ବିବାହ ପାଇଁ ଅଧାରୁ ଛାଡିଥିଲେ ପାଠପଢା , ଏବେ ୪୧ ବର୍ଷ ବୟସରେ ଏଲଏଲବି ପଢି ଓକିଲ ହେଲେ ୨ ସନ୍ତାନଙ୍କ ମା’ । Kanak News

‘ନିଜର ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ କିଛି ସମ୍ଭବ’, ଏହାକୁ ଆଉଥରେ ପ୍ରମାଣିତ କରି ଦେଖାଇଛନ୍ତି କେରଳର ନୀନା କେଜି। ନିଜର ପିଲାଟି ଦିନରୁ ଜଣେ ଆଇନଜୀବୀ ହେବା ପାଇଁ ଲକ୍ଷ୍ୟ ରଖିଥିବା ନୀନା ଶେଷରେ ୪୧ ବର୍ଷ ବୟସରେ ଦୁଇଟି ସନ୍ତାନର ଜନନୀ ହୋଇ ସୁଦ୍ଧା ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସମର୍ଥ ହୋଇ ପରିଛନ୍ତି ଓ ଜଣେ ଆଇନଜୀବୀ ଭାବେ ଆସନ୍ତା ରବିବାର ଦିନ କେରଳର ବାର୍ କାଉନସିଲ୍ରେ ନିଜର ପଞ୍ଜିକରଣ କରାଇବାକୁ ଯାଉଛନ୍ତି। ହେଲେ, ନୀନାଙ୍କ ପାଇଁ ଏହି ସଫଳତା ହିମାଳୟ ଆରୋହଣ ଠାରୁ କୌଣସି ଗୁଣରେ କମ୍ ନଥିଲା। ନୀନା କହନ୍ତି, କେରଳ ସାକ୍ଷରତା ମିଶନରେ ପଢ଼ି ଦଶମ ଶ୍ରେଣୀ ପାସ୍ କଲାପରେ ତାଙ୍କ ପିତାମାତା ତାଙ୍କର ବିବାହ କରାଇ ଦେଇଥିଲେ। ହେଲେ, ପିଲାଟି ଦିନରୁ ଜଣେ ଓକିଲ ହେବାକୁ ସ୍ୱପ୍ନ ହେଖୁଥିବା ନୀନାଙ୍କ ସ୍ୱପ୍ନରେ ବିବାହ ପରେ ଭଟ୍ଟା ପଡ଼ି ଯାଇଥିଲା। କାରଣ, ବିବାହ ପରେ ମୋତେ ଅଧାରୁ ପାଠ ଛାଡ଼ିବାକୁ ପଡ଼ିଥିଲା। ବିବାହ ପରେ ପରେ ଖୁବ୍ ଶୀଘ୍ର ମୁଁ ଦୁଇଟି ସନ୍ତାନଙ୍କ ଜନନୀ ହୋଇ ପଡ଼ିଥିଲି। ହେଲେ, ମୁଁ ମୋ ସ୍ୱପ୍ନକୁ ଭାଙ୍ଗି ଦେଇ ନଥିଲା କି ମୋ ମନରେ ପଢ଼ିବା ପାଇଁ ରହିଥିବା ଆଗ୍ରହକୁ କମ୍ କରି ନଥିଲି। ପିଲା ବଡ଼ ହୋଇଯିବା ପରେ ପରିବାରର ପ୍ରତିପୋଷଣ ପାଇଁ ମୋତେ ଚାକିରି କରିବା ପାଇଁ ପଡ଼ିଲା। ହେଲେ, ମାତ୍ର ଦଶମ ପାସ୍ କରିଥିବାରୁ ମୋତେ ଭଲ ଚାକିରି ମିଳିଲା ନାହିଁ। କିଛି ଦିନ ଏଣେତେଣେ କାମକଲା ପରେ ଶେଷରେ ଜଣେ ଓକିଲଙ୍କ ପାଖରେ ଟାଇପିଷ୍ଟ ଭାବେ ଚାକିରି ପାଇଗଲି।

ଏହାପରେ ଚାକିରି କରିବା ସହ ଜାତୀୟ ମୁକ୍ତ ବିଦ୍ୟାଳୟରେ ଘରୋଇ ଛାତ୍ରୀ ଭାବେ ନାମଲେଖାଇ ପ୍ରତି ରବିବାରିଆ ଶ୍ରେଣୀରେ ପଢ଼ି ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ମଧ୍ୟ ପାସ୍ କରିଗଲି। ଏହାପରେ ଘରକାମ, ଛୁଆଙ୍କ ଯତ୍ନ ଓ ଚାକିରି ସହ ଏଲଏଲବି ପଢ଼ିବା ପାଇଁ ଏର୍ଣ୍ଣାକୁଲମ୍ ସରକାରୀ ଆଇନ୍ ବିଦ୍ୟାଳୟରେ ନାମ ଲେଖାଇଲି। ମୁଁ ଏଲ୍ଏଲ୍ବିର ଶେଷ ବର୍ଷ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ସରକାର ନିୟମ କରିଦେଲେ ଯେ ୨୩ ବର୍ଷରୁ ଉର୍ଦ୍ଧ୍ୱ କୌଣସି ଛାତ୍ରଛାତ୍ରୀ ଏଲଏଲବି ପରୀକ୍ଷା ଦେଇ ପାରିବେ ନାହିଁ। ଏ ନିୟମରେ ହତାଶ ହୋଇ ପଡ଼ିଲି ସତ ; କିନ୍ତୁ ଆଶା ହରାଇଲି ନାହିଁ। ଏ ନିୟମ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହେଲି। ମୋ ମାମଲାର ବିଚାର କରି ଶେଷରେ ହାଇକୋର୍ଟ ମୋତେ ଏଲଏଲବି ପରୀକ୍ଷା ଦେବା ପାଇଁ ଅନୁମତି ପ୍ରଦାନ କଲେ। ଏହାପରେ ମୁଁ ଏଲଏଲବି ପରୀକ୍ଷା ଦେଇ ସଫଳତାର ସହ ଉତ୍ତୀର୍ଣ୍ଣ ହେଲି।

ଜଣେ ଓକିଲ ଭାବେ ଆସନ୍ତା ରବିବାର ଦିନ କେରଳର ବାର୍ କାଉନସିଲ୍ରେ ନିଜର ପଞ୍ଜିକରଣ କରାଇବି। ଏଥିପାଇଁ ମୁଁ ମୋ ନୂଆ ପୋଷାକ ମଧ୍ୟ କିଣି ସାରିଲିଣି ବୋଲି କହନ୍ତି ନୀନା। ଏଥିସହ ତାଙ୍କର ଏହି ସଫଳତା ଯଦି ଅଧାରୁ ପାଠ ଛାଡ଼ି ଦେଇଥିବା ଦେଶର ମହିଳାମାନଙ୍କୁ ପ୍ରେରଣା ଦେଇ ସେମାନଙ୍କୁ ଲକ୍ଷ୍ୟ ପଥରେ ଆଗେଇ ଯିବାରେ ସାହାଯ୍ୟ କରିବ, ତେବେ ସେ ଏହାଠାରୁ ଆହୁରି ଅଧିକ ଖୁସି ହେବେ ବୋଲି କହିଛନ୍ତି।



from Kanak News https://ift.tt/38ybV0y https://ift.tt/2PJikxl
ବିବାହ ପାଇଁ ଅଧାରୁ ଛାଡିଥିଲେ ପାଠପଢା , ଏବେ ୪୧ ବର୍ଷ ବୟସରେ ଏଲଏଲବି ପଢି ଓକିଲ ହେଲେ ୨ ସନ୍ତାନଙ୍କ ମା’ । Kanak News ବିବାହ ପାଇଁ ଅଧାରୁ ଛାଡିଥିଲେ ପାଠପଢା , ଏବେ ୪୧ ବର୍ଷ ବୟସରେ ଏଲଏଲବି ପଢି ଓକିଲ ହେଲେ ୨ ସନ୍ତାନଙ୍କ ମା’ । Kanak News Reviewed by SUBHENDU BARAL on December 12, 2019 Rating: 5

No comments:

Powered by Blogger.