ଢାବା ମ୍ୟାନେଜରଙ୍କୁ ବଳପୂର୍ବକ ଅପହରଣ, ବସଷ୍ଟାଣ୍ତରୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲା ପୋଲିସ୍

ମୟୁରଭଞ୍ଜ ୧୧।୦୨: ମୟୁରଭଞ୍ଜ ବେତନଟୀ ଅଠର ନମ୍ବର ଜାତୀୟ ରାଜପଥ କଡ ଢାବାରୁ ଢାବା ମ୍ୟାନେଜରକୁ ବଳପୂର୍ବକ ଅପହରଣ । ତୁଳସୀଚଉରାସ୍ଥିତ ପୂଜା ଢାବାର ମ୍ୟାନେଜର ତପନ କୁମାର ସାହୁଙ୍କୁ ରାତି ପ୍ରାୟ ୧୦ଟାରେ କିଛି ଯୁବକ ଆସି ସହିତ ଯୁକ୍ତି ତର୍କ କରିବା ସହ ମାରପିଟ କରି ବଳପୂର୍ବକ ଉଠାଇ ନେଇଥିଲେ ।

ଢାବା ମାଲିକ ବିଷ୍ଣୁ ସାହୁ ବେତନଟୀ ଥାନାକୁ ଜଣାଇବା ପରେ ଘଟଣାସ୍ଥଳରେ ବେତନଟୀ ପୋଲିସ ପହଞ୍ଚି ଅପହୃତ ତପନଙକୁ ଉଦ୍ଧାର କରିଥିଲେ। ବେତନଟୀ ଥାନା ଏ.ଏସ.ଆଇ. ବେଦପ୍ରକାଶ ନନ୍ଦ ଅପହରଣକାରୀଙ୍କୁ ଧରିବା ପାଇଁ ପିଛାକରି ବାରିପଦା ବସ ଷ୍ଟାଣ୍ତରୁ ଉଦ୍ଧାର କରିଥିଲେ। ହେଲେ କୌଶଳକ୍ରମେ ଅପହାରଣକାରୀ ଘଟଣାସ୍ଥଳରୁ ଖସି ପଳାଇବେରେ ସକ୍ଷମ ହୋଇଛନ୍ତି ।

ଗୁରୁତର ତପନକୁ ବେତନଟୀ ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରରେ ଚିକିତ୍ସା ପରେ ଘରକୁ ପଠାଯାଇଛି । ତେବେ କେଉଁ କାରଣରୁ ଏ ଅପହରଣ ହେଲା ତାହା ଅପହୃତ ତପନ କହିପାରୁ ନଥିବା ବେଳେ ପୋଲିସ ପାଖରେ କୌଣସି ସୁରାଖ ମିଳିନାହିଁ । ଅପହରଣକାରୀଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ୍ ସ୍ଥାନରେ ଚଢାଉ ଜାରି ରଖିଛି ।



from Prameya News7 https://ift.tt/2OrnPUp
ଢାବା ମ୍ୟାନେଜରଙ୍କୁ ବଳପୂର୍ବକ ଅପହରଣ, ବସଷ୍ଟାଣ୍ତରୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲା ପୋଲିସ୍ ଢାବା ମ୍ୟାନେଜରଙ୍କୁ ବଳପୂର୍ବକ ଅପହରଣ, ବସଷ୍ଟାଣ୍ତରୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲା ପୋଲିସ୍ Reviewed by SUBHENDU BARAL on February 10, 2021 Rating: 5

No comments:

Powered by Blogger.