ବଜାରରେ ବିକ୍ରି ହେଉଛି ଧୋନୀଙ୍କ ବାଡ଼ିରେ ଫଳିଥିବା ପରିବା, ଜାଣନ୍ତୁ କାହାର ରହିଛି କେତେ ଦାମ? Sarbeswar Mohapatra

ରାଞ୍ଚି: କ୍ରିକେଟ୍ ପରେ ଏବେ ଫାର୍ମିଂରେ ମନୋନିବେଶ କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏମ୍.ଏସ୍ ଧୋନି। କ୍ରିକେଟରେ ଧାମାକା କରିବା ପରେ ଫାର୍ମିଂରେ କିଛି ଧମାକା କରିବାକୁ ଚିନ୍ତା କରୁଛନ୍ତି ମାହି। ନିଜ ବାଡିରେ ଥିବା ଫାର୍ମ ହାଉସରେ ଚାଷ ଆରମ୍ଭ କରିଛନ୍ତି। କେବଳ ଯେ, ଚାଷ ଆରମ୍ଭ କରିଛନ୍ତି ତାହା ନୁହେଁ ବରଂ ଅମଳ ହୋଇଥିବା ଫସଲକୁ ନେଇ ବଜାରରେ ବିକ୍ରି କରୁଛନ୍ତି ମାହି। ନିଜ ଫାର୍ମାରେ ଅର୍ଗାନିକ ପ୍ରଣାଳୀରେ ଚାଷ କରୁଛନ୍ତି। ଗୋଟିଏ ପଟେ କ୍ରିକେଟରେ ଧୋନୀଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି, ସେପଟେ ନିଜେ ଚାଷ କରି ମାର୍କେଟରେ ଯଦି ଫସଲ ବିକିବେ ତେବେ ତାକୁ ନେବ ନାହିଁ ବା କିଏ?

ବଜାରରେ ବିକ୍ରି ହେଉଛି ଧୋନୀଙ୍କ ଫସଲ। ଅନ୍ୟ ପରିବା ଅପେକ୍ଷା ଧୋନୀଙ୍କ ଫାର୍ମାହାଉସର ଫସଲ ସତରେ ଯେମିତି ନିଆରା। ମୋଟ ଉପରେ କହିବାକୁ ଗଲେ ଏହାକୁ ଅଧିକ ପସନ୍ଦ କରୁଛନ୍ତି ଲୋକେ। ମିଳିଥିବା ସୂଚନା ଅନୁସାରେ, ବଜାରରେ ବିକ୍ରି ହେଉଥିବା ଅନ୍ୟ ଫସଲ ତୁଳନାରେ ଧୋନୀଙ୍କ ଫସଲର ଦାମ ମଧ୍ୟ କମ ରହିଛି। ଯେଉଁ ପରିବା ବଜାରରେ ୪୦ ଟଙ୍କାରେ ବିକ୍ରି ହେଉଛି ସେହି ପରିବା ଧୋନୀଙ୍କ ଫାର୍ମ ହାଉସରେ ୨୦ ଟଙ୍କାରେ ବିକ୍ରି ହେଉଛି। କହିବାକୁ ଗଲେ, ସ୍ୱଳ୍ପ ମୂଲ୍ୟରେ ଭଲ ପରିବା ମିଳୁଥିବା କାରଣରୁ ବଜାରରେ ଚାହିଦା ମଧ୍ୟ ଅଧିକ ରହିଛି। ତେବେ ମାହିଙ୍କ ଫାର୍ମ ହାଉସ ପରିବାରେ ସ୍ୱତନ୍ତ୍ର ଟ୍ୟାଗ୍ ଲଗାଯାଇଥିବା ଦେଖିବାକୁ ମିଳିଛି।ଅର୍ସଦ ଆଲମ ନାମକ ଜଣେ ବ୍ୟକ୍ତି ଧୋନୀଙ୍କ ଫସଲ ବିକ୍ରି କରିବାର ଦାୟିତ୍ୱ ବି ନେଇଛନ୍ତି।

ତେବେ ଅର୍ସଦ କହନ୍ତି, ଆମେ ବଜାରରେ ଯାହା ବିକୁ ତାହା ଅତ୍ୟନ୍ତ ଉନ୍ନତମାନର ଅର୍ଥାତ୍ ଅର୍ଗାନିକ ପରିବା ସେ ବିକ୍ରି କରନ୍ତି। କହିବାକୁ ଗଲେ, ଧୋନୀଙ୍କ ନାଁରେ ଟ୍ୟାଗ ଲାଗୁଥିବାରୁ ଲୋକମାନେ ଅଧିକ ଆକର୍ଷିତ ହେଉଛନ୍ତି ଆଉ ଭଲ ବେପାର ବି ହେଉଛି। ମିଳିଥିବା ସୂଚନା ଅନୁସାରେ, ଝାଡ଼ଖଣ୍ଡ ରାଂଚିରେ ପ୍ରାୟ ୫୫ ଏକର ଜମିରେ ଧୋନୀ ଏହି ଫାର୍ମା ହାଉସ କରିଛନ୍ତି। କେବଳ ଫସଲ ନୁହେଁ ବରଂ ଧୋନୀ ଅନେକ ପ୍ରଜାତିର ଗାଇ ମଧ୍ୟ ରଖିଛନ୍ତି। ପରିବା ସହ କ୍ଷୀର ବେପାର ବି କରୁଛନ୍ତି ମାହି। ଯାହାର ଲିଟରର ଦାମ ୫୦ ଟଙ୍କାରୁ ଅଧିକ ରହିଛି।

କେବଳ ଏତିକି ନୁହେଁ ବରଂ, ଖୁବଶୀଘ୍ର ଧୋନୀଙ୍କ ଫାର୍ମରୁ ଷ୍ଟ୍ରବେରୀ ଓ ଅଣ୍ଡା ଉତ୍ପାଦନ କରାଯିବ। ତେବେ ନିଜର ବ୍ୟସ୍ତତା ଜୀବନ ମଧ୍ୟରେ ବି ନିଜେ ଫାର୍ମର ଦେଖାଶୁଣା କରୁଛନ୍ତି ମାହୀ। ତେବେ କ୍ରିକେଟରେ ଯେଉଁ ପରି ଭାବରେ ଧ୍ୟାନ ଦେଇ ଦେଶ ପାଇଁ ଅନେକ ଆୱାର୍ଡ ଆଣିଛନ୍ତି, ଠିକ ସେହିପରି ଫାର୍ମ ହାଉସ କରି ସୂଲଭ ମୂଲ୍ୟରେ ଫସଲ ବିକ୍ରି କରି ରାଞ୍ଚିବାସୀଙ୍କ ମନ ଜିତିପାରିଛନ୍ତି ମହେନ୍ଦ୍ର ସିଂ ଧୋନୀ।

The post ବଜାରରେ ବିକ୍ରି ହେଉଛି ଧୋନୀଙ୍କ ବାଡ଼ିରେ ଫଳିଥିବା ପରିବା, ଜାଣନ୍ତୁ କାହାର ରହିଛି କେତେ ଦାମ? appeared first on OTV Khabar..



from OTV Khabar. https://ift.tt/3ovrhdN
ବଜାରରେ ବିକ୍ରି ହେଉଛି ଧୋନୀଙ୍କ ବାଡ଼ିରେ ଫଳିଥିବା ପରିବା, ଜାଣନ୍ତୁ କାହାର ରହିଛି କେତେ ଦାମ? Sarbeswar Mohapatra ବଜାରରେ ବିକ୍ରି ହେଉଛି ଧୋନୀଙ୍କ ବାଡ଼ିରେ ଫଳିଥିବା ପରିବା, ଜାଣନ୍ତୁ କାହାର ରହିଛି କେତେ ଦାମ? Sarbeswar Mohapatra Reviewed by SUBHENDU BARAL on January 09, 2021 Rating: 5

No comments:

Powered by Blogger.