ଦିଲ୍ଲୀ ହିଂସାର ବଡ ଚିତ୍ର । ହିଂସାଗ୍ରସ୍ତ ଅଞ୍ଚଳରୁ ୨୦୦୦ କିଲୋ ଭଙ୍ଗା ଲାଲ ଇଟା ଉଠାଇଲେ ସଫେଇ କର୍ମୀ । Kanak News

କନକ ବ୍ୟୁରୋ : ଉତ୍ତରପୂର୍ବ ଦିଲ୍ଲୀ ଅନ୍ତର୍ଗତ ଦଙ୍ଗାଗ୍ରସ୍ତ ଅଞ୍ଚଳର ରାସ୍ତାଘାଟରୁ ଗୁରୁବାର ଦିନ ଅନ୍ୟୂନ ୨୦୦୦ କିଲୋ ଭଙ୍ଗା ଲାଲ୍‌ ଇଟା ସଫେଇ କରାଯାଇଛି। ଭଞ୍ଜନପୁର, ଯମୁନା ବିହାର, ଜାଫ୍ରାବାଦ ଏବଂ ଖଜୁରି ଖାସ୍‌ ଆଦି ଅଞ୍ଚଳରୁ ପୂର୍ବ ଦିଲ୍ଲୀ ପୌର ନିଗମର ସଫେଇ କର୍ମଚାରୀମାନେ ବିପୁଳ ପରିମାଣର ଡେଣୁଆ, ଭଙ୍ଗା ଇଟା ଏବଂ ଫୁଟପାଥ ଟାଇଲ୍‌ ଆଦି ଉଠାଇଛନ୍ତି।

ପୂର୍ବ ଦିଲ୍ଲୀ ପୌର ନିଗମର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କେବଳ କର୍ଦମାପୁରୀରୁ ଅନ୍ୟୂନ ୨୦୦୦ କିଲୋ ଲାଲ୍‌ ଭଙ୍ଗା ଇଟା ସଫେଇ କରାଯାଇଛି। ଏଗୁଡ଼ିକ ରାସ୍ତାରେ ବିଛାଡ଼ି ହୋଇ ପଡ଼ିଥିଲା। ଆଉ କିଛି ଭଙ୍ଗା ଇଟା ବସ୍ତାରେ ପୂରାଯାଇ ଆକ୍ରମଣ ଲାଗି ଗଳିମାନଙ୍କରେ ରଖାଯାଇଥିଲା। ଏହାଛଡ଼ା ରାସ୍ତାରୁ ପୋଡ଼ା ଲୁଗାପଟା, ଆସବାବପତ୍ର, ଭଙ୍ଗା ବୋତଲ, ଝରକା କାଚ ଏବଂ ଟାୟାର୍‌ ମଧ୍ୟ ଗୋଟାଇ ନିଆଯାଇଛି।

ବାଟଘାଟରେ ଅନେକ ପୋଡ଼ା କାର୍‌ ଓ ମଟରସାଇକେଲ୍‌ ମଧ୍ୟ ପଡ଼ିରହିଛି। ପ୍ରମାଣ ଲାଗି ପୁଲିସ ସେଗୁଡ଼ିକର ଭିଡିଓଗ୍ରାଫ୍‌ କରିବ। କ୍ଷତିଗ୍ରସ୍ତ ଗାଡ଼ିର ମାଲିକମାନେ ବୀମା ମଧ୍ୟ ଦାବି କରିବେ। ସେଥିଲାଗି ଆବଶ୍ୟକ ଚିହ୍ନଟ ପ୍ରକ୍ରିୟା ସରିବା ଯାଏଁ ପୋଡ଼ିଥିବା ସ୍ଥାନରେ ହିଁ କ୍ଷତିଗ୍ରସ୍ତ ଗାଡ଼ିଗୁଡ଼ିକ ରହିବା ଜରୁରୀ।

ସ୍ଥାନୀୟ ପୁଲିସ ଏବଂ ସିଆରପିଏଫ୍‌ କର୍ମଚାରୀଙ୍କ ସୁରକ୍ଷାରେ ସୋମବାର ଠାରୁ ସଫେଇ କର୍ମଚାରୀମାନେ କାର୍ଯ୍ୟରେ ଲାଗିଛନ୍ତି। ସେତେବେଳେ କେବଳ ରାତିରେ ହିଁ ସଫେଇ କରାଯାଉଥିଲା। ଗୁରୁବାର ଠାରୁ ଦିନରେ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି।



from Kanak News https://ift.tt/387HUDp https://ift.tt/38504po
ଦିଲ୍ଲୀ ହିଂସାର ବଡ ଚିତ୍ର । ହିଂସାଗ୍ରସ୍ତ ଅଞ୍ଚଳରୁ ୨୦୦୦ କିଲୋ ଭଙ୍ଗା ଲାଲ ଇଟା ଉଠାଇଲେ ସଫେଇ କର୍ମୀ । Kanak News ଦିଲ୍ଲୀ ହିଂସାର ବଡ ଚିତ୍ର । ହିଂସାଗ୍ରସ୍ତ ଅଞ୍ଚଳରୁ ୨୦୦୦ କିଲୋ ଭଙ୍ଗା ଲାଲ ଇଟା ଉଠାଇଲେ ସଫେଇ କର୍ମୀ । Kanak News Reviewed by SUBHENDU BARAL on February 27, 2020 Rating: 5

No comments:

Powered by Blogger.