ସାବାଡ୍ ହେବେ ଶତ୍ରୁ : ବଙ୍କର , ଜଙ୍ଗଲ ଏବଂ ପାହାଡ଼ ଭିତରୁ ଖୋଜି ଖୋଜି ଶତ୍ରୁଙ୍କୁ ନିପାତ କରିବାକୁ ଆସୁଛି କକ୍ରୋଚ୍ ଡ୍ରୋନ୍ । Kanak News

ଶତ୍ରୁ ପାହାଡ ହେଉବା ଜଙ୍ଗଲ କିମ୍ବା ବଙ୍କର ଯେଉଁଠି ବି ଲୁଚି ରହିଥାଉ, ତାକୁ ଖୋଜି ବାହାର କରିବା ଅତ୍ୟନ୍ତ ଜଟିଳ। କିନ୍ତୁ ଏବେ ଶତ୍ରୁଙ୍କ ଉପରେ ନଜର ରଖିବା ପାଇଁ ଏବଂ ସେମାନଙ୍କୁ ଖୋଜି ବାହାର କରିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଉପରେ ଆଧାରିତ କକ୍ରୋଚ୍ ଡ୍ରୋନ୍ ବାହାର କରିବ ବୋଲି ସୂଚନା ମିଳୁଛି। ଆଇଆଇଟି କାନପୁର ଏବଂ ଭାରତ ଇଲେକଟ୍ରୋନିକ୍ସ ଲିମିଟେଡ୍ କକ୍ରୋଚ୍ ଅର୍ଥାତ୍ ଅସରପା ଆକାରର ଇନସେକ୍ଟ କପଟର ବିକଶିତ କରିଛି ଯାହା ସେନାର କାମରେ ଆସିବ । ପାପୁଲିରେ ଆସିପାରୁଥିବା ଏହି ଡ୍ରୋନ୍ ଶତ୍ରୁକୁ ଚକମା ଦେବା ସହିତ ସବୁଆଡେ ନଜର ରଖିବ । ୪୦ ଗ୍ରାମର ଏହି ଡ୍ରୋନ୍ ର ଆଡଭାନ୍ସ ଓଜନ ୨୨ ଗ୍ରାମର କରାଯାଉଛି । ପ୍ରାରମ୍ଭିକ ପ୍ରୟୋଗ ପରେ ମାର୍ଚ୍ଚ ଯାଏ ଏହାକୁ ବିଇଏଲ୍ କୁ ଟେଷ୍ଟିଙ୍ଗ୍ ପାଇଁ ଦିଆଯିବ । ଜୁନ୍ ଯାଏଁ ପରୀକ୍ଷଣ କରାଯିବାପରେ ସେନା ଏବଂ ଅନ୍ୟ ପାରା ମିଲିଟାରୀ ଫୋର୍ସକୁ ଦିଆଯିବ ।

 

ଭିତରି ଏବଂ ସୀମାବର୍ତ୍ତୀ ସୁରକ୍ଷା ବ୍ୟତିତ ଏହାର ବ୍ୟବହାର ରେଲେଓ୍ଵ ଟ୍ରାକର ମନିଟେରିଙ୍ଗ୍,ବିଜୁଳି ତାରର ଦେଖାରେଖା,କୌଣସି ରେସକ୍ୟୁ ଅପରେସନ୍,ବନ୍ୟା ଏବଂ ଅନ୍ୟ ପରିସ୍ଥିତି ଆଦିରେ କରାଯିବ । ବିଶେଷଜ୍ଞଙ୍କ ମତରେ, ଡ୍ରୋନ ପାଖରେ ରାତିରେ ବି ଶତ୍ରୁ ଉପରେ ନଜର ରଖିବାର କ୍ଷମତା ରହିଛି । ଯାହା ସେନା ଓ ପୋଲିସର ଆହୁରି ଅଧିକ ଶକ୍ତି ବଢାଇବ । ଯେଉଁଠାରେ ମଣିଷ ପହଁଚିବା କଷ୍ଟ ସାଧ୍ୟ ହୁଏ ସେଠାରେ ସହଜରେ ପହଁଚି ପାରିବ କକରୋଜ୍ ଡ୍ରୋନ୍ । ଆଇଆଇଟି କାନପୁରର ପ୍ରଫେସର ଲକ୍ଷ୍ମୀଧର ବେହେରା,ଡକ୍ଟର ଜୟନ୍ତ କୁମାର ସିଂ,ସନ୍ଦିପ ଗୁପ୍ତା,ଜେ.କୁମାର ଏବଂ ପଦ୍ମିନି ସିଂ ଏହି ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି । ଇନସେକ୍ଟ କପଟର ପରି ଉପକରଣର ବ୍ୟବହାର ଆମେରିକା,ଋଷ,ଚୀନ୍ ପରି ଦେଶର ସେନାମାନେ କରିସାରିଲେଣି ।

ଆମେରିକା ତ ମାଛି ପରି ଇନସେକ୍ଟ କପଟର ବିକସିତ କରି ସାରିଛି । ଏବେ ଭାରତ ଏ ଦିଗରେ ପଦକ୍ଷପ ଗ୍ରହଣ କରିଛି । ଏହି ଡ୍ରୋନ୍ ଅଧିକ ସମୟ ଯାଏଁ ଗୋଟିଏ ସ୍ଥାନରେ ରହିପାରିବ । ଏହାସହ କୌଣସି କାନ୍ଥରେ ଏହା ଚିପକି ହୋଇ ବହୁ ସମୟ ଧରି ରହିପାରିବ । ପାଖାପାଖି ଦୁଇ ଘଣ୍ଟା ଧରି ଭିଡିଓଗ୍ରାଫି ଏବଂ ଫଟୋଗ୍ରାଫି ମଧ୍ୟ କରିପାରିବ । କାନ୍ଥରେ ଲାଗିଯିବା ପରେ ଏଥିରେ ଲାଗିଥିବା ମୋଟର ଆପେ ଆପେ ବନ୍ଦ ହୋଇଯିବ ଫଳରେ ଏହାର ବ୍ୟାଟେରୀ ବ୍ୟାକଅପ୍ ବଢିଯିବ । ଯେମିତି ପିମ୍ପୁଡିମାନେ ଏକା ସାଙ୍ଗରେ ମିଶି କାମ କରନ୍ତି। ସେହିଭଳି ଇନସେକ୍ଟ କପଟର ଚେନ୍ ପ୍ରସ୍ତୁତ କରି କାମ କରିବ । କୌଣସି ଅପରେସନ୍ ପାଇଁ ଥରକରେ ପାଞ୍ଚରୁ ଛଅ ଇନସେକ୍ଟ କପଟର ଛଡା ଯାଇପାରିବ । କୌଣସି କ୍ଷତିର ଆଶଙ୍କା ଥିଲେ ଏମାନେ ପରସ୍ପରକୁ ସିଗନାଲ୍ ଦେବେ ।



from Kanak News https://ift.tt/37RV5Ik https://ift.tt/32vV4sN
ସାବାଡ୍ ହେବେ ଶତ୍ରୁ : ବଙ୍କର , ଜଙ୍ଗଲ ଏବଂ ପାହାଡ଼ ଭିତରୁ ଖୋଜି ଖୋଜି ଶତ୍ରୁଙ୍କୁ ନିପାତ କରିବାକୁ ଆସୁଛି କକ୍ରୋଚ୍ ଡ୍ରୋନ୍ । Kanak News ସାବାଡ୍ ହେବେ ଶତ୍ରୁ : ବଙ୍କର , ଜଙ୍ଗଲ ଏବଂ ପାହାଡ଼ ଭିତରୁ ଖୋଜି ଖୋଜି ଶତ୍ରୁଙ୍କୁ ନିପାତ କରିବାକୁ ଆସୁଛି କକ୍ରୋଚ୍ ଡ୍ରୋନ୍ । Kanak News Reviewed by SUBHENDU BARAL on February 23, 2020 Rating: 5

No comments:

Powered by Blogger.