ନୂଆଦିଲ୍ଲୀ: ବାଲାକୋଟ ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିଲେ ୩ ଶହ ଆତଙ୍କବାଦୀ। ତେବେ ଏନେଇ ପାକିସ୍ତାନର ପୂର୍ବତନ କୁଟନୀତିଜ୍ଞ ଆଘା ହିଲାଲି ମାନିଛନ୍ତି। ପୂର୍ବରୁ ବାଲାକୋଟ ଏୟାର ଷ୍ଟ୍ରାଇକରେ କାହାର ପ୍ରାଣ ଯାଇନି ବୋଲି ଯୁକ୍ତି ରଖୁଥିବା ଏହି କୁଟନୀତିଜ୍ଞ ଏବେ ଏକ ଟିଭି ଡିବେଟରେ ଭାଗ ନେଇ ୩ଶହ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱୀକାର କରିଛନ୍ତି।
ଗତ ୨୦୧୯ ଫେବ୍ରୁଆରୀ ୨୬ରେ ପିଓକେରେ ଥିବା ବାଲାକୋଟରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍ କରିଥିଲା। ଏଥିରେ ଜୈଶ-ଏ- ମହମ୍ମଦ ଆତଙ୍କବାଦୀ ସଂଗଠନର ଟ୍ରେନିଂ କ୍ୟାଂପ ନଷ୍ଟ ହେବା ସହ ଶତାଧିକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଦାବି କରିଥିଲା ଭାରତ। ସେତେବେଳେ ପାକିସ୍ତାନ ଏହାକୁ ଖଣ୍ଡନ କରିବା ସହ କାହାର ମୃତ୍ୟୁ ହୋଇନାହିଁ ବୋଲି କହିଥିଲା। ପୁଲଓ୍ୱାମା ଆକ୍ରମଣର ଜବାବ ଦେବାକୁ ଭାରତ ଏହି ଏୟାର ଷ୍ଟ୍ରାଇକ୍ କରିଥିଲା।
ବାଲାକୋଟରେ ମରିଥିଲେ ୩ଶହ
ବାଲାକୋଟ ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିଲେ ୩ ଶହ
ମାନିଲେ ପାକିସ୍ତାନର ପୂର୍ବତନ କୁଟନୀତିଜ୍ଞ ଆଘା ହିଲାଲି
ପୂର୍ବରୁ କାହାର ପ୍ରାଣ ଯାଇନି ବୋଲି ଯୁକ୍ତି ରଖୁଥିଲା ପାକିସ୍ତାନ
୨୦୧୯ ଫେବ୍ରୁଆରୀ ୨୬ରେ ଭାରତ କରିଥିଲା ଏୟାର ଷ୍ଟ୍ରାଇକ୍
ଜୈଶ ଆତଙ୍କୀ ସଂଗଠନର କ୍ୟାଂପ ଉପରେ ହୋଇଥିଲା ଏୟାର ଷ୍ଟ୍ରାଇକ୍
ପୁଲଓ୍ୱାମା ଆକ୍ରମଣର ଜବାବରେ ଭାରତ କରିଥିଲା ଏୟାର ଷ୍ଟ୍ରାଇକ୍
ତେବେ ଫେବ୍ରୁଆରୀ ୨୬ରେ ଭାରତୀୟ ବାୟୁସେନା ଦ୍ୱାରା ଆକ୍ରମଣ କରାଯାଥିବା ପାକିସ୍ତାନର ବାଲାକୋଟ ଅଞ୍ଚଳକୁ ଯିବା ଲାଗି ଗଣମାଧ୍ୟମ ପ୍ରବେଶ ଉପରେ ରୋକ୍ ଲଗାଇଥିଲା ପାକିସ୍ତାନ।
ଏହା ପୂର୍ବରୁ ମଧ୍ୟ ରୟଟର୍ ପ୍ରତିନିଧି ସେହିସ୍ଥାନକୁ ଦୁଇ ଦୁଇ ଥର ଯିବାକୁ ଉଦ୍ୟମ କରିଥିଲେ ବି ସମାନ ଢଙ୍ଗରେ ସେମାନଙ୍କ ଯିବାରେ ପ୍ରତିବନ୍ଧକ ଲଗାଇଥିଲେ ପାକିସ୍ତାନ ସୁରକ୍ଷା କର୍ମୀ।
ରୟଟର ପ୍ରତିନିଧି ଯିବାକୁ ଚାହୁଁଥିବା ଏହି ସ୍ଥାନରେ ଏକ ଧାର୍ମିକ ବିଦ୍ୟାଳୟ ଚାଲିଥିବା ନେଇ ସ୍ଥାନୀୟ ଗ୍ରାମବାସୀମାନେ କହୁଥିବା ବେଳେ ଏଠାରେ ଆତଙ୍କବାଦୀ ସଂଗଠନ ଜୈସ୍ ଏ ମହମ୍ମଦର ତାଲିମ ଶିବିର ଚାଲୁଥିବା କଥା ଭାରତ ସରକାର ଦାବି କରୁଛନ୍ତି।
ତେବେ ମୋଟ ଉପରେ କହିବାକୁ ଗଲେ ଏତେ ଦିନ ପରେ ସତ ମାନିଛି ପାକିସ୍ତାନ, ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଚାଲିଛି।
The post ବାଲାକୋଟ ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିଲେ ୩ ଶହ ଆତଙ୍କୀ appeared first on OTV Khabar..
from OTV Khabar. https://ift.tt/39fIZeN
No comments: