଭାରତରେ ଟିକାକରଣ ଆରମ୍ଭ ହୋଇଯାଇଛି । ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମେ ଟିକା ଦିଆଯାଉଛି । ମାର୍ଚ୍ଚ ୧, ୨୦୨୧ ସୁଦ୍ଧା ସମସ୍ତ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି ।
from Prameya News7 https://ift.tt/3aSFJ9Z

No comments: