କଟକରେ ବେଆଇନ୍ ବାଲିଘାଟରେ ଚଢାଉ : ୧୦ଜଣ ଅଟକ, ୭ଟି ଟ୍ରାକ୍ଟର ଜବତ

କଟକ ୧୦।୦୧: ବେଆଇନ୍ ବାଲିଘାଟ ଉପରେ ଚଢାଉ । ବେଆଇନ୍‌ ଭାବେ ଚାଲିଥିବା ବାଲିଘାଟ ଉପରେ କମିଶନରେଟ୍ ପୋଲିସ ପକ୍ଷରୁ ଚଢାଉ କରାଯାଇଛି । ଚଢାଉରେ ୭ଟି ବାଲି ବୋଝେଇ ଟ୍ରାକ୍ଟର ଜବତ ହୋଇଛି ।

ଖବର ଅନୁଯାୟୀ, କଟକ ଗୋପାଳପୁର ସ୍ଥିତ ପାଇକ ସାହିରେ ଚାଲୁଥିବା ବେଆଇନ୍ ବାଲିଘାଟ ଉପରେ କମିଶନରେଟ୍ ପୋଲିସ ଚଢାଉ କରିଛି । ଆଜି ଭୋର ସମୟରେ କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ଚଢାଉ କରିଛି । ଉକ୍ତ ଘାଟରେ  ଚଢାଉ କରି ୭ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି । ଏହାସହିତ ଘଟଣାରେ ୧୦ରୁ ଅଧିକ ଜଣଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ୍ । ସମସ୍ତଙ୍କୁ ପଚାଉପଚରା ଜାରି ରହିଛି । ଚଢାଉ ଏବେବି ଜାରି ରହିଛି । ପୋଲିସ ଟିମ୍ ବାଲିଘାଟସ୍ଥଳରେ ଉପସ୍ଥିତ ରହିଛି । ପ୍ରଶାସନର ବିନା ଅନୁମତିରେ ଏଠାରେ ବାଲିଘାଟ ଚାଲୁଥିଲା । ଯାହାଦ୍ୱାରା କି ଏଠାରୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ଲୁଟ୍‌ ହେଉଥିଲା ।



from Prameya News7 https://ift.tt/3q6Bz4k
କଟକରେ ବେଆଇନ୍ ବାଲିଘାଟରେ ଚଢାଉ : ୧୦ଜଣ ଅଟକ, ୭ଟି ଟ୍ରାକ୍ଟର ଜବତ କଟକରେ ବେଆଇନ୍ ବାଲିଘାଟରେ ଚଢାଉ : ୧୦ଜଣ ଅଟକ, ୭ଟି ଟ୍ରାକ୍ଟର ଜବତ Reviewed by SUBHENDU BARAL on January 09, 2021 Rating: 5

No comments:

Powered by Blogger.