ଛତିଶଗଡ଼ ପୁଲିସ ପାରୁଛି, ଓଡ଼ିଶା କାହିଁକି ନୁହେଁ? ରାଜଧାନୀର ଏକ ଲଜରେ ମହିଳାଙ୍କୁ କରାଗଲା ବୀଭତ୍ସ ହତ୍ୟା: ଦେଢ଼ ବର୍ଷ ବିତିଲା ହେଲେ ଏବେବି ଅଭିଯୁକ୍ତର ଟେର ପାଉନି ପୁଲିସ୍ Kanak News

କନକ ବ୍ୟୁରୋ: ଦୀର୍ଘ ୩ ବର୍ଷ ୯ ମାସ ପରେ ମା’ ଝିଅଙ୍କୁ ଡବଲ୍ ମର୍ଡର୍ ମାମଲାରେ ପର୍ଦ୍ଦାଫାସ୍ କଲା ଛତିଶଗଡ଼ ପୁଲିସ। ପଶ୍ଚିମ ଓଡ଼ିଶାର ହେଭିୱେଟ୍ ନେତା ତଥା ବ୍ରଜରାଜନଗରର ତିନି ତିନି ଥର ବିଧାୟକ ଅନୁପ ସାଏଙ୍କୁ ଗିରଫ କଲା। ଏହି ସମୟ ଭିତରେ ୫ଟି ରାଜ୍ୟ ବୁଲି ୭୦୦ ଲୋକଙ୍କୁ ଜେରା କରିଛି ଛତିଶଗଡ଼ ପୁଲିସ। ସମ୍ପୂର୍ଣ୍ଣ ଭାବେ ଅଜଣା ଥିବା ଏହି ହତ୍ୟାକାଣ୍ଡର ଫାଇଲ ଓପନ୍ ରଖି ତଦନ୍ତ କରିବା ସହ ତଥ୍ୟ ପ୍ରମାଣ ଯୋଗାଡ଼ କରି ଅନୁପ ଓ ସହଯୋଗୀ ଡ୍ରାଇଭରକୁ ପୁଲିସ ଗିରଫ କରିବା ପରେ ଛତିଶଗଡ଼ ପୁଲିସକୁ ସୋସିଆଲ୍ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟୁଛି। କିନ୍ତୁ ରାଜଧାନୀ ଭୁବନେଶ୍ବର ତଥା ଆମ ରାଜ୍ୟରେ ଏକାଧିକ ହତ୍ୟାକାଣ୍ଡ ଉପରୁ କାହିଁକି ପରଦା ଉଠିପାରୁ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଜନତା।

ଅଗଷ୍ଟ ୨୪, ୨୦୧୮। ରାଜଧାନୀ ଭୁବନେଶ୍ବରରେ ଖେଳିଗଲା ଚାଞ୍ଚଲ୍ୟ। ମଞ୍ଚେଶ୍ବର ଥାନାଠାରୁ ମାତ୍ର କେଇ ହାତ ଦୂର ହାଇୱେ ଇନ୍ ଲଜ୍ ଭିତରେ ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ। ଜଣେ ମହିଳାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା। ଚଟାଣରେ ଲୋଟି ପଡ଼ିଥିଲା ରକ୍ତ ଜୁଡୁବୁଡୁ ଶବ। ଫେରାର୍ ହୋଇଯାଇଥିଲା ହତ୍ୟାକାରୀ। ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲା। ମୃତ ମହିଳା ଖୋର୍ଦ୍ଧାର ଲକ୍ଷ୍ମୀପ୍ରିୟା ବିଶ୍ବାଳ ବୋଲି ଜଣା ପଡ଼ିଥିଲା। କିନ୍ତୁ ଆରମ୍ଭରୁ ପୁଲିସକୁ ବାଟବଣା ହେବାକୁ ପଡ଼ିଥିଲା। କାରଣ ହତ୍ୟାକାରୀ ଆଦିତ୍ୟ ମହାପାତ୍ର ନାଁରେ ଜାଲ୍ ଆଧାର କାର୍ଡ ଦେଇ ଲଜରେ ରହିଥିଲା। ଏହାରି ଭିତରେ ଘଟଣାକୁ ଦେଢ଼ ବର୍ଷ ବିତି ଗଲାଣି। ହତ୍ୟାକାରୀ ଚିହ୍ନଟ ହୋଇସାରିଛି। ତତ୍କାଳୀନ ଥାନାଧିକାରୀ ତଥା ଘଟଣାର ତଦନ୍ତକାରୀ ଅଧିକାରୀଙ୍କର ବଦଳି ହୋଇଗଲାଣି। ଆଉ ନୂଆ ଥାନାଧିକାରୀ ଦାୟିତ୍ବ ନେବା ପ୍ରାୟ ବର୍ଷେ ପାଖାପାଖି ହେଲାଣି। ସେହିପରି ଥାନା ଦାୟିତ୍ବରେ ଥିବା ଜୋନ୍-୫ ଏସିପିଙ୍କର ବି ବଦଳି ହୋଇସାରିଛି। ଦେଢ଼ ବର୍ଷ ପରେ ଅଭିଯୁକ୍ତ ଶାରଦା ସେଠୀ ପାଖରେ ପୁଲିସ ଏବେ ବି ଅପହଞ୍ଚ। ହତ୍ୟାକାଣ୍ଡ ପରେ କମିସନରେଟ୍ ପୁଲିସର ସ୍ବତନ୍ତ୍ର ଟିମ୍ କର୍ଣ୍ଣାଟକ ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଟିମ୍ ଖାଲି ହାତରେ ଫେରିଥିଲା। ଏହା ପରେ ତଦନ୍ତ ଫିକା ପଡ଼ି ଯାଇଥିଲା। ପୁଲିସ ତଦନ୍ତରେ ଶିଥିଳତା ପଡ଼ି ଯାଇଥିଲା। ବିଧିବଦ୍ଧ ଭାବେ ମର୍ଡର୍ ଫାଇଲ ବନ୍ଦ ହୋଇ ନ ଥିଲେ ବି ପୁଲିସର ତତ୍ପରତା ଦେଖିବାକୁ ମିଳୁନାହିଁ।

କ’ଣ ହୋଇଥାଇ ପାରେ ହତ୍ୟା ପଛର କାରଣ?

ଲକ୍ଷ୍ମୀପ୍ରିୟାଙ୍କୁ ଯୋଜନାବଦ୍ଧ ଭାବେ ଶାରଦା ହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା। ହତ୍ୟାକାଣ୍ଡ ପଛର କାରଣ କ’ଣ ହୋଇଥାଇ ପାରେ। ଲକ୍ଷ୍ମୀପ୍ରିୟା ବିବାହ ପାଇଁ ଜିଦ୍ ଧରିବାରୁ ଶାରଦା ଏହି ହତ୍ୟାକାଣ୍ଡ ଘଟାଇଥିଲା କି? ଲକ୍ଷ୍ମୀପ୍ରିୟାଙ୍କ ପାଖରେ ଏଭଳି କିଛି ଆପତ୍ତିଜନକ ଫଟୋ କିମ୍ବା ଭିଡିଓ ଥିଲା ଯାହାକୁ ନେଇ ଶାରଦା ଭୟଭୀତ ହୋଇ ପଡିଥିଲେ କି? ଲକ୍ଷ୍ମୀପ୍ରିୟାଙ୍କ ସହ ସମ୍ପର୍କର ଗୁମର ଫିଟିଯିବା ଭୟରେ ଏହି ହତ୍ୟାକାଣ୍ଡର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା କି? କାହିଁକି ଶାରଦା ପାଖରେ ପହଞ୍ଚି ପାରୁନି ପୁଲିସ? କାହିଁକି ଶାରଦାର ଫଟୋ ଜାରି କରୁନାହିଁ ପୁଲିସ? ଫଟୋ ଜାରି ସହ ପୁରସ୍କାର ଘୋଷଣା କଲେ ହୁଏତ ଶାରଦା ସମ୍ପର୍କରେ ତଥ୍ୟ ମିଳିବାର ସମ୍ଭାବନା ରହିଛି, ନା ଏହି ମାମଲାରେ ବି ଫେଲ୍ ମାରିବ କମିସନରେଟ୍ ପୁଲିସ। ଏହି ମାମଲାରୁ କେବେ ପରଦା ଉଠିବ ତାହା କମିସନରେଟ୍ ପୁଲିସ ପାଇଁ ବଡ ଚାଲେଞ୍ଜ।



from Kanak News https://ift.tt/2VkddrJ https://ift.tt/35zmn5O
ଛତିଶଗଡ଼ ପୁଲିସ ପାରୁଛି, ଓଡ଼ିଶା କାହିଁକି ନୁହେଁ? ରାଜଧାନୀର ଏକ ଲଜରେ ମହିଳାଙ୍କୁ କରାଗଲା ବୀଭତ୍ସ ହତ୍ୟା: ଦେଢ଼ ବର୍ଷ ବିତିଲା ହେଲେ ଏବେବି ଅଭିଯୁକ୍ତର ଟେର ପାଉନି ପୁଲିସ୍ Kanak News ଛତିଶଗଡ଼ ପୁଲିସ ପାରୁଛି, ଓଡ଼ିଶା କାହିଁକି ନୁହେଁ? ରାଜଧାନୀର ଏକ ଲଜରେ ମହିଳାଙ୍କୁ କରାଗଲା ବୀଭତ୍ସ ହତ୍ୟା: ଦେଢ଼ ବର୍ଷ ବିତିଲା ହେଲେ ଏବେବି ଅଭିଯୁକ୍ତର ଟେର ପାଉନି ପୁଲିସ୍ Kanak News Reviewed by SUBHENDU BARAL on February 23, 2020 Rating: 5

No comments:

Powered by Blogger.