ଭୁବନେଶ୍ୱର: ବଲିଉଡ୍ ଫିଲ୍ମ ‘କୁଛ୍ କୁଛ୍ ହୋତା ହୈ’ ଆପଣ ଦେଖିଥିବେ। ୧୯୯୮ ମସିହାରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ଏକ ପ୍ରେମ କାହାଣୀକୁ ନେଇ ଥିଲା। ଫିଲ୍ମରେ ଶାହାରୁଖ୍, କାଜୋଲ୍ ଏବଂ ରାଣୀ ମୁଖାର୍ଜୀ ମୁଖ୍ୟା ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ କାଜୋଲ୍ଙ୍କ ଅଭିନୟ ଯେତିକି ଦମ୍ଦାର୍ ଥିଲା ତାଙ୍କ ଲୁକ୍ ସେତିକି ନିଆରା ରହିଥିଲା। ଏଥିରେ ସେ ଛୋଟ୍ ଚୁଟିରେ ଏକଦମ୍ ବବ୍ଲି ଲୁକ୍ରେ ନଜର ଆସିଥିଲେ। ଠିକ୍ ସେମିତି ଏକ ଲୁକ୍ରେ ନଜର ଆସିଛନ୍ତି ଓଲିଉଡ୍ ଅଭିନେତ୍ରୀ ଶୀତଲ ପାତ୍ର।
ନିକଟରେ ତରଙ୍ଗ ମ୍ୟୁଜିକ୍ରେ ପ୍ରସାରିତ ହେଉଥିବା ‘କ୍ୟାଲେଣ୍ଡର ୨୦୨୦’ରେ ସେ ସେପ୍ଟେମ୍ବରର ‘ଫେସ୍ ଅଫ୍ ଦ ମନ୍ଥ’ ହୋଇଥିଲେ। ଏହି ମାସ ପାଇଁ ତାଙ୍କର ବବ୍ଲି ଥିମ୍ ଥିଲା। ଶୀତଲ୍ ରେନିକୋର୍ଟ ପିନ୍ଧି ଫଟୋଶୁଟ୍ କରିଥିଲେ।
ନୀଳ ରଙ୍ଗର ଏକ ଟ୍ୟାଙ୍କ ଟପ୍ ଉପରେ ସେ ହଳଦିଆ ରଙ୍ଗର ଏକ ରେନ୍ କୋର୍ଟ ଜ୍ୟାକେଟ୍ ପିନ୍ଧିଥିଲେ। ଯାହା ତାଙ୍କ ଲୁକ୍କୁ ଏକଦମ୍ ଖାସ୍ କରିଦେଉଥିଲା।
ସୂଚନାୟୋଗ୍ୟ, ତରଙ୍ଗ ମ୍ୟୁଜିକ୍ରେ ପ୍ରସାରିତ ହେଉଥିବା ଏହି କ୍ୟାଲେଣ୍ଡର ୨୦୨୦ରେ ପ୍ରତି ମାସରେ ଜଣେ ଲେଖାଏଁ ଅଭିନେତ୍ରୀଙ୍କୁ ନେଇ ଫଟୋଶୁଟ୍ ହୋଇଥାଏ। ବିଗତ ମାସ ଗୁଡିକରେ ଅଭିନେତ୍ରା ଅନୁଭା, ଏଲିନା, ତମନ୍ନା, ଭୂମିକା, ଶିବାନୀ ଆଦି ଅଭିନେତ୍ରୀଙ୍କର ଫଟୋଶୁଟ୍ ସରିଛି। ପ୍ରତି ମାସରେ ଭିନ୍ନ ଭିନ୍ନ ଥିମ୍ରେ ଫଟୋଶୁଟ୍ ହୋଇଥାଏ।
The post କାହିଁକି ‘କୁଛ୍ କୁଛ୍ ହୋତା ହୈ’ ଫିଲ୍ମର କାଜୋଲ୍ଙ୍କ ଲୁକ୍ ନେଲେ ଶୀତଲ୍ appeared first on OTV Khabar..
from OTV Khabar. https://ift.tt/2SAr1Mk
No comments: