କୋଣାର୍କ ୦୮।୧୦: ସାତ ବର୍ଷ ପରେ ଲିଭିଗଲା ସଂସାର । ଯୌତୁକ ଜୁଇରେ ପୁଣି ଜଳିଲା ଜଣେ ବଧୂ । ପୁରୀ ଜିଲ୍ଲା ଅସ୍ତରଙ୍ଗ ମଧୁପୁରରେ ବଧୁ ହତ୍ୟା ଅଭିଯୋଗ ଆସିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଯୌତୁକ ପାଇଁ ନିର୍ଯାତନା ଦେଇ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ବାପ ଘର ଲୋକ । ମୃତ ମହିଳା ହେଲେ ରିତା ବେହେରା । ଅସ୍ତରଙ୍ଗ ନୂଆଗଡ଼ ଥାନା ପୋଲିସ ରିତାଙ୍କ ମୃତଦେହ ଉଦ୍ଧାର କରିଛି । ଏପଟେ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି ନୂଆଗଡ଼ ଥାନା ପୋଲିସ ।
ପରିବାରର ଅନ୍ୟ ସଦସ୍ୟ ମାନେ ଘଟଣା ପରେ ଫେରାର ହୋଇଯାଇଛନ୍ତି । ଗତ ୨୦୧୩ ମସିହା ମାର୍ଚ୍ଚ ମାସରେ ବିବାହ କରିଥିଲେ ରିତା । ତେବେ ହତ୍ୟାର କାରଣ କଣ ହୋଇଥାଇପାରେ, ସେନେଇ ଛାନ୍ଭିନ୍ ଜାରି ରଖିଛି ପୋଲିସ ।
from Prameya News7 https://ift.tt/3lrC5HI
ଯୌତୁକ ପାଇଁ ବଧୂହତ୍ୟା ! ଝିଅକୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ, ସ୍ୱାମୀ ଅଟକ
Reviewed by SUBHENDU BARAL
on
October 07, 2020
Rating:

No comments: