ଖଲ୍ଲିକୋଟ ୨୮।୨: ବେନିୟମ କାର୍ଯ୍ୟରେ ଲିପ୍ତ ୫ ଜଣ ସରକାରୀ କର୍ମଚାରୀ ଓ ଦୁଇ ଜଣ ସରପଞ୍ଚଙ୍କ ବିରୋଧରେ ଏତଲା ଦେବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ଦିଗପହଣ୍ଡି ବ୍ଲକ୍ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ମିଥୁନ କୁମାର ପ୍ରଧାନ ଓ ଟୁନା ସାହୁ ଦୀର୍ଘ ଦିନ ଧରି କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ସେମାନଙ୍କ ବିରୋଧରେ ଏତଲା ଦେବାକୁ ଦିଗପହଣ୍ଡି ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ସେହିପରି ଖଲ୍ଲିକୋଟ ବ୍ଲକର ପୂର୍ବତନ ଗ୍ରାମ ପଂଚାୟତ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଏବଂ ବିକ୍ରମପୁର ଗ୍ରାମ ପଂଚାୟତର ସରପଂଚ ମମତା ପ୍ରଧାନ କମ୍ପ୍ୟୁଟର କିଣାରେ ମିଥ୍ୟା ରସିଦ ଦେଇ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ତୋଷାରପାତ ଅଭିଯୋଗରେ ଏମାନଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ କୁହାଯାଇଛି ।
ସେହିପରି କବିସୂର୍ଯ୍ୟନଗର ବ୍ଲକର ପୂର୍ବତନ ଗ୍ରାମ ପଞ୍ଚାୟତ ଅଧିକାରୀ ନୀଳକଣ୍ଠ ସ୍ବାଇଁ ଓ ବଡ ମହୁରୀ ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ଟି. ଭାରତୀ ଡଷ୍ଟବିନ ଓ ଟ୍ରଲି ବାବଦରେ ମିଥ୍ୟା ରସିଦ ଦେଇ ଚାରି ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ତୋଷାରପାତ କରିଥିବାରୁ ତାଙ୍କ ବିରୋଧରେ ଥାନାରେ ଏତଲା ଦେବା ପାଇଁ ବିଡିଓଙ୍କୁ କୁହାଯାଇଛି ।
ବେଲଗୁଣ୍ଠା ବ୍ଲକର ଖଇରପୁଟି ଗ୍ରାମ ପଂଚାୟତର ପୂର୍ବତନ ନିର୍ବାହୀ ଅଧିକାରୀ ହାଡୁ ନାୟକ ବହୁ ଦିନ ଧରି କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ବିଡ଼ିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
from Prameya News7 https://ift.tt/2PupgyW
No comments: