ଭୁବନେଶ୍ୱରରେ ନରହନ୍ତା ଦନ୍ତା ! ପାତ୍ରପଡା ମେଡିସିନାଲ ଗାର୍ଡେନରେ ଦନ୍ତାହାତୀକୁ ଠାବ କଲା ବନବିଭାଗ । ପୁଣି ଦନ୍ତା ଆକ୍ରମଣରେ ଜଣେ ମହିଳା ଗୁରୁତର Kanak News

କନକ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠରେ ନରହନ୍ତା ହାତୀ । ପାତ୍ରପଡା ମେଡିସିନାଲ୍ ଗାର୍ଡ଼େନରେ ହାତୀ ଠାବକଲା ବନବିଭାଗ। ପୁଣି ଦନ୍ତା ଆକ୍ରମଣରେ ଜଣେ ମହିଳା ଗୁରୁତର । ଗୁରୁତର ମହିଳା ଏମ୍ସରେ ଭର୍ତ୍ତି । ସକାଳ ୫ ଟା ୩୦ ରେ ମହିଳାଙ୍କୁ କରିଥିଲା ଆକ୍ରମଣ । ତିନି ଦିନ ହେଲା ପିପିଲି, ଡେଲାଙ୍ଗ ଏବଂ ନିମାପଡା ଅଂଚଳରେ ଘୁରି ବୁଲୁଥିବା ନରହନ୍ତା ହାତୀ ବନବିଭାଗକୁ ଚକମା ଦେଇ ଭୁବନେଶ୍ୱର ଉପକଣ୍ଠରେ ପହଂଚିଛି । ରାତି ଅଧରୁ ବନବିଭାଗ ହାତୀର ଟେର ପାଉନଥିବା ବେଳେ ଆଜି ରାଜଧାନୀ ଉପକଣ୍ଠରେ ଦନ୍ତାହାତୀଟି ଥିବା ଜାଣିବାକୁ ପାଇଛି ବନବିଭାଗ । ତେବେ ଗଙ୍ଗୁଆ ନଦୀ ପାର ହୋଇ ହାତୀଟି ଭୁବନେଶ୍ୱର ଆସିଥିବା ସନ୍ଦେହ କରାଯାଉଛି । ଡେଲାଙ୍ଗ, ଖୋର୍ଦ୍ଧା, ଟାଙ୍ଗୀ , ବାଲିପାଟଣା ଓ ଗୋପ ବନବିଭାଗ ଟିମ୍ ସହ ପିପିଲି ଓ ବଳଙ୍ଗା ପୋଲିସ, ହାତୀ କୁ କାବୁ କରିବାକୁ ଉଦ୍ୟମ କରୁଛନ୍ତି । ହାତୀ ଘଉଡାଇବାରେ ବନବିଭାଗର ୭୦ କର୍ମଚାରୀ ଲାଗିଛନ୍ତି । ଡାକବାଜି ଯନ୍ତ୍ରରେ ବାହାରକୁ ନବାହାରିବାକୁ ସ୍ଥାନୀୟ ଅଂଚଳର ଲୋକଙ୍କୁ କୁହାଯାଉଛି ।

ପିପିଲି ଓ ନିମାପଡା ଅଂଚଳରେ ବଣୁଆ ହାତୀ ୪ ଜଣଙ୍କ ଜୀବନ ନେଇଥିବା ବେଳେ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଖୋର୍ଦ୍ଧା ବନଖଣ୍ଡରୁ ଭାର୍ଗବୀ ଓ ଦୟା ନଦୀ ପାର କରି ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଦେଇ ପିପିଲିକୁ ହାତୀଟି ପଶି ଆସିଥିଲା । ଆତଙ୍କ ଖେଳାଇଥିବା ବଣୁଆ ହାତୀ ବର୍ତମାନ ପିପିଲି ଛାଡି ଭୁବନେଶ୍ୱର ଉପକଣ୍ଠରେ ପହଂଚିଛି । ହାତୀକୁ ଘଉଡାଇବାକୁ ବନବିଭାଗର ଟିମ୍ ଉଦ୍ୟମ କରୁଛନ୍ତି । ପିପିଲି ଏନଏସିର ୧୬ଟି ୱାର୍ଡକୁ ସିଲ୍ କରାଯାଇଛି । ସ୍ଥାନୀୟ ଅଂଚଳକୁ ଅନ୍ଧାର କରିଦିଆଯାଇଛି । ହାତୀକୁ ଖୋର୍ଦ୍ଧା ଆଡକୁ ଘଉଡାଇବାକୁ ଉଦ୍ୟମ କରାଯାଉଛି । ପ୍ରଥମଥର ପାଇଁ ପିପିଲି ଅଂଚଳରେ ଆତଙ୍କ ଖେଳାଇଛି ବଣୁଆ ହାତୀ ।



from Kanak News https://ift.tt/2Vfrd6b https://ift.tt/37Twi6O
ଭୁବନେଶ୍ୱରରେ ନରହନ୍ତା ଦନ୍ତା ! ପାତ୍ରପଡା ମେଡିସିନାଲ ଗାର୍ଡେନରେ ଦନ୍ତାହାତୀକୁ ଠାବ କଲା ବନବିଭାଗ । ପୁଣି ଦନ୍ତା ଆକ୍ରମଣରେ ଜଣେ ମହିଳା ଗୁରୁତର Kanak News ଭୁବନେଶ୍ୱରରେ ନରହନ୍ତା ଦନ୍ତା ! ପାତ୍ରପଡା ମେଡିସିନାଲ ଗାର୍ଡେନରେ ଦନ୍ତାହାତୀକୁ ଠାବ କଲା ବନବିଭାଗ । ପୁଣି ଦନ୍ତା ଆକ୍ରମଣରେ ଜଣେ ମହିଳା ଗୁରୁତର Kanak News Reviewed by SUBHENDU BARAL on February 23, 2020 Rating: 5

No comments:

Powered by Blogger.