ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟରେ ଭଲ ସ୍ଥିତିରେ ଟିମ୍ ଇଣ୍ଡିଆ । ଭାରତର ୪୧୬ ରନର ବିଶାଳ ସ୍କୋର ପରେ ଇଂଲଣ୍ଡର ପ୍ରାରମ୍ଭିକ ବିପର୍ଯ୍ୟୟ Kanak News
କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷ ପଂଚମ ତଥା ଶେଷ ଟେଷ୍ଟରେ ଭଲ ସ୍ଥିତିରେ ଟିମ୍ ଇଣ୍ଡିଆ । ପ୍ରଥମ ଇଂନିଂସରେ ଭାରତ ବିଶାଳ ୪୧୬ ରନ୍ କରିବା ପରେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଇଂଲଣ୍ଡ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୫ ୱିକେଟ୍ ହରାଇ କରିଛି ମାତ୍ର ୮୪ ରନ୍ । ଭାରତ ପକ୍ଷରୁ ପନ୍ତଙ୍କ ପରେ ଶତକ ହାସଲ କରିଥିଲେ ରବୀନ୍ଦ୍ର ଜାଡେଜା । ଟେଷ୍ଟ କ୍ୟାରିୟରରେ ତୃତୀୟ ଶତକ ହାସଲ କରିଥିଲେ ଜାଡେଜା । ରବୀନ୍ଦ୍ର ଜାଡେଜାଙ୍କ ଏହା ଚଳିତ ବର୍ଷର ଦ୍ୱିତୀୟ ଓ ବିଦେଶ ମାଟିରେ ପ୍ରଥମ ଟେଷ୍ଟ ଶତକ । ଭାରତ ପକ୍ଷରୁ ଅଧିନାୟକ ବୁମରା ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଗୋଟିଏ ଓଭରରୁ ୩୫ ରନ୍ ହାସଲ କରି ବିଶ୍ୱ କୀର୍ତିମାନର ଅଧିକାରୀ ହୋଇଛନ୍ତି ବୁମରା । ଟେଷ୍ଟ କ୍ରିକେଟରେ ଏହା ଗୋଟିଏ ଓଭରରୁ ସର୍ବାଧିକ ରନ୍ ଆଦାୟ । ଭାରତ ୪୧୬ ରନ୍ କରି ଅଲ୍ଆଉଟ୍ ହେବା ପରେ ପାଳି ଆରମ୍ଭ କରିଥିଲା ଇଂଲଣ୍ଡ । ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ବୁମରା ତିନିଟି ୱିକେଟ୍ ନେଇଥିବା ବେଳେ ସାମି ଓ ସିରାଜ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ଆଜି ଇଂଲଣ୍ଡ ୫ ୱିକେଟ୍ ୮୪ ରନରୁ ଖେଳ ଆରମ୍ଭ କରିବ ।
The post ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟରେ ଭଲ ସ୍ଥିତିରେ ଟିମ୍ ଇଣ୍ଡିଆ । ଭାରତର ୪୧୬ ରନର ବିଶାଳ ସ୍କୋର ପରେ ଇଂଲଣ୍ଡର ପ୍ରାରମ୍ଭିକ ବିପର୍ଯ୍ୟୟ first appeared on Kanak News.
from Kanak News https://ift.tt/E6H4z0F https://ift.tt/BEJ7WMX
No comments: