ଅଜବ କମ୍ପାନୀ…..ଯେଉଁଠି ଶୌଚାଳ ଗଲେ କର୍ମଚାରୀ ଦିଅନ୍ତି ଜୋରିମାନା Sarbeswar Mohapatra

ନୂଆଦିଲ୍ଲୀ: ଥରେ ଚିନ୍ତା କରନ୍ତୁ ତ….ଆପଣ ନିଜ ଅଫିସରେ ବସିଛନ୍ତି ଆଉ ଆପଣଙ୍କୁ ଶୌଚାଳୟ ଯିବାକୁ ଅଛି। କିନ୍ତୁ ଯିବାକୁ ଅନୁମତି ନାହିଁ, ଆପଣଙ୍କ ଅବସ୍ଥା କଣ ହେବ? ହୁଏତ ଏହି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ। କାରଣ ଏମିତି ଦୁନିଆରେ କେଉଁ ଅଫିସ ଅଛି, ଯେଉଁଠି ଶୌଚାଳୟ ଯିବାକୁ ଅନୁମତି ନାହିଁ। ଆଜ୍ଞା ହଁ, ବିଶ୍ୱରେ ଏମିତି କମ୍ପାନୀ ଅଛି ଯେଉଁଠାରେ ଆପଣ ବାରମ୍ବାର ଶୌଚାଳୟ ଗଲେ ଦେବାକୁ ପଡିବ ଜୋରିମାନା? ମିଳିଥିବା ସୂଚନା ଅନୁସାରେ, ଚାଇନାରେ ଏମିତି ଏକ କମ୍ପାନୀ ଅଛି ଯେଉଁଠି କି ଆପଣ ବାରମ୍ବାର ଶୌଚାଳୟ ଗଲେ ଦେବାକୁ ପଡିବ ଜୋରିମାନା।

ଚାଇନାର ଅନୁପ ଇଲେକ୍ଟ୍ରିକ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କମ୍ପାନୀ । ଏହି କମ୍ପାନୀର ଅଜବ ନିୟମ ଲାଗି ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛି। ଚାଇନାର ଗୁଆଙ୍ଗଡୋଙ୍ଗ ରାଜ୍ୟରେ ଏହି କମ୍ପାନୀ ରହିଛି। ତେବେ କମ୍ପାନୀ ପଲିସି ଅନୁସାରେ ସେଠାରେ କାମ କରୁଥିବା କର୍ମଚାରୀମାନେ ନିଜ ଅଫିସ ଆୱାର ସମୟରେ ଯଦି ବାରମ୍ବାର ଶୌଚାଳୟ ଯାଆନ୍ତି ତେବେ କମ୍ପାନୀ ପକ୍ଷରୁ ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯାଏ। ମିଳିଥିବା ସୂଚନା ଅନୁସାରେ, ନିଦ୍ଧାରିତ ନିୟମଠାରୁ ଅଧିକ ଶୌଚାଳୟ ଗଲେ, ଥରକୁ ପ୍ରାୟ ୨୦ ୟୁଆନ ଅର୍ଥାତ୍ ଭାରତୀୟ ମୁଦ୍ରାରେ ୨୨୦ ଟଙ୍କା ଜୋରିମାନା ଦେବାକୁ ପଡିଥାଏ।

ଅଫିସରେ ଅଧିକ ଶୌଚାଳୟ ଗଲେ ଦେବେ ଜୋରିମାନା

ଥରକୁ ୨୨୦ ଟଙ୍କା ଜୋରିମାନା

ଶୌଚାଳୟ ଯାଉଛନ୍ତି କର୍ମଚାରୀ, କ୍ଷତି ସହୁଛି କମ୍ପାନୀ

ଏମିତି ନିୟମ ସମ୍ପର୍କରେ କମ୍ପାନୀକୁ ପଚରାଯିବାରୁ , କମ୍ପାନୀ କହିଛି ଯେ, ଅନେକ କର୍ମଚାରୀ ଅଛନ୍ତି ଯେଉଁମାନେ କାମ ନକରି ବାରମ୍ବାର ଶୌଚାଳୟରେ ସମୟ ଅତିବାହିତ କରନ୍ତି। ଯାହା ଫଳରେ କମ୍ପାନୀରେ ଯେତିକି କାମ ହେବା କଥା ସେତିକି ହୁଏ ନାହିଁ। ଉଚିତ ଦରମା ଦେବା ପରେ ବି ଯଦି କର୍ମଚାରୀ କମ୍ପାନୀରେ କାମ ନକନ୍ତି, ଏପରି ଭାବରେ ଶୌଚାଳୟ ଯାଇ ସମୟ ଅତିବାହିତ କରନ୍ତି ତେବେ କମ୍ପାନୀ କ୍ଷତି ସହିବ। ତେଣୁ ସେହି ଅଳସୁଆ କର୍ମଚାରୀଙ୍କ ପାଇଁ ଏମିତି ନିୟମ କରାଯାଇଛି।

ନିୟମ ଭଙ୍ଗ କରି ବରଖାସ୍ତ ହେଲେ ୭ କର୍ମଚାରୀ

ସୋସିଆଲ ମିଡିଆରେ ଖବର ଭାଇରାଲ ହେବା ପରେ ବାରମ୍ବାର କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ବି ଦିଆଯାଇଛି। ତେବେ କମ୍ପାନୀର ଏହି ନିୟମ ସମ୍ପର୍କରେ ସୋସିଆଲ ମିଡିଆରେ ଯେଉଁ କର୍ମଚାରୀ ଭାଇରାଲ କରିଛନ୍ତି ସେମାନଙ୍କ ବିରୋଧରେ କମ୍ପାନୀ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ବି ନିଆଯାଇଛି। ପାଖାପାଖି ୭ ଜଣଙ୍କୁ କମ୍ପାନୀ ବରଖାସ୍ତ ମଧ୍ୟ କରିଛି।

ଅଜବ ନିୟମ ପାଇଁ ଚର୍ଚ୍ଚାରେ ଚାଇନା କମ୍ପାନୀ

ଖବର ସୋସିଆଲ ମିଡିଆରେ ତୀବ୍ର ଭାବରେ ଭାଇରାଲ ହେବା ପରେ, କମ୍ପାନୀର ମୁଖପାତ୍ର କହିଛନ୍ତି ଯେ, “ଆମେ ଏମିତି ନିୟମ କରିବାକୁ ବାଧ୍ୟ। ଯେଉଁମାନେ କାମ ଛାଡି ଅଯଥାରେ ଶୌଚାଳୟରେ ସମୟ ଅତିବାହିତ କରୁଛନ୍ତି ସେମାନଙ୍କ ସହ ବାରମ୍ବାର ଆଲୋଚନା ବି କରାଯାଇଛି। କିନ୍ତୁ ସେମାନଙ୍କର କୌଣସି ପରିବର୍ତ୍ତନ ଦେଖିବାକୁ ପାଇନାହିଁ କମ୍ପାନୀ। ତେଣୁ ବାଧ୍ୟ ହୋଇ କମ୍ପାନୀ ନିୟମ କରିଛି। ତେବେ ବାରମ୍ବାର ଶୌଚାଳୟ ଗଲେ ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯାଏ ନାହିଁ ବରଂ ମାସିକ ଦରମାରୁ କମ୍ପାନୀ ଟଙ୍କା କାଟିଦିଏ” ବୋଲି ମୁଖପାତ୍ର ଜଣକ କହିଛନ୍ତି।

ତେବେ ମୋଟ ଉପରେ କହିବାକୁ ଗଲେ, ଶୌଚାଳୟ ଅଧିକ ଥର ଯାଉଥିବାରୁ କୌଣସି କମ୍ପାନୀ ଯେ, ଚାର୍ଜ ଲଗାଇବ ତାହା କେହି ବିଶ୍ୱାସ କରିବେ ନାହିଁ। କିନ୍ତୁ ଚାଇନାର ଏହି କମ୍ପାନୀ ନିଜ କର୍ମଚାରୀଙ୍କ ଅଳସୁଆ ପଣକୁ ପ୍ରତିହତ କରିବାକୁ ଏପରି ନିୟମ କରିଛି।

The post ଅଜବ କମ୍ପାନୀ…..ଯେଉଁଠି ଶୌଚାଳ ଗଲେ କର୍ମଚାରୀ ଦିଅନ୍ତି ଜୋରିମାନା appeared first on OTV Khabar..



from OTV Khabar. https://ift.tt/2Li12sW
ଅଜବ କମ୍ପାନୀ…..ଯେଉଁଠି ଶୌଚାଳ ଗଲେ କର୍ମଚାରୀ ଦିଅନ୍ତି ଜୋରିମାନା Sarbeswar Mohapatra ଅଜବ କମ୍ପାନୀ…..ଯେଉଁଠି ଶୌଚାଳ ଗଲେ କର୍ମଚାରୀ ଦିଅନ୍ତି ଜୋରିମାନା Sarbeswar Mohapatra Reviewed by SUBHENDU BARAL on January 09, 2021 Rating: 5

No comments:

Powered by Blogger.