କିଏ ଏହି ଯୁବତୀ ଯିଏ ସାଜିଛନ୍ତି ପୁଟିନ୍‌ଙ୍କ ବଣ୍ଡ୍ ଗାର୍ଲ Pramod Behera

ଋଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବାର ମନେ ହେଉନାହିଁ। ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ପରେ ବର୍ତ୍ତମାନ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ଘନେଇଛି। ଋଷ୍‌ର ସେନା ୟୁକ୍ରେନ୍‌ରେ ଆକ୍ରମଣ କରୁଥିବାବେଳେ ୟୁକ୍ରେନ୍‌ ମଧ୍ୟ ଜବରଦସ୍ତ ପ୍ରତିରୋଧ କରୁଛି। ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନ୍‌ସ୍କି ନତମସ୍ତକ ହେବାର ମନେହେଉନି। ଏସବୁ ମଧ୍ୟରେ ଋଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିବୃତ୍ତି ପରିବେଶକୁ ଆହୁରି ସରଗରମ କେରିଦେଇଛି।

ରାଷ୍ଟ୍ରପତି ପୁଟିନ ୟୁକ୍ରେନ୍‌ ସହର ଉପରେ ବୋମା ବିସ୍ଫୋରଣ ଖବରକୁ ମିଥ୍ୟା ଏବଂ ନକଲି ବୋଲି କହିଛନ୍ତି। ସେ କହିଛନ୍ତି ଯେ ଋଷ୍‌ ୟୁକ୍ରେନ ଉପରେ ବୋମାମାଡ କରି ନାହିଁ। ତେବେ ୟୁକ୍ରେନ୍‌ ଓ ଋଷ୍‌ର ଯୁଦ୍ଧ ମଧ୍ୟରେ ପୁଟିନଙ୍କୁ ନେଇ ଅଧିକ ଚର୍ଚ୍ଚା କରାଯାଉଛି। ଋଷ୍‌ର ରାଷ୍ଟ୍ରପତିଙ୍କ ଜୀବନୀ ଉପରେ ଆଲୋଚନା ତୀବ୍ର ହେଉଛି। ଏହି ଆଲୋଚନା ମଧ୍ୟରେ ସୋସିଆଲ ମିଡିଆରେ ଜଣେ ଯୁବତୀକୁ ନେଇ ଚର୍ଚ୍ଚା ଜୋର ଧରିଛି ଯାହାଙ୍କ ନାମ ରୁଷିୟାନା ମାର୍କୋଭସ୍କାୟା।

ରୁଷିୟାନା ମାର୍କୋଭସ୍କାୟାଙ୍କୁ ରାଷ୍ଟ୍ରପତି ପୁଟିନଙ୍କ ବଣ୍ଡ୍‌ ଗାର୍ଲ କୁହାଯାଉଛି। ରୁଷିୟାନା ଅନେକ ଥର ବିଶ୍ୱ ସମ୍ମୁଖରେ ଋଷ୍‌ର ପକ୍ଷ ରଖିଛନ୍ତି। ରିପୋର୍ଟ ଅନୁଯାୟୀ, ୨୦୧୭ ମସିହାରେ ରୁଷିୟାନାଙ୍କୁ ଋଷ୍‌ର ପ୍ରତିରକ୍ଷା ମନ୍ତ୍ରୀ ସରୋଜ ଶୋଏଗୁଙ୍କ ମୁଖପାତ୍ର ଭାବରେ ନିଯୁକ୍ତ କରାଯାଇଥିଲା। ସେବେଠାରୁ ସେ ଋଷ୍‌ ସରକାରଙ୍କ ପାଇଁ କାମ କରିଆସୁଥିଲେ। ଋଷର ବଡ ନିଷ୍ପତ୍ତି ଘୋଷଣା ସମୟରେ ରୁଷିୟାନା ମହିଳା ଅଧିକାରୀଙ୍କ ସହିତ ଉପସ୍ଥିତ ରୁହନ୍ତି।

କିପରି କାମ କରନ୍ତି ରୁଷିୟାନା:

ଖବର ଅନୁଯାୟୀ, ରୁଷିୟାନା ମାର୍କୋଭସ୍କାୟା ଏହି ପଦ ଗ୍ରହଣ କରିବା ପରଠାରୁ ପରଦା ପଛରେ କାମ କରୁଛନ୍ତି। ଚଳିତ ବର୍ଷ ଜାନୁଆରୀରେ ସେ ମିଆଁମାର ଗସ୍ତରେ ଯାଇ ସେଠାରେ ସାମରିକ ସହଯୋଗ ଉପରେ ଆଲୋଚନା କରିଥିଲେ। କିନ୍ତୁ ସେବେଠାରୁ ତାଙ୍କର ଦେଖା ନଥିଲା।

Putin’s bond girl Rossiyana Markovskayaପୁଟିନ୍‌ ବଣ୍ଡ୍ ଗାର୍ଲ ରୁଷିୟାନା ମାର୍କୋଭସ୍କାୟା

ନ୍ୟୁଜ୍ ଚ୍ୟାନେଲରେ ଆଙ୍କର୍:

ରୁଷିୟାନା ମାର୍କୋଭସ୍କାୟା ପୂର୍ବରୁ ଏକ ଜାତୀୟ ସମ୍ବାଦ ଚ୍ୟାନେଲ୍‌ ପାଇଁ ସାମ୍ବାଦିକା ଏବଂ ଆଙ୍କର୍ ଭାବେ କାମ କରୁଥିଲେ। ତା’ପରେ ସେ ଋଷର ପ୍ରତିରକ୍ଷା ମନ୍ତ୍ରୀଙ୍କ ମୁଖପାତ୍ର ପଦ ଗ୍ରହଣ କରିଥିଲେ। ଋଷ୍‌ର ୟୁକ୍ରେନ୍‌ ଉପରେ ଆକ୍ରମଣ ପରେ ରାଷ୍ଟ୍ରପତି ପୁଟିନ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ତାଙ୍କ ଦେଶରେ ପୁଟିନଙ୍କୁ ମଧ୍ୟ ବିରୋଧ କରାଯାଉଛି।



from Latest Odisha News, Breaking News Today | Top Updates on Corona - OTV News https://ift.tt/Q2Hy4fN
କିଏ ଏହି ଯୁବତୀ ଯିଏ ସାଜିଛନ୍ତି ପୁଟିନ୍‌ଙ୍କ ବଣ୍ଡ୍ ଗାର୍ଲ Pramod Behera କିଏ ଏହି ଯୁବତୀ ଯିଏ ସାଜିଛନ୍ତି ପୁଟିନ୍‌ଙ୍କ ବଣ୍ଡ୍ ଗାର୍ଲ Pramod Behera Reviewed by SUBHENDU BARAL on March 05, 2022 Rating: 5

No comments:

Powered by Blogger.