ଚଳିତ ବର୍ଷ ଶେଷ ସୁଦ୍ଧା ଆସିପାରେ କରୋନା ଟିକା, ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ ମୁଖ୍ୟଙ୍କ ସୂଚନା

ନୂଆଦିଲ୍ଲୀ ୦୭।୧୦: ବିଶ୍ୱରେ ମହାମାରୀ କରୋନା ନେଇ ଆତଙ୍କ ଖେଲିଛି । ଦିନ ଗଡିବା ସହ ଭାଇରସରେ ସଂକ୍ରମଣ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି କୋଭିଡ଼-୧୯ । କିପରି ଏହି ଭାଇରସର ସଂକ୍ରମଣରୁ ଲୋକଙ୍କ ରକ୍ଷା କରିବା , ସେଥିନେଇ ବିଶ୍ୱର ବୈଜ୍ଞାନିକ, ଗବେଷକ, ଡାକ୍ତର ଅହରହ ଉଦ୍ୟମ କରୁଛନ୍ତି । ଏହି ମହାମାରୀକୁ ପ୍ରତିହତ କରିବା ନେଇ ବିଶ୍ୱର ଅନେକ ଦେଶ ଭ୍ୟାକ୍‌ସିନ୍‌ ପ୍ରସ୍ତୁତ କରିବା ଦୌଡରେ ରହିଛି । କିନ୍ତୁ କେବେ ଭ୍ୟାକ୍‌ସିନ୍‌ ଆସିବ , ସେନେଇ କିଛି ସ୍ପଷ୍ଟ ତଥ୍ୟ ମିଳିନଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏକ ସୂଚନା ଦେଇଛି । ଯାହାକି ଏକ ଆଶ୍ୱସ୍ତିକର ଖବର ବୋଲି ମନେ କରାଯାଉଛି ।

ଚଳିତ ବର୍ଷ ଶେଷ ସୁଦ୍ଧା ଆସିପାରେ କରୋନା ଟିକା । ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ (WHO)ର ମୁଖ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ମହାମାରୀ ଉପରେ କାର୍ଯ୍ୟନିର୍ବାହୀ ବୋର୍ଡର ଦୁଇ ଦିନିଆ ବୈଠକ ଶେଷରେ ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍  କହିଛନ୍ତି ଯେ କରୋନା ଦୂର ପାଇଁ ଆମର ଟିକା ଆବଶ୍ୟକ ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଆମର ପାଖରେ ଟିକା ପହଞ୍ଚିପାରେ ।

ବଜାରକୁ ଆସିବା ପରେ ଟିକାକରଣର ସମାନ ବଣ୍ଟନକୁ ନଜରରେ ରଖି ବିଶ୍ବ ଏକତା ଏବଂ ରାଜନୈତିକ ପ୍ରତିବଦ୍ଧତାର ଆବଶ୍ୟକତା ରହିଛି ବୋଲି ଟେଡ୍ରୋସ୍ କହିଥିଲେ । ସେ କହିଛନ୍ତି ଯେ ଆମକୁ ପରସ୍ପରର ଆବଶ୍ୟକତା ଅଛି, ଆମକୁ ଏକତାର ଆବଶ୍ୟକତା ରହିଛି ଏବଂ ଜୀବାଣୁଙ୍କ ମୁକାବିଲା ପାଇଁ ଆମକୁ ସମସ୍ତ ଶକ୍ତି ବ୍ୟବହାର କରିବାକୁ ପଡିବ। WHO ନେତୃତ୍ୱାଧୀନ COVAX ବିଶ୍ବସ୍ତରୀୟ ଟିକା ସୁବିଧା ପାଇପଲାଇନରେ ନଅଟି ପରୀକ୍ଷାମୂଳକ ଟିକା ଅଛି ।

କରୋନା ଭ୍ୟାକ୍‌ସିନ୍‌ ପ୍ରସ୍ତୁତ ଦୌଡ଼ରେ ଅନେକ ରହିଛନ୍ତି । ଯେପରି ଅକ୍ପଫୋର୍ଡ ବିଶ୍ୱବିଦ୍ୟାଳୟ, ଭାରତର ବାୟୋଟେକ୍‌, ଆମେରିକାର ମଡର୍ଣ୍ଣ ପ୍ରମୁଖ ରହିଛି । ବିଶ୍ୱର ଆହୁରି ଅନେକ ଦେଶ ନିଜ ନିଜ ଭ୍ୟାକ୍‌ସିନ୍‌ ପରୀକ୍ଷଣରେ ପ୍ରଗତି ଦେଖିବାକୁ ମିଳିଛି । ତେବେ ଆଗାମୀ ଦିନରେ କେଉଁ ଭ୍ୟାକ୍‌ସିନ୍‌ କେତେ ପ୍ରଭାବଶାଳୀ ରହୁଛି । ତାହା ଦେଖିବାକୁ ରହିଲା ।

ସେହିପରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏକ ବିଶେଷ ବୈଠକରେ କହିଛି ଯେ,  ଦୁନିଆରେ ପ୍ରତି ୧୦ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କରୋନା ଭାଇରସରେ ସଂକ୍ରମଣ ହୋଇଥାନ୍ତି। ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଏ ଅନୁମାନ ବା ଆକଳନର ଅର୍ଥ ହେଉଛି ପୃଥିବୀ ଜନସଂଖ୍ୟାର ଏକ ବଡ଼ ଅଂଶ ବିପଦରେ ରହିଛି। ଏବେ ସୁଦ୍ଧା ଦେଢ଼ଶହରୁ ଅଧିକ ଦେଶରେ ୩.୫ କୋଟି ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମାତ୍ର ସଂଗଠନର କହିବା କଥା ସଂକ୍ରମଣର ଅସଲି ତଥ୍ୟ ୮୦ କୋଟି ପାଖାପାଖି ହୋଇପାରେ।



from Prameya News7 https://ift.tt/30HfFdH
ଚଳିତ ବର୍ଷ ଶେଷ ସୁଦ୍ଧା ଆସିପାରେ କରୋନା ଟିକା, ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ ମୁଖ୍ୟଙ୍କ ସୂଚନା ଚଳିତ ବର୍ଷ ଶେଷ ସୁଦ୍ଧା ଆସିପାରେ କରୋନା ଟିକା, ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ ମୁଖ୍ୟଙ୍କ ସୂଚନା Reviewed by SUBHENDU BARAL on October 06, 2020 Rating: 5

No comments:

Powered by Blogger.