ବିଜେପିର CAA ସପକ୍ଷ ସମାବେଶରେ ଯୋଗଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଦଳୀୟ କର୍ମକର୍ତ୍ତା ବୈଠକରେ କର୍ମୀଙ୍କୁ ଫୁଙ୍କିବେ ମନ୍ତ୍ର

ଭୁବନେଶ୍ବର ୨୮।୨: ଆଜି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ବୈଠକରେ ଯୋଗଦେବା ପରେ ଜନତା ମଇଦାନରେ ବିଜେପି ପକ୍ଷରୁ ଆୟୋଜିତ ସିଏଏ ସପକ୍ଷ ସମାବେଶରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବେ ଶାହ । ଏନେଇ ବିଜେପି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।

ସେହିପରି ସନ୍ଧ୍ୟା ୬ଟାରୁ ହୋଟେଲ ମେ’ ଫେୟାରରେ ଆରମ୍ଭ ହେବ ବିଜେପିର ଦଳୀୟ କର୍ମକର୍ତ୍ତାଙ୍କ ବୈଠକ । ସଙ୍ଗଠନ ସଂରଚନା ଓ ଦଳୀୟ ରଣନୀତି ନେଇ ବିଜେବିର ବରିଷ୍ଠ ଓ କନିଷ୍ଠ ନେତାଙ୍କୁ ମନ୍ତ୍ର ଦେବେ ଶାହ ।

ସେଠାରୁ ସିଧା ପୁରୀ ଯାଇ ରାତ୍ରିଯାପନ କରିବେ । ଶନିବାର ସକାଳୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ଏହାପରେ ଭୁବନେଶ୍ବର ଫେରି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ । ତାପରେ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । 



from Prameya News7 https://ift.tt/2wbd4wo
ବିଜେପିର CAA ସପକ୍ଷ ସମାବେଶରେ ଯୋଗଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଦଳୀୟ କର୍ମକର୍ତ୍ତା ବୈଠକରେ କର୍ମୀଙ୍କୁ ଫୁଙ୍କିବେ ମନ୍ତ୍ର ବିଜେପିର CAA ସପକ୍ଷ ସମାବେଶରେ ଯୋଗଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଦଳୀୟ କର୍ମକର୍ତ୍ତା ବୈଠକରେ କର୍ମୀଙ୍କୁ ଫୁଙ୍କିବେ ମନ୍ତ୍ର Reviewed by SUBHENDU BARAL on February 27, 2020 Rating: 5

No comments:

Powered by Blogger.