CABକୁ ନେଇ ଆସାମ-ମେଘାଳୟ-ତ୍ରିପୁରାରେ ଉତ୍ତେଜନା : ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ଭଙ୍ଗାରୁଜା

ଗୌହାଟୀ ୧୩।୧୨: ନାଗରିକତା ସଂଶୋଧନ ବିଲକୁ ବିରୋଧ କରି ଆସାମ, ମେଘାଳୟ ଓ ତ୍ରିପୁରାରେ ହିଂସା ଦେଖିବାକୁ ମିଳିଛି ।  ବିବାଦୀୟ ନାଗରିକତା ସଂଶୋଧନ ବିଲକୁ ବିରୋଧ କରି ସମଗ୍ର ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ସ୍ଥିତି ସାଂଘାତିକ ହୋଇପଡ଼ିଛି। ବିଶେଷ କରି ଆସାମ ଓ ତ୍ରିପୁରାରେ ବ୍ୟାପକ ହିଂସାକାଣ୍ଡ ଓ ପୋଡ଼ାଜଳା ଜାରି ରହିଛି। ଆସାମର ଗୌହାଟୀରେ ନାଗରିକତା ସଂଶୋଧନ ବିଲ୍ (ସିଏବି) ବିରୋଧରେ ବିକ୍ଷୋଭ କରୁଥିବା ଲୋକଙ୍କ ଉପରେ ପୁଲିସ୍  ଗୁଳିମାଡ଼ କରିଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ସହରରେ କର୍ଫ୍ୟୁ ସତ୍ତ୍ୱେ ଏମାନେ ଆନ୍ଦୋଳନ କରୁଥିବାରୁ ପୁଲିସ୍  କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ କରିଥିବା ଜଣାପଡ଼ିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଆସାମର ୧୦ଟି ଜିଲ୍ଲାରେ ଇଣ୍ଟରନେଟ ସେବାକୁ ଆଗାମୀ ୪୮ ଘଣ୍ଟା ପାଇଁ ବନ୍ଦ ରଖାଯାଇଥିବା ବେଳେ ଗୌହାଟୀ, ଦିବ୍ରୁଗଡ଼, ତେଜପୁର ଓ ଡେକିଆଜୁଲି, ତିନିଶୁକିଆ ଓ ଜୋରହାଟ ଭଳି ସ୍ଥାନରେ କର୍ଫ୍ୟୁ ଲାଗୁ କରାଯାଇଛି। ଶିଲଂର ବି ରାତି ୧୦ଟା ପରଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏ କର୍ଫ୍ୟୁ ଲାଗୁ ହେବ ବୋଲି ଘୋଷଣା କରାଯାଇଛି।

ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଲୋକଙ୍କୁ ଶାନ୍ତି ସ୍ଥାପନ ପାଇଁ ନିବେଦନ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନାଗରିକତା ସଂଶୋଧନ ବିଲ୍ ଦ୍ୱାରା ଆସାମବାସୀଙ୍କ କିଛି ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତଥାପି ହଜାର ହଜାର ଲୋକ କର୍ଫ୍ୟୁ ସତ୍ତ୍ୱେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭ ଯୋଗୁ ବିମାନ ଓ ଟ୍ରେନ ସେବାକୁ ବାତିଲ କରିଦିଆଯାଇଛି। କର୍ଫ୍ୟୁ ସତ୍ତ୍ୱେ ଆନ୍ଦୋଳନକାରୀମାନେ ଅନେକ ସରକାରୀ ଗାଡ଼ି ପୋଡ଼ି ଦେବା ସହ ଭଙ୍ଗାରୁଜା କରିଛନ୍ତି। ବିଭିନ୍ନ ସ୍ଥାନରେ ସେମାନେ ଟାୟାର ଜାଳି ରାସ୍ତା ରୋକ କରିଥିଲେ। ଏହି କାରଣରୁ ପୁଲିସ୍ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ପୁଲିସ୍ ଲୋକଙ୍କ ଉପରକୁ ଗୁଳିମାଡ଼ କରିବାକୁ ବାଧ୍ୟ ହୋଇଥିଲା ।



from Prameya News7 https://ift.tt/2LPHzNs
CABକୁ ନେଇ ଆସାମ-ମେଘାଳୟ-ତ୍ରିପୁରାରେ ଉତ୍ତେଜନା : ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ଭଙ୍ଗାରୁଜା CABକୁ ନେଇ ଆସାମ-ମେଘାଳୟ-ତ୍ରିପୁରାରେ ଉତ୍ତେଜନା : ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ଭଙ୍ଗାରୁଜା Reviewed by SUBHENDU BARAL on December 12, 2019 Rating: 5

No comments:

Powered by Blogger.