୯ ବର୍ଷର ନାବାଳିକାକୁ ହତ୍ୟା କଲା ୮ ବର୍ଷର ନାବାଳକ ! ଝିଅର ବାପା ଆଣିଲେ ସାଙ୍ଘାତିକ ଅଭିଯୋଗ

ସମ୍ବଲପୁର, ୦୯/୦୧: ଖେଳ ସାଜିଲା କାଳ । ମଜାମସ୍ତିରେ ଖେଳିବା ବେଳେ ନାବାଳକର ବାଡି ମାଡରେ ଜୀବନ ହାରିଲେ ନାବାଳିକା ।  ସମ୍ବଲପୁର ଜିଲ୍ଲା ବୁର୍ଲା ସହରରେ ଏହି ଅଭାବନୀୟ ଘଟଣା ଘଟିଛି । ତେବେ ନାବାଳିକାର ବାପା ନାବାଳକ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ବୁର୍ଲାରେ ୯ ବର୍ଷର ନାବାଳିକାକୁ ୮ ବର୍ଷର ନାବାଳକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ନାବାଳିକାର ବାପା ବୁର୍ଲା ଥାନାରେ ଅଭିଯୋଗ କରିଛନ୍ତି । ଉଭୟେ ଶୁକ୍ରବାର ଖେଳୁଥିବା ସମୟରେ ନାବାଳକ କୌଣସି କାରଣ ବଶତଃ ବାଡିରେ ପିଟି ନାବାଳିକାକୁ ମାରିଥିବା କୁହାଯାଇଛି । ଶୁକ୍ରବାର ଥାନାରେ ଏକ ୟୁଡି କେସ୍ ହୋଇଥିବାବେଳେ ଶନିବାର ନାବାଳିକାର ବାପା ହତ୍ୟା ଅଭିଯୋଗ  ଆଣିଛନ୍ତି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ବୁର୍ଲା ବିଷ୍ଣୁମନ୍ଦିର ପଡାରେ ଅଭିଯୋଗକାରୀ ଦୀପକ ପ୍ରଧାନଙ୍କ ନାବାଳିକା ଝିଅ ଓ ଜଣେ ନାବାଳକ ଖେଳୁଥିଲେ । କୌଣସି କାରଣରୁ ନାବାଳକ ଜଣଙ୍କ ଦୀପକଙ୍କ ଝିଅକୁ ବାଡିରେ ପିଟିଥିଲେ । ଏହାଦ୍ୱାରା ନାବାଳିକାର ନାକ ଓ ମୁଣ୍ଡରେ କ୍ଷତସୃଷ୍ଟି ହେବା ଫଳରେ ସେ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇଯାଇଥିଲେ । ପରେ ଡାକ୍ତରଖାନା ନେବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଶୁକ୍ରବାର ନାବାଳିକାଙ୍କ ବାପା ଏକ ୟୁଡି କେସ୍ କରିଥିବା ବେଳେ ଶନିବାର ହତ୍ୟା ଅଭିଯୋଗ ଆଣିଛନ୍ତି ।



from Prameya News7 https://ift.tt/35oabac
୯ ବର୍ଷର ନାବାଳିକାକୁ ହତ୍ୟା କଲା ୮ ବର୍ଷର ନାବାଳକ ! ଝିଅର ବାପା ଆଣିଲେ ସାଙ୍ଘାତିକ ଅଭିଯୋଗ ୯ ବର୍ଷର ନାବାଳିକାକୁ ହତ୍ୟା କଲା ୮ ବର୍ଷର ନାବାଳକ ! ଝିଅର ବାପା ଆଣିଲେ ସାଙ୍ଘାତିକ ଅଭିଯୋଗ Reviewed by SUBHENDU BARAL on January 08, 2021 Rating: 5

No comments:

Powered by Blogger.