ଦେଶର ସୁରକ୍ଷା ଦିଗରେ ଆଉ ଏକ ବଡ଼ ଅଗ୍ରଗତି : ନୌସେନାକୁ ହସ୍ତାନ୍ତର ହେଲା ‘ଆଇଏନଏସ୍ ବିକ୍ରାନ୍ତ’ Kanak News

କନକ ବ୍ୟୁରୋ : ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ବଡ଼ ଅଗ୍ରଗତି । ଜଳପଥର ପ୍ରହରୀ ସାଜିବ ଆଇଏନଏସ୍ ବିକ୍ରାନ୍ତ । ଏହି ଯୁଦ୍ଧ ବିମାନବାହୀ ପୋତ ବା ଏୟାରକ୍ରାଫ୍ଟ କ୍ୟାରିୟରକୁ ନୌସେନାକୁ ହନ୍ତାନ୍ତର କରାଯାଇଛି । ଏହାର ନିର୍ମାଣରେ ପ୍ରାୟ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । କୋଚିନ ସିପୟାର୍ଡରେ ଏହାର ନିର୍ମାଣ କରାଯାଇଛି । ଆଇଏନଏସ୍ ବିକ୍ରାନ୍ତ ୪୫ ହଜାର ଟନ ପର୍ଯ୍ୟନ୍ତ ଓଜନ ବହନ କରିପାରିବାର କ୍ଷମତା ରଖିଛି । ଏହି ଏୟାରକ୍ରାଫ୍ଟର କ୍ୟାରିୟରର ଲମ୍ବ ୨୬୨ ମିଟର, ଓସାର ୬୨ ମିଟର । ଏକ ସଙ୍ଗେ ୩୦ଟି ଯୁଦ୍ଧ ବିମାନ ବହନ କରିବାର କ୍ଷମତା ରହିଛି ଏଥିରେ ।

ଏଥିରେ ଏକ ସଙ୍ଗେ ୧୭ ଶହ ନୌସେନାର କର୍ମଚାରୀ ରହିପାରିବେ । ଆଇଏନଏସ୍ ବିକ୍ରାନ୍ତ ସ୍ୱର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳେରେ ନିର୍ମାଣ କରାଯାଇଥିବା ବେଳେ ଏଥିରେ ୭୬ ପ୍ରତିଶତ ଉପକରଣର ବ୍ୟବହାର କରାଯାଇଛି । ଚଳିତମାସରେ ଏହାକୁ ବିଧିବଦ୍ଧ ଭାବେ ଦେଶପ୍ରତି ସମର୍ପିତ କରାଯିବା ସହ ଏହା କାର୍ଯ୍ୟ ଆରମ୍ଭ କରିବ । ଏହାସହ ଭାରତ ପାଖରେ ଦୁଇଟି ଏୟାରକ୍ରାଫ୍ଟ କ୍ୟାରିୟର ରହିବ । ଆଇଏନଏସ୍ ବିକ୍ରାମାଦିତ୍ୟ ଏବେ କାର୍ଯ୍ୟକରୁଛି । ଦୁଇଟି ଏୟାରକ୍ରାଫ୍ଟ କ୍ୟାରିୟର ପରେ ଭାରତର ନୌଶକ୍ତି ବହୁ ଗୁଣରେ ବଢ଼ିଯିବ । ଶତ୍ରୁ ରାଷ୍ଟ୍ର ଚୀନ ଉଗ୍ର ମନୋଭାବ ଦେଖାଇ ଚାଲିଥିବା ବେଳେ ଏହାର ମୁକାବିଲା ଦିଗରେ ଆଇଏନଏସ୍ ବିକ୍ରାନ୍ତ ଓ ଆଇଏନଏସ୍ ବିକ୍ରମାଦିତ୍ୟ ପ୍ରହରୀ ଭାବେ କାମ କରିବେ ।

The post ଦେଶର ସୁରକ୍ଷା ଦିଗରେ ଆଉ ଏକ ବଡ଼ ଅଗ୍ରଗତି : ନୌସେନାକୁ ହସ୍ତାନ୍ତର ହେଲା ‘ଆଇଏନଏସ୍ ବିକ୍ରାନ୍ତ’ first appeared on Kanak News.



from Kanak News https://ift.tt/S2btBkT https://ift.tt/PeJwQlI
ଦେଶର ସୁରକ୍ଷା ଦିଗରେ ଆଉ ଏକ ବଡ଼ ଅଗ୍ରଗତି : ନୌସେନାକୁ ହସ୍ତାନ୍ତର ହେଲା ‘ଆଇଏନଏସ୍ ବିକ୍ରାନ୍ତ’ Kanak News ଦେଶର ସୁରକ୍ଷା ଦିଗରେ ଆଉ ଏକ ବଡ଼ ଅଗ୍ରଗତି : ନୌସେନାକୁ ହସ୍ତାନ୍ତର ହେଲା ‘ଆଇଏନଏସ୍ ବିକ୍ରାନ୍ତ’ Kanak News Reviewed by SUBHENDU BARAL on July 28, 2022 Rating: 5

No comments:

Powered by Blogger.