ପୋଖରୀରେ ବୁଡିଗଲା ୩ ବର୍ଷର ଶିଶୁ, ଗାଧୋଇବା ବେଳେ ଗାଁ ଲୋକଙ୍କ ଗୋଡରେ ବାଜିଲା ମୃତଦେହ

ତେଲକୋଇ,୦୯/୦୧: ପୋଖରୀରେ ବୁଡି ତିନି ବର୍ଷର ଶିଶୁ ପୁତ୍ର ମୃତ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଓରିଆ ଗାଁ ରେଙ୍ଗାଳବଡା ମୁଣ୍ଡା ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ଶୁକ୍ରବାର ସନ୍ଧ୍ୟାରେ ମକୁରୁ ମୂଣ୍ଢାଙ୍କ ତିନି ବର୍ଷର ଶିଶୁପୁତ୍ର ପ୍ରିନ୍ସ  ଖେଳିବାକୁ ଯାଇ ଆଉ ଫେରିନଥିଲେ ।  ପରିବାର ଲୋକେ ଖୋଜାଖୋଜି କରି  ମଧ୍ୟ ପ୍ରିନ୍ସର କୌଣସି ପତ୍ତା ପାଇନଥିଲେ । ତେବେ ରାତି ପ୍ରାୟ ୮ ଟା ବେଳକୁ  ଘରପାଖ ପୋଖରୀକୁ କିଛି ଲୋକ ଗାଧୋଉଥିବା ବେଳେ ଶିଶୁର ମୃତ ଦେହ ସେମାନଙ୍କ ଗୋଡରେ ବାଜିଥିଲା ।

ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଏନେଇ ଖବର ଦିଆଯାଇଥିଲା । ଏହାପରେ ଶିଶୁକୁ ଉଦ୍ଧାର କରି ରାତି ୧୦ଟା ବେଳକୁ ତେଲକୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।



from Prameya News7 https://ift.tt/39dVMyp
ପୋଖରୀରେ ବୁଡିଗଲା ୩ ବର୍ଷର ଶିଶୁ, ଗାଧୋଇବା ବେଳେ ଗାଁ ଲୋକଙ୍କ ଗୋଡରେ ବାଜିଲା ମୃତଦେହ ପୋଖରୀରେ ବୁଡିଗଲା ୩ ବର୍ଷର ଶିଶୁ, ଗାଧୋଇବା ବେଳେ ଗାଁ ଲୋକଙ୍କ ଗୋଡରେ ବାଜିଲା ମୃତଦେହ Reviewed by SUBHENDU BARAL on January 08, 2021 Rating: 5

No comments:

Powered by Blogger.