ଗୋରୁ ବୋଝେଇ ଗାଡି ଦୁର୍ଘଟଣା, ଅନେକ ମୃତାହତ

ଭଦ୍ରକ ୦୮।୧୦:  ଗୋରୁ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି ।  ୪ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଛି । ଅନେକ ଗୋରୁ ଆହତ ହୋଇଥିବା ଜଣାପଡିଛି । ଭଦ୍ରକ ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଗ୍ରାମାଞ୍ଚଳ ଥାନା ତ୍ରିଶଳପୁର ଛକ ନିକଟରେ ଦୁର୍ଘଟଣା ଘଟିଛି ।

ମିଳିଥିବା ଖବର ଅନୁଯାୟୀ, ତ୍ରିଶଳପୁର ନିକଟରେ ଗୋରୁ ବୋଝେଇ ପିକଅପ ଭ୍ୟାନର ଆଗ ଚକା ଫାଟି ଯାଇଥିଲା । ଯାହାଫଳରେ କି ପିକଅପ ଭ୍ୟାନଟି ସଂପୂର୍ଣ୍ଣ ଭାଙ୍ଗି ଯିବା ସହ ଗାଡିଟି ରାସ୍ତା କଡକୁ ଓଲଟି ପଡିଥିଲା। ଏଥିରେ ଥିବା ଗୋରୁ ସଵୁ ଛିଟିକି ପଡିବା ସହ ୪ଟି ଗୋରୁଙ୍କର ମୃତ୍ୟୁ ହେଵା ହୋଇଥିବା ବେଳେ ଅନେକ ହୋଇଥିବା ଜଣାପଡିଛି  । ଦୁର୍ଘଟଣାର ଖବର ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଗାଡିକୁ ଉଦ୍ଧାର କରିବା ସହ ଆହତ ଗୋରୁମାନଙ୍କୁ ଚିକିତ୍ସା ପାଇଁ ଆଣିଛି। ଗ୍ରାମାଞ୍ଚଳ ଥାନା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଗାଡ଼ିରେ ପାଖାପାଖି ୧୬ଟି ଗୋରୁ ଆସିଥିବା ସୂଚନା ମିଳିଛି ।



from Prameya News7 https://ift.tt/2GP4BE9
ଗୋରୁ ବୋଝେଇ ଗାଡି ଦୁର୍ଘଟଣା, ଅନେକ ମୃତାହତ ଗୋରୁ ବୋଝେଇ ଗାଡି ଦୁର୍ଘଟଣା, ଅନେକ ମୃତାହତ Reviewed by SUBHENDU BARAL on October 07, 2020 Rating: 5

No comments:

Powered by Blogger.