ଏସସିବିରୁ ଡିସଚାର୍ଜ ହେଲେ ବିଦ୍ୟାଶ୍ରୀ, ୩୦ରୁ ଅଧିକ ନିଦ ବଟିକା ଖାଇ କରିଥିଲେ ଆତ୍ମହତ୍ୟା ଉଦ୍ୟମ

କଟକ,୦୯/୦୧: ହସ୍ପିଟାଲରୁ ଡିସଚାର୍ଜ ହେଲେ ବିଦ୍ୟାଶ୍ରୀ ।  ଆତ୍ମହତ୍ୟା ଉଦ୍ୟମ କରି କଟକ ଏସସିବିରେ ଭର୍ତ୍ତି ହୋଇଥିବା ମୃତ ସାମାଜିକ କର୍ମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ ହସ୍ପିଟାଲରୁ ଶୁକ୍ରବାର ଡିସ୍‌ଚାର୍ଜ ହୋଇଛନ୍ତି ।ପ୍ରଥମେ  ଆତ୍ମହତ୍ୟା ଉଦ୍ୟମ କରିବା ପରେ ବିଦ୍ୟାଶ୍ରୀଙ୍କୁ  କାଜୁଆଲ୍‌ଟିରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ମେଡିସିନ୍‌ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା ।  ତେବେ ଇମୋସନାଲ ପର୍ସନାଲିଟି ଡିଜଅର୍ଡର ରୋଗରେ ପୀଡ଼ିତ ଥିବାରୁ ବିଦ୍ୟାଶ୍ରୀ ଏସ୍‌ସିବି ମାନସିକ ରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ ।

ଡାକ୍ତରଙ୍କ କହିବାନୁସାରେ, ଦୀର୍ଘଦିନ ହେବ ସେ ଏହି ରୋଗରେ ପୀଡିତ ଅଛନ୍ତି।  ପୂର୍ବରୁ ମଧ୍ୟ ବିଦ୍ୟାଶ୍ରୀ ତାଙ୍କ ବାପାଙ୍କ ମୃତ୍ୟୁ ସମୟରେ ଆତ୍ମହତ୍ୟା ଉଦ୍ୟମ କରି ଏସ୍‌ସିବିକୁ ଆସି ଚିକିତ୍ସିତ ହୋଇଛନ୍ତି । ଏହାବାଦ୍‌ ସ୍ୱାମୀ ଆଦିତ୍ୟଙ୍କ ମୃତ୍ୟୁ ପରେ ସେ ୩ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ।  ବିଦ୍ୟାଶ୍ରୀ ନିୟମିତ ବ୍ୟବଧାନରେ ଏସ୍‌ସିବିକୁ ଆସିବେ ଓ ତାଙ୍କର କାଉନସେଲିଂ କରାଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୧୬ ତାରିଖରେ ବିଦ୍ୟାଶ୍ରୀ ଫେସ୍‌ବୁକ୍‌ରେ ଲାଇଭ ଭିଡିଓ କରି ୩୦ରୁ ଅଧିକ ନିଦ ବଟିକା ଖାଇ ଆତ୍ମହତ୍ୟା ପ୍ରୟାସ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ମେଡିକାଲର କାଜୁଆଲଟି ପରେ ମେଡିସିନ୍‌ ବିଭାଗ ଓ ସେଠାରୁ ମାନସିକ ରୋଗ ଚିକିତ୍ସା ପ୍ରତିଷ୍ଠାନରେ ଭର୍ତ୍ତି କରାଯାଇଥିଲା । ସ୍ୱାମୀ ଆଦିତ୍ୟଙ୍କ ମୃତ୍ୟୁ ପାଇଁ କିଛି ଲୋକ ତାଙ୍କୁ ଓ ତାଙ୍କ ପରିବାରକୁ ଦୋଷ ଦେଉଛନ୍ତି । ବିଦ୍ୟାଶ୍ରୀ ଲାଇଭ ଭିଡିଓ ମାଧ୍ୟମରେ ନିଜ କ୍ଷୋଭ ପ୍ରକାଶ ପରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଥିଲେ ।



from Prameya News7 https://ift.tt/35rrdV0
ଏସସିବିରୁ ଡିସଚାର୍ଜ ହେଲେ ବିଦ୍ୟାଶ୍ରୀ, ୩୦ରୁ ଅଧିକ ନିଦ ବଟିକା ଖାଇ କରିଥିଲେ ଆତ୍ମହତ୍ୟା ଉଦ୍ୟମ ଏସସିବିରୁ ଡିସଚାର୍ଜ ହେଲେ ବିଦ୍ୟାଶ୍ରୀ, ୩୦ରୁ ଅଧିକ ନିଦ ବଟିକା ଖାଇ କରିଥିଲେ ଆତ୍ମହତ୍ୟା ଉଦ୍ୟମ Reviewed by SUBHENDU BARAL on January 08, 2021 Rating: 5

No comments:

Powered by Blogger.