ମ୍ୟାଚ୍ ବଦଳରେ ବାହାଘର ! ବାରବାଟୀରେ ଚାଲିଛି ଭୋଜି ଭାତର ଆସର । ଓସିଏ କହିଲା, ମ୍ୟାଚ ଉପରେ ପଡିବନି କୌଣସି ପ୍ରଭାବ Kanak News

କନକ ବ୍ୟୁରୋ: ଆଉ ଦିନ କେଇଟାରେ ଭାରତ ଓ ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ ତୃତୀୟ ଦିନିକିଆ ବାରବାଟୀ ଷ୍ଟାଡିଅମରେ ଖେଳାଯିବ । ଏନେଇ ପ୍ରସ୍ତୁତି ଚାଲିଥିବା ବେଳେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି ଷ୍ଟାଡିଅମରେ ଦେଖିବାକୁ ମିଳିଛି । ବାରବାଟୀରେ ଚାଲିଛି ବାହାଘର ଭୋଜି । ଏକ ଅନ୍ତର୍ଜାତୀୟ ଷ୍ଟାଡିଅମରେ ଅଳ୍ପ ଦିନ ପରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ହେବାକୁ ଥିବା ବେଳେ ଏଭଳି ଭୋଜି ଭାତକୁ ନାପସନ୍ଦ କରିଛନ୍ତି କିଛି କ୍ରୀଡା ସମୀକ୍ଷକ ।

ଏନେଇ ବିସିସିଆଇର କଡା ଗାଇଡ ଲାଇନ୍ ରହିଛି । ତେନ୍ଦୁଲକର ଇଣ୍ଡୋର ହଲ୍ ବର୍ଷା ସମୟରେ ଖେଳାଳିଙ୍କ ଅଭ୍ୟାସ ପାଇଁ ତିଆରି ହୋଇଥିବା ବେଳେ ସେଠାରେ ଭୋଜିଭାତର ଆସର ଜମାଇବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି । ଏହି ପ୍ରସଙ୍ଗରେ ଓସିଏ ସଭାପତି ପଙ୍କଜ ମହାନ୍ତି ପ୍ରତିକ୍ରିୟା ରଖିବା ସହ ମ୍ୟାଚ ପୂର୍ବରୁ ଏସବୁ କାର୍ଯ୍ୟକ୍ରମ ସରିଯିବ ଏବଂ ଏହା ମ୍ୟାଚର ପ୍ରସ୍ତୁତି କିମ୍ବା ପରିଚ୍ଛନ୍ନତା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ।



from Kanak News https://ift.tt/38DyzEX https://ift.tt/36w1QPI
ମ୍ୟାଚ୍ ବଦଳରେ ବାହାଘର ! ବାରବାଟୀରେ ଚାଲିଛି ଭୋଜି ଭାତର ଆସର । ଓସିଏ କହିଲା, ମ୍ୟାଚ ଉପରେ ପଡିବନି କୌଣସି ପ୍ରଭାବ Kanak News ମ୍ୟାଚ୍ ବଦଳରେ ବାହାଘର ! ବାରବାଟୀରେ ଚାଲିଛି ଭୋଜି ଭାତର ଆସର । ଓସିଏ କହିଲା, ମ୍ୟାଚ ଉପରେ ପଡିବନି କୌଣସି ପ୍ରଭାବ Kanak News Reviewed by SUBHENDU BARAL on December 12, 2019 Rating: 5

No comments:

Powered by Blogger.