ମେଷ – ବ୍ୟକ୍ତିତ୍ୱର ବିକାଶ ଘଟାଇ ପାରନ୍ତି । ପରମ ସୌଭାଗ୍ୟଶାଳୀ ହେବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ମିତ୍ର ସୁଖ ଲାଭ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।
ବୃଷ – ମନ ପ୍ରଫୁଲ୍ଲ ରହିବ । ବିଚାର ବିମର୍ଶ ପୂର୍ବକ କାର୍ଯ୍ୟ କଲେ ସଫଳତା ମିଳିବ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ରଣାଙ୍ଗନରେ ବୀରତ୍ୱ ପ୍ରଦର୍ଶନ କରିବେ । ମୋକଦ୍ଦମାରେ ବିଜୟୀ ହେବେ ଓ ଧନ ଲାଭର ସୂଚନା ମିଳୁଛି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।
ମିଥୁନ – ବିଜ୍ଞ ବ୍ୟକ୍ତିଙ୍କ ଠାରୁ ସୁପରାମର୍ଶ ମିଳିବ । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା-କଫରେ ପୀଡିତ ହୋଇପାରନ୍ତି । ସୁ-ମଧୁର ଭାଷା ବ୍ୟବହାର କରି ସାଧାରଣରେ ଆଦରଣୀୟ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।
କର୍କଟ – ଶିକ୍ଷା ପ୍ରତି ଆଗ୍ରହୀ ହେବେ । ସୁଖ-ସମ୍ମାନ ଲାଭ କରିପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।
ସିଂହ – ପରିଶ୍ରମର ମୂଲ୍ୟ ମିଳିବ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶ ଅର୍ଜନ କରି ପରମ ଶାନ୍ତି ଲାଭ କରିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ ।
କନ୍ୟା – କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଧର୍ମାତ୍ମା ପ୍ରବାସପ୍ରିୟ ଓ ବିଦ୍ୱାନ୍ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।
ତୁଳା – ବ୍ୟବସାୟରେ କ୍ଷତି ହୋଇପାରେ । ପ୍ରୀତି ଲାଭ କରିପାରନ୍ତି । ସ୍ୱାଭିମାନୀ ହେବେ । ଶାରିରୀକ ଦୁର୍ବଳତା ଅନୁଭବ କରିପାରନ୍ତି । ଶତ୍ରୁ ବଳବାନ୍ ଥିବାରୁ ସତର୍କତା ଜରୁରୀ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।
ବିଛା – ଗୁପ୍ତଧନର ସନ୍ଧାନ ପାଇପାରନ୍ତି । ବିଭିନ୍ନ ସ୍ତରରୁ ସହ ଯୋଗର ହାତ ଲମ୍ବି ଆସିବ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି । ମନରେ ଅହଂଭାବ ଜାଗ୍ରତ ହେବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।
ଧନୁ – ପିଲାମାନଙ୍କ କାର୍ଯ୍ୟକୁ ନେଇ ବ୍ୟସ୍ତ ରହିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । କେବଳ ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଅନୁଭବ କରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।
ମକର – ପିଲାମାନଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହୋଇପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଜୁଆ କିମ୍ବା ଲଟେରିରୁ ଧନ ଲାଭ ହୋଇପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।
କୁମ୍ଭ – ଉଦାର ପ୍ରକୃତିର ହେବେ । ଦାନଶୀଳ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ସୁସ୍ଥ ଓ ନିରାମୟ ରହିବେ । କୃଷି କାର୍ଯ୍ୟ ପାଇଁ ଉତ୍ସାହଜନକ ପରାମର୍ଶ ଦେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।
ମୀନ – ଗୃହ କାର୍ଯ୍ୟର ପ୍ରଗତି ଘଟିବ । ସାମୟିକ ଭାବେ ଆଳସ୍ୟ ଅନୁଭବ କରିପାରନ୍ତି । ମନ ପ୍ରସନ୍ନ ରହିବ । ଆସ୍ତିକ ମନୋବୃତ୍ତିର ହେବେ । ଥଣ୍ଡା-କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।
from Prameya News7 https://ift.tt/36vby55
No comments: