ଆଠଗଡ ୦୯।୦୧: କଟକ ଜିଲ୍ଲାରେ କରୋନାକୁ ନେଇ ଭୟର ବାତାବରଣ । ଆଠଗଡରେ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍ । ରାଧାକୃଷ୍ଣପୁର ପଞ୍ଚାୟତର ଖଣ୍ଡୁଆଳି ଗାଁରେ ୧୬ ଜଣ ପଜିଟିଭ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଖଣ୍ଡୁଆଳି ଗାଁକୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ । କଣ୍ଟାକ୍ଟ ଟ୍ରେସିଂ କରାଯାଇ ଗାଁରେ ପୁଣି ଟେଷ୍ଟି କରାଯିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଖବର ଅନୁଯାୟୀ, ଗାଁରେ କିଛି ଲୋକଙ୍କ ଠାରେ କରୋନା ସଂକ୍ରମଣ ଦେଖାଦେଇଥିଲା । ଯାହାପରେ କଣ୍ଟାକ୍ଟରେ ଆସିଥିବା ଲୋକଙ୍କ ଟେଷ୍ଟ କରାଯାଇଥିଲା । ଟେଷ୍ଟ ପରେ ଖଣ୍ଡୁଆଳି ଗାଁରୁ ୧୬ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଯାହାପରେ ତୁରନ୍ତ ଆକ୍ସନକୁ ଆସିଥିଲା ଜିଲ୍ଲା ପ୍ରଶାସନ । ତୁରନ୍ତ ଖଣ୍ଡୁଆଳି ଗାଁକୁ ୭ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏପରିକି ଚିହ୍ନଟ ହୋଇଥିବା ସମସ୍ତ ପଜିଟିଭ୍ଙ୍କୁ ହୋମ ଆଇସୋଲେସନରେ ଚିକିତ୍ସା କରାଯିବ । ଏହା ସହିତ ଉକ୍ତ ଗ୍ରାମକୁ କଣ୍ଟାକ୍ଟ ଟ୍ରେସିଂ କରାଯାଇ ପୁଣି ଥରେ ଟେଷ୍ଟିଂ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
କରୋନାର ଦ୍ବିତୀୟ ଲହରୀର ଏହା ପ୍ରାରମ୍ଭିକ ପର୍ଯ୍ୟାୟ କି ନା ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହାକୁ ନେଇ ଆଶଙ୍କାମୂଳକ ସ୍ଥିତି ସୃଷ୍ଟି ହୋଇଛି । ଅବଶ୍ୟ ଜିଲ୍ଲାର ଅନ୍ୟ ଅଞ୍ଚଳ ତଥା କଟକ ସହରରେ ସଂକ୍ରମଣ ହ୍ରାସ ଧାରା ଜାରି ରହିଥିବାରୁ ଆଶ୍ବସ୍ତି ପ୍ରକାଶ ପାଇଛି ।
from Prameya News7 https://ift.tt/3hYM7jq

No comments: