
ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ଵରେ ଗଠିତ ମହାରାଷ୍ଟ୍ର ବିକାଶ ଅଘାଡୀ(ଏମବିଏ) ସରକାରରେ ଗୁରୁବାର ମନ୍ତ୍ରୀମାନଙ୍କୁ ମନ୍ତ୍ରାଳୟ ବଣ୍ଟନ ହୋଇଛି। ସେଗୁଡ଼ିକ ମଧ୍ୟରୁ ପ୍ରମୁଖ ମନ୍ତ୍ରଣାଳୟଗୁଡ଼ିକ ସମ୍ପର୍କରେ ତଥ୍ୟ ହସ୍ତଗତ ହୋଇଛି। ଶିବସେନା ନେତା ଏକନାଥ ଶିନ୍ଦେଙ୍କୁ ରାଜ୍ୟର ଗୃହ, ସହରୀ ବିକାଶ, ପରିବେଶ, ପିଡବ୍ଲୁଡି, ପର୍ୟ୍ୟଟନ ଏବଂ ସଂସଦୀୟ ବ୍ୟାପାର ବିଭାଗ ଦିଆଯାଇଛି। ଶିବସେନା ନେତା ସୁଭାଷ ଦେଶାଇଙ୍କୁ ଉଦ୍ୟୋଗ, ଉଚ୍ଚ ଏବଂ ବୈଷୟିକ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ରୋଜଗାର ମନ୍ତ୍ରଣାଳୟ ପ୍ରଦାନ କରାଯାଇଛି।
ଏହାବ୍ୟତୀତ ଏନସିପି ନେତା ଛଗନ ଭୂଜବଳଙ୍କୁ ଗ୍ରାମୀଣ ବିକାଶ, ସାମାଜିକ ନ୍ୟାୟ, ଜଳ ସମ୍ପଦ ଏବଂ ରାଜ୍ୟ ଉତ୍ପାଦ ଶୁଳ୍କ ବିଭାଗ ମିଳିଥିବା ବେଳେ ଜୟନ୍ତ ପାଟିଲଙ୍କୁ ଅର୍ଥ ଏବଂ ଯୋଜନା, ଆବାସ, ଖାଦ୍ୟ ଯୋଗାଣ ଓ ଶ୍ରମ ମନ୍ତ୍ରଣାଳୟ ଦିଆଯାଇଛି। ସେହିପରି କଂଗ୍ରେସ ନେତା ବାଲାସାହେବ ଥୋରାଟଙ୍କୁ ରାଜସ୍ବ, ଗଣଶିକ୍ଷା, ପଶୁ ପାଳନ ଏବଂ ମତ୍ସ୍ୟ ପାଳନ ବିଭାଗର ଦାୟିତ୍ଵ ଅର୍ପଣ କରାଯାଇଛି। କଂଗ୍ରେସ ମନ୍ତ୍ରୀ ନିତିତ ରାଉତଙ୍କୁ ଆଦିବାସୀ ବିକାଶ, ଓବିସି ବିକାଶ, ମହିଳା ଏବଂ ଶିଶୁ ବିକାଶ, ପୁନର୍ବାସ ଓ ଥଇଥାନ ମନ୍ତ୍ରାଳୟ ମିଳିଛି। ସୂଚନାଅନୁସାରେ, ନିୟମ ଅନୁସାରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ସର୍ବାଧିକ ୪୩ ମନ୍ତ୍ରୀ ସାମିଲ ହୋଇପାରିବେ।
from Kanak News https://ift.tt/36uT9oP https://ift.tt/2YKHJuM

No comments: