ମୁମ୍ବାଇ: ବ୍ୟର୍ଥ ଗଲା ଯଶପ୍ରୀତ ବୁମରାଙ୍କ ୫ ଓ୍ଵିକେଟ୍ ସଫଳତା। ପୁଣି ଥରେ ବ୍ୟାଟିଂ ବିଫଳତା କାରଣରୁ ଆଇପିଏଲର ୫୬ତମ ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସ ହାତରୁ ଶୋଚନୀୟ ପରାଜୟ ଭୋଗିଛି ମୁମ୍ଵାଇ ଇଣ୍ଡିଆନ୍ସ। ୫ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ୫୨ ରନରେ ହରାଇ ପ୍ଲେ ଅଫ ଆଶା ଉଜ୍ଜିବୀତ ରଖିଛି କୋଲକାତା ନାଇଟ୍ ରାଇଡର୍ସ। ଦଳ ୧୨ଶ ମ୍ୟାଚରୁ ପଞ୍ଚମ ବିଜୟ ହାସଲ କରି ପଏଣ୍ଟ ତାଲିକାର ସପ୍ତମ ସ୍ଥାନକୁ ଉଠିଛି। ଅନ୍ୟପଟେ ମୁମ୍ବାଇ ୧୧ଶ ମ୍ୟାଚରୁ ନବମ ପରାଜୟ ଭୋଗିଛି।
ପ୍ରଥମେ ବ୍ୟାଟିଂ କରି ଭେଙ୍କଟେଶ ଆୟରଙ୍କ ୪୩ ଏବଂ ନୀତିଶ ରାଣାଙ୍କ ୪୩ ରନ ବଳରେ କୋଲକାତା ନାଇଟ୍ ରାଇଡର୍ସ ୯ ଓ୍ଵିକେଟ୍ ବିନିମୟରେ ୧୬୫ ରନ କରିଥିଲା। ରିଙ୍କୁ ସିଂ ୨୩ ରନରେ ଅପରାଜିତ ଇନିଂସ ଖେଳିଥିଲେ। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ନିୟମିତ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୭.୩ ଓଭରରେ ୧୧୩ ରନରେ ଅଲଆଉଟ୍ ହୋଇଛି। ଦଳ ୫୨ ରନରେ ପରାଜୟ ଭୋଗିଛି। ପାଟ୍ କମିନ୍ସ ୨୨ ରନ ଦେଇ ୩ଟି ଓ୍ଵିକେଟ୍ ଏବଂ ଆନ୍ଦ୍ରେ ରସେଲ ୨୨ ରନ ଦେଇ ୨ ଓ୍ଵିକେଟ୍ ନେଇ ବିଜୟ ଭୂମିକାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
from Prameya News7 https://ift.tt/jIs0DrT

No comments: