ଅନୁଗୁଳ ୧୧।୦୨: ଅନୁଗୁଳ ଖାଲଗାଁ ଭୟାବହ ଅଗ୍ନିକାଣ୍ଡ ଘଟିଛି ।ନିଆଁ ଲାଗି ପୋଡିଯାଇଛି ଘର , ଗୁହାଳ । ତେବେ ଏହି ଅଗ୍ନିକାଣ୍ଡରେ ଗୋରୁ ସହ ୨୨ ଟି ମେଣ୍ଢା ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ପଞ୍ଚୁନାଥ ବିଶ୍ୱାଳ ଏବଂ ବିଶ୍ୱନାଥ ବିଶ୍ୱାଳରେ ଘରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ବ୍ୟାପିବାରେ ଲାଗିଥିଲା । ସ୍ଥାନୀୟଲୋକେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଅସଫଳ ହୋଇଥିଲା । ଶେଷରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କିନ୍ତୁ ଅଗ୍ନିକାଣ୍ଡରେ ୬ବଖରା ଘର ସହ ୮ଟି ଗାଇ ଗୁହାଳ ନଷ୍ଟ ହୋଇଯାଇଛି । ସେହିପରି ଅଗ୍ନିକାଣ୍ଡରେ ୨୨ ଟି ମେଣ୍ଢା ସହ ଗୋଟିଏ ଗାଈ ଜୀବନ୍ତ ପୋଡି ଯାଇଛି ।
from Prameya News7 https://ift.tt/3tL4Cx2
ହୁତୁ ହୁତୁ ହୋଇ ଜଳିଗଲା ଘର ଓ ଗୁହାଳ, ଅନେକ ସମ୍ପତ୍ତି ପୋଡି ପାଉଁଶ
Reviewed by SUBHENDU BARAL
on
February 10, 2021
Rating:

No comments: