ନୂଆଦିଲ୍ଲୀ: ଟ୍ରେନ୍ରେ ଯାତ୍ରା କରିବା ପାଇଁ ଚାହୁଁଥିବା ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଟ୍ରେନ୍ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ ବୁକିଂ କରିହେବ reservation ଟିକେଟ୍। ଆସନ୍ତା ଅକ୍ଟୋବର ୧୦ରୁ reservation ଚାର୍ଟର ଏହି ପୁରୁଣା ନିୟମ ଲାଗୁ ହେବାକୁ ଯାଉଛି। ଏ ନେଇ ଭାରତୀୟ ରେଲ୍ୱେ ପକ୍ଷରୁ ସୂଚନା ଦିଆଯାଇଛି।
ଟ୍ରେନ୍ ଛାଡ଼ିବାର ନିର୍ଦ୍ଧାରିତ/ପୁନଃନିର୍ଦ୍ଧାରିତ ସମୟର ଅଧା ଘଣ୍ଟା ପୂର୍ବରୁ ଭାରତୀୟ ରେଲ୍ୱେ ପକ୍ଷରୁ ଦ୍ୱିତୀୟ reservation ଚାର୍ଟ ଜାରି କରାଯିବ। ସେହିପରି ଟ୍ରେନ୍ ଛାଡ଼ିବାର ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ପ୍ରଥମ reservation ଚାର୍ଟ ପ୍ରସ୍ତୁତ କରାଯିବ। ଯାହା ଫଳରେ ତୁରନ୍ତ କୌଣସି ସ୍ଥାନକୁ ଯିବାକୁ ଚାହୁଁଥିବା ଯାତ୍ରୀମାନଙ୍କୁ ଏହାର ଫାଇଦା ମିଳିପାରିବ।
ରେଲ୍ୱେର କହିବା ମୁତାବକ ପ୍ରଥମ ଚାର୍ଟ ଜାରି ହେବା ପରେ ଅନେକ ସିଟ୍ ଖାଲି ପଡୁଥିଲା। କିଛି ଯାତ୍ରୀ ସେମାନଙ୍କର କାର୍ଯ୍ୟକ୍ରମରେ ପରିବର୍ତ୍ତନ କରୁଥିବା ବେଳେ ଆଉ କିଛି ଯାତ୍ରୀ ଅନ୍ୟ କୌଣସି କାରଣରୁ ସେମାନଙ୍କ ଯାତ୍ରାକୁ ସ୍ଥଗିତ କରି ଦେଉଥିଲେ। ଫଳରେ ଏହି ସବୁ ସିଟ୍ ଖାଲି ପଡ଼ୁଥିଲା। ତେଣୁ ଜରୁରୀ ଥିବା ଯାତ୍ରୀଙ୍କ ଯାତ୍ରା ନିମନ୍ତେ ଖାଲି ପଡ଼ିଥିବା ଏହି ସିଟ୍ ପୂରଣ କରିବା ପାଇଁ ଯାତ୍ରୀମାନଙ୍କୁ reservation ମିଳିପାରିବ। ଏଥିପାଇଁ ରେଲ୍ୱେ ୨ଟି reservation ଚାର୍ଟ ପ୍ରସ୍ତୁତ କରିଛି।
ଆସନ୍ତା ଅକ୍ଟୋବର ୧୦ରୁ reservation ଚାର୍ଟର ଏହି ପୁରୁଣା ନିୟମ ଲାଗୁ ହେବ। ଅର୍ଥାତ୍ reservationର ପ୍ରଥମ ଚାର୍ଟ ଟ୍ରେନ୍ ଛାଡ଼ିବାର ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ପ୍ରସ୍ତୁତ କରାଯିବ। ସେହିପରି ଟ୍ରେନ୍ ଟ୍ରେନ୍ ଛାଡ଼ିବାର ନିର୍ଦ୍ଧାରିତ/ପୁନଃନିର୍ଦ୍ଧାରିତ ସମୟର ୩୦ ମିନିଟ୍ ପୂର୍ବରୁ ୨ୟ reservation ଚାର୍ଟ ପ୍ରସ୍ତୁତ କରାଯିବ। ଏଥିରେ ଖାଲି ପଡ଼ିଥିବା ସିଟ୍ ପାଇଁ ଜରୁରୀ ଥିବା ଯାତ୍ରୀମାନେ ଅନ୍ଲାଇନ୍ କିମ୍ବା କାଉଣ୍ଟରରେ ଟିକେଟ୍ ବୁକିଂ କରି ଯାତ୍ରା କରିପାରିବେ।
The post ଖୁସି ଖବର: ଟ୍ରେନ୍ ଛାଡ଼ିବାର ଅଧ ଘଣ୍ଟା ପୂର୍ବରୁ ବୁକିଂ କରିହେବ ଟିକେଟ୍ appeared first on OTV Khabar..
from OTV Khabar. https://ift.tt/3ll5fIO
No comments: